ରଣଜୀ ଟ୍ରଫି: ଆଉ ଏକ ଇନିଂସ୍ ବିଜୟ ଦ୍ୱାରରେ ଓଡ଼ିଶା

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଏଲିଟ୍ ଗ୍ରୁପ୍‌-ସି’ର ଓଡ଼ିଶା ଓ ଉତ୍ତରାଖଣ୍ଡ ରଣଜୀ ମ୍ୟାଚର ତୃତୀୟ ଦିବସ ମଧ୍ୟ ଖରାପ ଆଲୋକ ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହା ସତ୍ତ୍ୱେ ଓଡ଼ିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛି। ଗୁରୁବାର ଅର୍ଦ୍ଧଶତକ ମାରିଥିବା ଶାନ୍ତନୁ ମିଶ୍ର (୧୧୦) ଆଜି ନିଜର ପ୍ରଥମ ରଣଜୀ ଶତକ ମାରିଥିଲେ, ଯାହା ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୫୩ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ […]

driems

driems

Ranjit Kumar Jena
  • Published: Friday, 27 December 2019
  • Updated: 27 December 2019, 06:36 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଚାଲିଥିବା ଏଲିଟ୍ ଗ୍ରୁପ୍‌-ସି'ର ଓଡ଼ିଶା ଓ ଉତ୍ତରାଖଣ୍ଡ ରଣଜୀ ମ୍ୟାଚର ତୃତୀୟ ଦିବସ ମଧ୍ୟ ଖରାପ ଆଲୋକ ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହା ସତ୍ତ୍ୱେ ଓଡ଼ିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରିଛି। ଗୁରୁବାର ଅର୍ଦ୍ଧଶତକ ମାରିଥିବା ଶାନ୍ତନୁ ମିଶ୍ର (୧୧୦) ଆଜି ନିଜର ପ୍ରଥମ ରଣଜୀ ଶତକ ମାରିଥିଲେ, ଯାହା ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୫୩ ରନ୍ କରି ଅଲଆଉଟ୍ ହୋଇଥିଲା। ଫଳରେ ଓଡ଼ିଶା ପ୍ରଥମ ଇନିଂସରେ ୧୩୬ ରନର ବଡ଼ ଅଗ୍ରଣୀ ହାସଲ କରିଛି।

ଜବାବରେ ଉତ୍ତରାଖଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୫୪ ରନ୍ କରିଛି। ମ୍ୟାଚ୍ ଜିତିବା ପାଇଁ ଓଡ଼ିଶାକୁ ଚତୁର୍ଥ ତଥା ଅନ୍ତିମ ଦିବସରେ ୬ ୱିକେଟ୍ ଆବଶ୍ୟକ ହେଉଥିବା ବେଳେ ଉତ୍ତରାଖଣ୍ଡକୁ ଇନିଂସ୍ ପରାଜୟ ଏଡ଼ାଇବା ପାଇଁ ୮୨ ରନ୍ କରିବାକୁ ପଡ଼ିବ। ଷ୍ଟମ୍ପ ଅପସାରଣ ବେଳକୁ ଦୀକ୍ଷାଂଶୁ ନେଗି ୨୩ ଓ କର୍ନ କୌଶାଲ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି।

ତୃତୀୟ ଦିବସରେ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୧୪୫/୬ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ତା'ର ଶେଷ ୪ ୱିକେଟରେ ୧୦୮ ରନ୍ ଯୋଡ଼ିଥିଲା। ଦୂଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଶାନ୍ତନୁ ଓ ଦେବବ୍ରତ ପ୍ରଧାନ ସପ୍ତମ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ିଥିଲେ। ଦେବବ୍ରତ ବ୍ୟକ୍ତିଗତ ୧୪ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସୂର୍ଯ୍ୟକାନ୍ତ ପ୍ରଧାନ ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ଶାନ୍ତନୁ ରାଜେଶ ମହାନ୍ତି (୧୭)ଙ୍କ ସହ ନବମ ୱିକେଟ୍ ପାଇଁ ୩୧ ଏବଂ ଅନ୍ତିମ ୱିକେଟ୍ ପାଇଁ ବସନ୍ତ ମହାନ୍ତି (୬*)ଙ୍କ ସହ ମିଶି ୪୦ ରନର ଭାଗୀଦାରୀ କରି ଓଡ଼ିଶାକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହା ମଧ୍ୟରେ ଶାନ୍ତନୁ ନିଜର ପ୍ରଥମ ଶତକ ଅର୍ଜନ କରିଥିଲେ। ଶାନ୍ତନୁ ୨୪୫ ବଲରେ ୧୨ ଚୌକା ସହ ୧୧୦ ରନ୍ କରି ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଉତ୍ତରାଖଣ୍ଡ ପକ୍ଷରୁ ପ୍ରଦୀପ ଚାମୋଲି ଓ ସନ୍ନି ରାଣା ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସରେ ମଧ୍ୟ ଖରାପ ବ୍ୟାଟିଂ କରିଥିଲା। ଦଳ ମାତ୍ର ୧୫ ରନରେ ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଓଡ଼ିଶାର ଅଭିଜ୍ଞ ବୋଲର ବସନ୍ତ ତନ୍ମୟ ଶ୍ରୀବାସ୍ତବ (୨) ଓ ଅବନୀଶ ସୁଧା (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିବା ବେଳେ କ୍ୟାପଟେନ୍ ଉନ୍ମୁକ୍ତ ଚାନ୍ଦ (୧୩)ଙ୍କୁ ରାଜେଶ ମହାନ୍ତି ଆଉଟ୍ କରିଥିଲେ। ଦୀକ୍ଷାଂଶୁ ନେଗି ଓ ସୌରଭ ରାୱତ (୧୫) ଚତୁର୍ଥ ୱିକେଟ୍ ପାଇଁ ୩୮ ରନର ପାର୍ଟନରଶିପ୍ କରି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ସୂର୍ଯ୍ୟକାନ୍ତ ସୌରଭଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ୨ଟି, ରାଜେଶ ଓ ସୂର୍ଯ୍ୟକାନ୍ତ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି। ଶନିବାର ଚତୁର୍ଥ ତଥା ଅନ୍ତିମ ଦିବସରେ ଯଦି ପାଗ ଭଲ ରୁହେ, ତାହେଲେ ଓଡ଼ିଶା ମ୍ୟାଚ୍ ଜିତିବାକୁ ପ୍ରୟାସ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos