ଓଡ଼ିଶା-ବେଙ୍ଗଲ ରଣଜୀ ମୁକାବିଲା: ବୋଲରଙ୍କ କମାଲ, ଗୋଟିଏ ଦିନରେ ୨୦ ୱିକେଟ୍

କୋଲକାତା: ଓଡ଼ିଶା ଓ ବେଙ୍ଗଲ୍ ମଧ୍ୟରେ ଆଜିଠାରୁ କୋଲକାତାର ବେଙ୍ଗଲ୍ କ୍ରିକେଟ୍ ଏକାଡେମୀ ପଡ଼ିଆରେ ରଣଜୀ ମୁକାବିଲା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭରୁ ହିଁ ଦୁଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଆଜି ଗୋଟିଏ ଦିନରେ ଦୁଇ ଦଳର ପ୍ରଥମ ଇନିଂସ ଶେଷ ହୋଇଯାଇଛି। ବେଙ୍ଗଲ୍ ଟିମ୍ ପ୍ରଥମ ଇନିଂସରେ ମାତ୍ର ୧୪୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଓଡ଼ିଶା ଦଳ ୧୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ବେଙ୍ଗଲ ଟିମ୍ ୪୭.୩ […]

Bengal vs Odisha

Bengal vs Odisha

Rakesh Mallick
  • Published: Monday, 23 November 2015
  • Updated: 23 November 2015, 10:35 AM IST

Sports

Latest News

କୋଲକାତା: ଓଡ଼ିଶା ଓ ବେଙ୍ଗଲ୍ ମଧ୍ୟରେ ଆଜିଠାରୁ କୋଲକାତାର ବେଙ୍ଗଲ୍ କ୍ରିକେଟ୍ ଏକାଡେମୀ ପଡ଼ିଆରେ ରଣଜୀ ମୁକାବିଲା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭରୁ ହିଁ ଦୁଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଆଜି ଗୋଟିଏ ଦିନରେ ଦୁଇ ଦଳର ପ୍ରଥମ ଇନିଂସ ଶେଷ ହୋଇଯାଇଛି। ବେଙ୍ଗଲ୍ ଟିମ୍ ପ୍ରଥମ ଇନିଂସରେ ମାତ୍ର ୧୪୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଓଡ଼ିଶା ଦଳ ୧୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ବେଙ୍ଗଲ ଟିମ୍ ୪୭.୩ ଓଭରରେ ୧୪୨ ରନ୍ କରିଥିବା ବେଳେ ଓଡ଼ିଶା ମାତ୍ର ୨୯ ଓଭରରେ ଅଲଆଉଟ୍ ହୋଇଯାଇଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୫ଟି ୱିକେଟ୍ ନେଇଥିବା ବେଳେ ବେଙ୍ଗଲର ଅମୀର ଗାନୀ ୬ଟି ୱିକେଟ୍ ହାସଲ କରିଛନ୍ତି। ଶେଷ ଖବର ଲେଖାଯିବା ସୁଦ୍ଧା ବେଙ୍ଗଲ ଦଳ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନହରାଇ ୨୩ ରନ୍ ସଂଗ୍ରହ କରିଛି।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବେଙ୍ଗଲ୍ ଟିମ୍। ପ୍ରାରମ୍ଭରୁ ହିଁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦ୍ୱିତୀୟ ଓଭରରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ଆଉଟ୍ ହୋଇଥିଲେ ଓପନର୍ ସାୟନ ଶେଖର ମଣ୍ଡଳ। ସେ ଶୂନରେ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୨ ରନ୍ ହୋଇଥିଲା। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଏକ ବଲରେ ସେ ପ୍ରତୀକ ଦାସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଦ୍ୱିତୀୟ ୱିକେଟ୍ ମାତ୍ର ୮ ଓଭରରେ ପଡ଼ିଥିଲା। ଆଉଟ୍ ହୋଇଥିଲେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସୁଦୀପ ଚାଟାର୍ଜୀ। ଚଳିତ ରଣଜୀ ସିଜିନରେ ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରୁ ୪ଟି ଶତକ ସହ ୬୦୮ ରନ୍ ସଂଗ୍ରହ କରିଥିବା ସୁଦୀପ ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ବି ସୂର୍ଯ୍ୟକାନ୍ତ ପ୍ରଧାନଙ୍କର ଶିକାର ବନି ଥିଲେ। ସେତେବେଳେ ଦଳୀୟ ସ୍କୋର ୨୦ ହୋଇଥିଲା। ଅଷ୍ଟମ ଓଭରର ପ୍ରଥମ ବଲରେ ସୁଦୀପ ଆଉଟ୍ ହୋଇ ଯିବା ପରେ କ୍ରିଜକୁ ଆସିଥିଲେ ମନୋଜ ତିୱାରୀ। ମନୋଜ ୪ଟି ବଲର ସମ୍ମୁଖୀନ ହୋଇଥିଲେ ଓ କୌଣସି ରନ୍ କରି ନପାରି ଶୂନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବଲରେ ପ୍ରତୀକଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ କ୍ରିଜକୁ ଆସିଥିବା ଶ୍ରୀବତ୍ସ ଗୋସ୍ୱାମୀଙ୍କ ସହିତ ମିଶି ଓପନର୍ ଅଭିମନ୍ୟୁ ଇଶ୍ୱରନ୍ ପାରିକୁ ସମ୍ଭାଳିବାକୁ ପ୍ରଚେଷ୍ଟା କରିଥିଲେ। ତେବେ ଏହି ଯୋଡ଼ି ବି ଓଡ଼ିଶାର ବୋଲରଙ୍କ ସମ୍ମୁଖରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଦଳୀୟ ସ୍କୋର ୫୪ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଗୋସ୍ୱାମୀ। ସେ ୧୭ ରନ୍ କରି ଆଉଟ୍ ହୋଇଥିଲେ। ୫୬ ରନରେ ପଡ଼ିଥିଲା ୫ମ ୱିକେଟ୍। ଆଉଟ୍ ହୋଇଥିଲେ ପଙ୍ଗଜ କୁମାର ସା। ସେ କୌଣସି ରନ୍ କରିବାକୁ ସକ୍ଷମ ହୋଇ ନ ଥିଲେ। ତା’ପରେ କ୍ରିଜକୁ ଆସିଥିବା ପ୍ରମୋଦ ଚାଣ୍ଡିଲା ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ୧୫ ରନ୍ କରି ଆଉଟ୍ ହୋଇଥିଲେ ଅମୀର ଗାନି। ପ୍ରଜ୍ଞାନ ଓଝା ଓ ଅଶୋକ ଦିଣ୍ଡା ଯଥାକ୍ରମେ ୩ ଓ ୧ ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୦୦ରେ ପହଞ୍ଚିଲା ବେଳକୁ ୯ ଜଣ ଆଉଟ୍ ହୋଇ ସାରିଥିଲେ। ତେବେ ଏହି ବିପର୍ଯ୍ୟୟ ସତ୍ତ୍ୱେ ଓପନର୍ ଅଭିମନ୍ୟୁ ଇଶ୍ୱରନ୍ କ୍ରିଜରେ ଦୃଢ଼ ଭାବେ ଛିଡ଼ା ହୋଇ ଦଳୀୟ ସ୍କୋରକୁ ଆଗେଇ ନେବାକୁ ଉଦ୍ୟମ ଜାରି ରଖିଥିଲେ। ସେ ୧୫୬ଟି ବଲର ସମ୍ମୁଖୀନ ହୋଇ ୧୦ଟି ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୮୮ ରନ୍ କରି ଜୟନ୍ତ ବେହେରାଙ୍କ ବଲରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ।

