ଦୁବାଇରେ ଚମକିବେ ଓଡ଼ିଆ କ୍ରିକେଟର ଦୀପକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଜାଦୁ ଦେଖାଇବେ ଓଡ଼ିଆ କ୍ରିକେଟର ଦୀପକ କୁମାର। ଆସନ୍ତା ୧୯ ତାରିଖରୁ ଦୁବାଇରେ ହେବାକୁ ଥିବା ୧୮ ବର୍ଷରୁ କମ୍ ଇଣ୍ଡିଆନ୍ ଜୁନିଅର ପ୍ରିମିୟର ଲିଗ୍‌ରେ ଖେଳିବା ପାଇଁ ମନୋନିତ ହୋଇଛନ୍ତି ଝାରସୁଗୁଡାର ଦୀପକ କୁମାର ମହନ୍ତ। ଝାରସୁଗୁଡା ବନ୍ଧବାହାଲ ଏମ୍ସିଏଲ କଲୋନୀରେ ରହୁଥିବା ଦୀପକ ବାଙ୍ଗାଲୋର ଷ୍ଟାର ଟିମ୍ ପକ୍ଷରୁ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ। ଏବେ ଭୁବନେଶ୍ୱର ପଲିଟେକ୍ନିକ୍‌ରେ ତୃତୀୟ ବର୍ଷ ମେକାନିକାଲ ଛାତ୍ର ଦୀପକ। ଯଦିଓ ବିସିସିଆଇ ଏହି […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 07:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁବାଇରେ ଜାଦୁ ଦେଖାଇବେ ଓଡ଼ିଆ କ୍ରିକେଟର ଦୀପକ କୁମାର। ଆସନ୍ତା ୧୯ ତାରିଖରୁ ଦୁବାଇରେ ହେବାକୁ ଥିବା ୧୮ ବର୍ଷରୁ କମ୍ ଇଣ୍ଡିଆନ୍ ଜୁନିଅର ପ୍ରିମିୟର ଲିଗ୍‌ରେ ଖେଳିବା ପାଇଁ ମନୋନିତ ହୋଇଛନ୍ତି ଝାରସୁଗୁଡାର ଦୀପକ କୁମାର ମହନ୍ତ। ଝାରସୁଗୁଡା ବନ୍ଧବାହାଲ ଏମ୍ସିଏଲ କଲୋନୀରେ ରହୁଥିବା ଦୀପକ ବାଙ୍ଗାଲୋର ଷ୍ଟାର ଟିମ୍ ପକ୍ଷରୁ ବ୍ୟାଟ୍ସମ୍ୟାନ ଭାବେ ଖେଳିବେ। ଏବେ ଭୁବନେଶ୍ୱର ପଲିଟେକ୍ନିକ୍‌ରେ ତୃତୀୟ ବର୍ଷ ମେକାନିକାଲ ଛାତ୍ର ଦୀପକ। ଯଦିଓ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ୱୀକୃତି ଦେଇନାହିଁ, ତଥାପି ଆଗାମୀ ଦିନରେ ବିସିସିଆଇ ସହଯୋଗର ହାତ ବଢାଇବ ବୋଲି ଆଶା ରଖିଛନ୍ତି ଏହି ପ୍ରତିଯୋଗିତାର ଆୟୋଜକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos