ପୁଣି ଧରାପଡ଼ିଲା ଓସିଏରେ ବୟସ ଜାଲିଆତି

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ରେ ପୁଣି ବୟସ ଜାଲିଆତି ଅଭିଯୋଗ ଆସିଛି। ୧୯ ବର୍ଷରୁ କମ୍ କ୍ରିକେଟ୍‌ ଦଳରେ ଅନୁରାଗ କନୋଜିଆ ଧରା ପଡ଼ିବା ପରେ ତାଙ୍କୁ ବାଦ ଦିଆଯାଇଛି। କନୋଜିଆଙ୍କର ପୂର୍ବର ଓ ଏବର ବୟସ ପ୍ରମାଣପତ୍ର ମେଳ ଖାଉନି। ସତ୍ୟପାଠରେ ମଧ୍ୟ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି।