ପାକିସ୍ତାନର ଅଭିଯୋଗକୁ ଶ୍ରୀଲଙ୍କାର ଖଣ୍ଡନ

ନୂଆଦିଲ୍ଲୀ: ଭାରତ ବିରୋଧରେ ଲଗାତାର ମିଛ ଏବଂ ଅପପ୍ରଚାରକୁ ନିଜର କୁଟନୀତିର ଅଂଶୀଦାର କରିସାରିଥିବା ପାକିସ୍ତାନକୁ ଏବେ ଶ୍ରୀଲଙ୍କା ପୁଣି ଝଟକା ଦେଇଛି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ହରିନ୍ ଫର୍ଣ୍ଣାଣ୍ଡେ କହିଛନ୍ତି, “ଭାରତ ବିରୋଧରେ ପାକିସ୍ତାନ ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ପାକିସ୍ତାନ ଗସ୍ତ ନକରିବା ପାଇଁ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଭାରତ କୌଣସି ଚାପ ପକାଇ ନାହିଁ। କିଛି ଖେଳାଳି ପାକିସ୍ତାନରେ ନଖେଳିବାକୁ ନିଷ୍ପତ୍ତି ନେଇଛି, ଯାହା ୨୦୦୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ […]

harin-

Ranjit Kumar Jena
  • Published: Wednesday, 11 September 2019
  • , Updated: 11 September 2019, 05:22 PM IST

ନୂଆଦିଲ୍ଲୀ: ଭାରତ ବିରୋଧରେ ଲଗାତାର ମିଛ ଏବଂ ଅପପ୍ରଚାରକୁ ନିଜର କୁଟନୀତିର ଅଂଶୀଦାର କରିସାରିଥିବା ପାକିସ୍ତାନକୁ ଏବେ ଶ୍ରୀଲଙ୍କା ପୁଣି ଝଟକା ଦେଇଛି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ହରିନ୍ ଫର୍ଣ୍ଣାଣ୍ଡେ କହିଛନ୍ତି, "ଭାରତ ବିରୋଧରେ ପାକିସ୍ତାନ ଯେଉଁ ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ପାକିସ୍ତାନ ଗସ୍ତ ନକରିବା ପାଇଁ ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଭାରତ କୌଣସି ଚାପ ପକାଇ ନାହିଁ। କିଛି ଖେଳାଳି ପାକିସ୍ତାନରେ ନଖେଳିବାକୁ ନିଷ୍ପତ୍ତି ନେଇଛି, ଯାହା ୨୦୦୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଧାରିତ।

ଫର୍ଣ୍ଣାଣ୍ଡୋ ପାକିସ୍ତାନ ଟିମକୁ ଚ୍ୟାଲେଞ୍ଜ କରି କହିଛନ୍ତି, ଯେଉଁ ଖେଳାଳିମାନେ ପାକିସ୍ତାନ ଯିବାକୁ ମନା କରିଛନ୍ତି, ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ଏହାଛଡ଼ା ଆମେ ଟିମରେ ସେହି ଖେଳାଳିମାନଙ୍କୁ ସାମିଲ୍ କରିଛୁ, ଯେଉଁମାନେ ପାକିସ୍ତାନ ଯିବାକୁ ଚାହୁଁଥିଲେ। ଆମର ପୂରା ବିଶ୍ୱାସ ଯେ ଆମେ ପାକିସ୍ତାନକୁ ତା' ନିଜ ମାଟିରେ ନିଶ୍ଚୟ ହରାଇବୁ।"

ସୂଚନାଯୋଗ୍ୟ, ସୋମବାର ଶ୍ରୀଲଙ୍କାର ୧୦ଜଣ ଖେଳାଳି ସୁରକ୍ଷା କାରଣରୁ ପାକିସ୍ତାନ ଗସ୍ତରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ଟିମ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଶ୍ରୀଲଙ୍କା ଖେଳାଳିଙ୍କର ପାକିସ୍ତାନ ଗସ୍ତ ନକରିବା ପଛରେ ଭାରତର ହାତ ରହିଥିବା ପାକିସ୍ତାନ ଅଭିଯୋଗ ଆଣିଥିଲା।

ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ମନ୍ତ୍ରୀ ଫୱାଦ ହୁସେନ୍ ଭାରତ ବିରୋଧରେ ଶ୍ରୀଲଙ୍କା ଖେଳାଳିଙ୍କୁ ଧମକାଇବାର ଅଭିଯୋଗ ଆଣିଛନ୍ତି। ହୁସେନ୍ କହିଥିଲେ, ଆଇପିଏଲ୍ ଚୁକ୍ତିରୁ ବାଦ୍ ଦେବା ପାଇଁ ଭାରତ ଶ୍ରୀଲଙ୍କା ଖେଳାଳିଙ୍କୁ ଧମକାଇଛି, ଯାହା ପରେ ସେମାନେ ପାକିସ୍ତାନ ଆସିବାକୁ ମନା କରିଛନ୍ତି।

Related story