OCA କାଉନସିଲ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ନଭେମ୍ବର ସୁଦ୍ଧା ଶେଷ ହେବ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ସୁଦ୍ଧା ଓଡିଶା କ୍ରିକେଟ ଆସୋସିଏସନ OCAର ନିର୍ବାଚନ। ଲୋଧା କମିଟି ସୁପାରିଶ ଆଧାରରେ ହେବ ନିର୍ବାଚନ। ଆଜି ଅନୁଷ୍ଠିତ OCA କାଉନସିଲ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ନିଆଯାଇଛି। ସେହିପରି ଲୋଧା କମିଟି ସୁପାରିଶକୁ ପାଳନ କରିବ OCA। ଏ ନେଇ ଦିନେ ୨ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବ ବୋଲି OCA ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ସୂଚନ ଦେଇଛନ୍ତି।