ଓଡ଼ିଶା ପକ୍ଷରୁ ଧୀରଜ ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ୱିକେଟ୍ ହାସଲ କରିଛନ୍ତି। ଗୋବିନ୍ଦ ପୋଦ୍ଦାର ଓ ଜୟନ୍ତ ବେହେରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ବେଙ୍ଗଲକୁ ମାତ୍ର ୧୪୨ ରନରେ ଅଲଆଉଟ୍ କରିଥିବା ଓଡ଼ିଶାର ଖୁସି ମଧ୍ୟ ଅଧିକ ସମୟ ରହି ନ ଥିଲା। ବେଙ୍ଗଲ୍ ପରେ ଓଡ଼ିଶାର ବି ବ୍ୟାଟିଂ ବିପର୍ଯ୍ୟସ୍ତ ଘଟିଥିଲା। ଟିମ୍ ମାତ୍ର ୧୦୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳର କୌଣସି ବ୍ୟାଟ୍ସମ୍ୟାନ ୨୫ ରନ୍ କରି ପାରି ନ ଥିଲେ। ମାତ୍ର ୪ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ଥିଲେ। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଅରବିନ୍ଦ ସିଂ। ସେ ୧୭ଟି ବଲ୍ ଖେଳି ୨୧ ରନ୍ କରିଥିଲେ। ତାଙ୍କ ପଛକୁ ରଂଜିତ୍ ସିଂହ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ହଳଧର ଦାସ ଯଥାକ୍ରମେ ୨୦,୧୯ ଓ ୧୪ ରନ୍ କରିଥିଲେ। ଅଧିନାୟକ ନଟରାଜ ବେହେରା, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ ଓ ପ୍ରତୀକ ଦାସ ଯଥାକ୍ରମେ ୪,୩,୬ ଓ ୮ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିପରି ଜୟନ୍ତ ବେହେରା ଓ ବସନ୍ତ ମହାନ୍ତି ୧ ରନ୍ ଲେଖାଏଁ କରିଥିଲେ।

ମହାରାଷ୍ଟ୍ର ପକ୍ଷରୁ ଅମୀର ଗାନୀ ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ ପ୍ରଜ୍ଞାନ ଓଝା ୨ଟି ୱିକେଟ୍ ନେଇଛନ୍ତି। ସେହିପରି ଅନୁରାଗ ତିୱାରୀ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story