ନାଭାଲ ଟାଟା ହକି ଏକାଡେମୀ ଉଦଘାଟିତ

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାଇ ପରଫରମାନ୍ସ ହକି ସେଣ୍ଟର୍ ନାଭାଲ ଟାଟା ହକି ଏକାଡେମୀ (ଏନଟିଏଚଏ), ଓଡ଼ିଶା ଉଦଘାଟିତ ହୋଇଛି। ଏହି ଏକାଡେମୀ ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରିବ। ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ଲାଗି ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟସ୍ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନି ସୂତ୍ରୀର […]

cm

cm

Ranjit Kumar Jena
  • Published: Tuesday, 13 August 2019
  • Updated: 13 August 2019, 09:52 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାଇ ପରଫରମାନ୍ସ ହକି ସେଣ୍ଟର୍ ନାଭାଲ ଟାଟା ହକି ଏକାଡେମୀ (ଏନଟିଏଚଏ), ଓଡ଼ିଶା ଉଦଘାଟିତ ହୋଇଛି। ଏହି ଏକାଡେମୀ ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରିବ।

ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ଲାଗି ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟସ୍ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନି ସୂତ୍ରୀର ଅଂଶ ସ୍ୱରୂପ ଭୁବନେଶ୍ୱର ଠାରେ ଏହି ଉଚ୍ଚସ୍ତରୀୟ ହକି ଏକାଡେମୀ ଖୋଲାଯାଇଛି, ଯାହାକୁ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ପ୍ରଶଂସା କରାଯାଇଛି। ରାଜ୍ୟ ସରକାରଙ୍କ ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରବାସ ଆଞ୍ଚଳିକ ବିକାଶ କେନ୍ଦ୍ର (ଆରଡିସି)ରେ ପରିଣତ ହେବେ, ଯେଉଁଠାରେ ଟାଟା ଟ୍ରଷ୍ଟସ୍ ଓ ଟାଟା ଷ୍ଟିଲର ବିଶେଷଜ୍ଞମାନେ ଆରଡିସିଗୁଡ଼ିକ ସହିତ କାମ କରି ସେମାନଙ୍କ ଦକ୍ଷତା ଓ ଉତ୍କୃଷ୍ଟତା ବଢ଼ାଇବେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦-୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ। ତୃଣମୂଳ ସ୍ତରରେ ଯେଉଁ ପ୍ରତିଭାମାନଙ୍କୁ ସନ୍ଧାନ କରାଯିବ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ଲାଗି ସୁପାରିସ୍ କରାଯିବ। ତୃଣମୂଳ କେନ୍ଦ୍ର ଏବଂ ଆରଡିସିଗୁଡ଼ିକ ଏନଟିଏଚଏକୁ ନିୟମିତ କ୍ରୀଡ଼ା ପ୍ରତିଭା ଯୋଗାଣକୁ ନିଶ୍ଚିତ କରିବେ। ଆରଡିସି ଓ ଏନଟିଏଚଏ ଓଡ଼ିଶାର ଆବଶ୍ୟକତା ପୂରଣ କରିବା ଏହି ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ହକି ଖେଳାଳିଙ୍କ ଉନ୍ନତି ଦିଗରେ ଭିତିଭୂମି ବିକଶିତ କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ। ସମାଜର ଯୁବ ଖେଳାଳି, ଯେଉଁମାନେ ଉତ୍ସାହୀ ଏବଂ ପିଲାଙ୍କ ସହ ମିଶି କାମ କରିବାକୁ ଚାହୁଛନ୍ତି, ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଏବଂ ଏହି କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନକାରୀ ଏବଂ ସଂଯୋଜକ ଭାବେ ପେସାଦାର ସୁଯୋଗ ଯୋଗାଇ ଦିଆଯିବ।

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ସିଇଓ ଓ ଏମଡି ଟିଭି ନରେନ୍ଦ୍ରନ୍ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ଏକାଡେମୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, ଟାଟା ଷ୍ଟିଲ୍ ଉପସଭାପତି (କର୍ପୋରେଟ୍ ସେବା) ଚାଣକ୍ୟ ଚୌଧୁରୀ, ଟାଟା ଟ୍ରଷ୍ଟସର ବରିଷ୍ଠ ଉପଦେଷ୍ଟା ବୁରଜିସ୍ ତାରାପୋରବାଲା ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos