ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍ ଡ୍ର; ଦିଲ୍ଲୀକୁ ୩ ପଏଣ୍ଟ, ଓଡ଼ିଶାକୁ ୧

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଦିଲ୍ଲୀକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶାକୁ ମିଳିଛି ୧ ପଏଣ୍ଟ। ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ୍ କରିଥିଲା। ଓଡ଼ିଶା ଦଳ ପ୍ରଥମ ଇନିଂସରେ ୨୧୭ ରନ୍ କରି ୯୪ ରନ୍ ପଛରେ ରହିଥିଲା। ଦିଲ୍ଲୀ ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୧୯୩ ରନ୍ କରି ପାଳି ଘୋଷଣା କରିଥିଲା। ୨୮୮ ରନର […]

ranaji match (4)

ranaji match (4)

Rakesh Mallick
  • Published: Monday, 02 November 2015
  • Updated: 02 November 2015, 12:01 PM IST

Sports

Latest News

[caption id="attachment_43626" align="alignleft" width="300"]pradeep sanguan ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦୀପ ସାଙ୍ଗୱାନ[/caption]

ଭୁବନେଶ୍ୱର: ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଦିଲ୍ଲୀକୁ ୩ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶାକୁ ମିଳିଛି ୧ ପଏଣ୍ଟ। ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ୍ କରିଥିଲା। ଓଡ଼ିଶା ଦଳ ପ୍ରଥମ ଇନିଂସରେ ୨୧୭ ରନ୍ କରି ୯୪ ରନ୍ ପଛରେ ରହିଥିଲା। ଦିଲ୍ଲୀ ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୧୯୩ ରନ୍ କରି ପାଳି ଘୋଷଣା କରିଥିଲା। ୨୮୮ ରନର ଟାର୍ଗେଟ୍ ନେଇ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଓଡ଼ିଶା ଦଳ ଖେଳ ଶେଷ ହେବା ସୁଦ୍ଧା ୩ ୱିକେଟ୍ ହରାଇ ୮୮ ରନ୍ ସଂଗ୍ରହ କରିଥିଲା। ଓଡ଼ିଶାର ବସନ୍ତ ମହାନ୍ତି ଆଜି ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ୭ ୱିକେଟ୍ ନେଇଥିବା  ଦିଲ୍ଲୀର ପ୍ରଦୀପ ସାଙ୍ଗୱାନଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଥିଲା।

ଏହି ମ୍ୟାଚର ଚତୁର୍ଥ ଦିବସରେ ଆଜି ଓଡ଼ିଶା ଦଳ ୧୯୫ ରନରୁ ଖେଳ ଆରମ୍ଭ କରିଥିଲା। ଗତକାଲି ମାତ୍ର ୪ଟି ୱିକେଟ୍ ହରାଇଥିବା ଓଡ଼ିଶା ଦଳ ଆଜି ମାତ୍ର ୨୨ ରନ୍ ଯୋଡ଼ିବାକୁ ସମର୍ଥ ହୋଇଥିଲା। ୨୨ ରନରେ ଦଳ ବାକି ୬ଟି ୱିକେଟ୍ ହରାଇଥିଲା। ଗତକାଲି ୭୬ ରନ୍ କରି ଅପରାଜିତ ରହିଥିବା ଅନୁରାଗ ଷଡ଼ଙ୍ଗୀ ଆଜି ସ୍କୋରବୋର୍ଡରେ ଗୋଟିଏ ରନ୍ ବି ଯୋଡ଼ି ପାରି ନଥିଲେ। ସେ ଆଉଟ୍ ହୋଇ ଯିବା ପରେ କ୍ରିଜକୁ ଆସିଥିବା ଅଭିଳାଷ ମଲ୍ଲିକ ଶୂନରେ ଆଉଟ୍ ହୋଇଯାଇଥିଲେ। ତାଙ୍କ ପରେ ପରେ ଆଉଟ୍ ହୋଇଯାଇଥିଲେ ଗତକାଲିଠାରୁ ୧୫ ରନ୍ କରି ଅପରାଜିତ ଥିବା ପ୍ରତୀକ ଦାସ। ଆଜି ନିଜ ସ୍କୋରକାର୍ଡରେ ମାତ୍ର ଗୋଟିଏ ରନ୍ ଯୋଡ଼ି ଆଉଟ୍ ହୋଇଯାଇଥିଲା। ଦୀପକ ବେହେରା ୧୧ ରନ୍, ସୂର୍ଯ୍ୟକାନ୍ତ ପ୍ରଧାନ ୭ ଓ ଧରଜ ସିଂହ ଶୂନରେ ଆଉଟ୍ ହୋଇଥିଲେ। ମହାରାଷ୍ଟ୍ର ପକ୍ଷରୁ ପ୍ରଦୀପ ସାଙ୍ଗୱାନ ୭ଟି ୱିକେଟ୍ ହାସଲ କରିଛନ୍ତି। ଆଜି ଓଡ଼ିଶାର ପଡ଼ିଥିବା ୬ଟି ୱିକେଟରୁ ୫ଟି ନେଇଥିଲେ ସାଙ୍ଗୱାନ। ଗତକାଲି ୨ଟି ୱିକେଟ୍ ନେଇଥିବା ସାଙ୍ଗୱାନ୍ ଆଜି ୫ଟି ୱିକେଟ୍ ନେଇ ଓଡ଼ିଶା ଦଳକୁ ଧରାଶୟୀ କରି ଦେଇଥିଲେ। ଅନୁରାଗ ଷଡ଼ଙ୍ଗୀ, ପ୍ରତୀକ ଦାସ, ଦୀପକ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଧରଜ ସିଂହଙ୍କ ୱିକେଟ୍ ନେଇଥିଲେ।

ପରେ ଦ୍ୱିତୀୟ ଇନିଂସରେ ଦିଲ୍ଲୀ ୯ ୱିକେଟ୍ ହରାଇ ୧୯୩ ରନ୍ କରି ପାଳି ଘୋଷଣା କରିଥିଲା। ଗୌତମ ଗମ୍ଭୀର ୫୪ ରନ୍ ସଂଗ୍ରହ କରିଥିଲେ। ଧ୍ରୁବ ଶୋରେ ୬୨ ଓ ନୀତୀଶ ରାଣା ୫୨ ରନ୍ କରିଥିଲେ। ଓଡ଼ିଶା ଦଳ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ୮୮ ରନ୍ କରିଥିବା ବେଳେ ଖେଳ ବନ୍ଦ କରାଯାଇଥିଲା ଓ ମ୍ୟାଚ୍ ଅମୀମାଂସିତ ଘୋଷଣା କରାଯାଇଥିଲା। ଦଳ ପ’ରୁ ନଟରାଜ ବେହରେ ୩୫ ରନ୍ କରିଥିବା ବେଳେ ରାଜେଶ ଧୂପର ୨୬ ରନ୍ ଓ ଗୋବିନ୍ଦ ପୋଦ୍ଦାର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅନୁରାଗ ଷଡ଼ଙ୍ଗୀ ୬ ଓ ବିପ୍ଳବ ସାମନ୍ତରୟ ୧୨ ରନ୍ କରି ଅପରାଜିତ ରହିଥିଲେ।

ଏହି ଡ୍ର’ ସହିତ ଓଡ଼ିଶା ମାତ୍ର ଗୋଟିଏ ପଏଣ୍ଟ ପାଇ ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ପଏଣ୍ଟ୍ ପାଇଛି। ଆସାମ ବିପକ୍ଷରେ ମ୍ୟାଚ୍ ଜିତି ଓଡ଼ିଶା ୬ ପଏଣ୍ଟ୍ ପାଇଥିଲା। ତେବେ ବିଦର୍ଭ, ମହାରାଷ୍ଟ୍ର ଓ ଦିଲ୍ଲୀ ବିପକ୍ଷରେ ମ୍ୟାଚ୍ ଡ୍ର ରଖିଥିଲେ ହେଁ ପ୍ରଥମ ଇନିଂସରେ ପଛୁଆ ରହି ମାତ୍ର ୧ ପଏଣ୍ଟ ଲେଖାଏଁ ପାଇଛି। ଅନ୍ୟପକ୍ଷରେ ଦିଲ୍ଲୀର ଚଳିତ ସିଜିନରେ ଏହା ହେଉଛି ତୃତୀୟ ଡ୍ର। ପୂର୍ବରୁ ଦଳ ୨ଟି ମ୍ୟାଚ୍ ଜିତି ଓ ୨ଟି ଡ୍ର ରଖି ୧୫ ପଏଣ୍ଟ ହାସଲ କରିଥିଲା। ଆଜି ୩ ପଏଣ୍ଟ ପାଇ ଦଳ ୧୮ ପଏଣ୍ଟ ହାସଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story