ବୟସ ଜାଲିଆତି: ଓସିଏ ଗଠନ କଲା ୩ ଜଣିଆ କମିଟି

କଟକ: ଖେଳାଳିଙ୍କ ବୟସ ଯାଞ୍ଚ ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ଗଠନ କଲା ୩ ଜଣିଆ କମିଟି। ଏହି କମିଟିରେ କଟକର ପୂର୍ବତନ ଜିଲ୍ଲାପାଳ କଶୋର ମହାନ୍ତିଙ୍କ ସହ ଅନ୍ୟ ଦୁଇ ଜଣ ଅଛନ୍ତି। ଗତ ୨୮ ତାରିଖରେ ବସିଥିଲା ଓସିଏର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ସିବିଆଇର ତନାଘନା ପରେ ଓସିଏ ଏପରି କମିଟି ଗଠନ କରିଥିବା ଜଣାପଡ଼ିଛି। ଓସିଏ ଗଠନ କରିଥିବା କମିଟି ୧୬ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌, […]

oca-office-1

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 03:23 PM IST

କଟକ: ଖେଳାଳିଙ୍କ ବୟସ ଯାଞ୍ଚ ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ଗଠନ କଲା ୩ ଜଣିଆ କମିଟି। ଏହି କମିଟିରେ କଟକର ପୂର୍ବତନ ଜିଲ୍ଲାପାଳ କଶୋର ମହାନ୍ତିଙ୍କ ସହ ଅନ୍ୟ ଦୁଇ ଜଣ ଅଛନ୍ତି। ଗତ ୨୮ ତାରିଖରେ ବସିଥିଲା ଓସିଏର ସାଧାରଣ ପରିଷଦ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ସିବିଆଇର ତନାଘନା ପରେ ଓସିଏ ଏପରି କମିଟି ଗଠନ କରିଥିବା ଜଣାପଡ଼ିଛି।

ଓସିଏ ଗଠନ କରିଥିବା କମିଟି ୧୬ ବର୍ଷରୁ କମ୍‌, ୧୯ ବର୍ଷରୁ କମ୍‌, ୨୩ ବର୍ଷରୁ କମ୍ ପୁରୁଷ ଓ ମହିଳା ଖେଳାଳିଙ୍କ ବୟସ ଯାଞ୍ଚ କରିବ।

କ୍ରିକେଟ୍‌ ଖେଳାଳିଙ୍କ ବୟସ ଜାଲିଆତିର ତଦନ୍ତ ପାଇଁ ପୂର୍ବରୁ ସିବିଆଇର ଏକ ଟିମ୍‌  ଓସିଏ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପ୍ରାୟ ୩୦ ଜଣ କନିଷ୍ଠ ଖେଳାଳିଙ୍କୁ ପଚରାଉଚରା କରିଥିଲା। ପରେ ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ସହିତ ୨ଟି ନିର୍ସିଂହୋମ୍‌ର କର୍ମଚାରୀଙ୍କୁ ଜେରା କରିଥିଲା।

Related story