ଜାତୀୟ ସିନିୟର ମହିଳା ଫୁଟବଲ ଚାମ୍ପିୟନଶିପ୍: ସେମିଫାଇନାଲରେ ଓଡ଼ିଶା

କଟକ (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଚାଲିଥିବା ୨୫ତମ ଜାତୀୟ ସିନିୟର ଫୁଟବଲ ଚାମ୍ପିୟନଶିପରେ ଓଡ଼ିଶା ଦଳ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ଚିଛି। ଶନିବାର ସିଏଚଏଫ୍ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦୀପା ନାୟକଙ୍କ ଡବଲ୍ ଗୋଲ୍ ବଳରେ ଓଡ଼ିଶା ୫-୦ ଗୋଲରେ ଆୟୋଜକ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି। ମ୍ୟାଚର ଉଭୟାର୍ଦ୍ଧରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧରେ ଓଡ଼ିଶା ତିନୋଟି ଓ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। […]

football

Ranjit Kumar Jena
  • Published: Friday, 20 September 2019
  • , Updated: 20 September 2019, 06:37 PM IST

କଟକ (ଓଡ଼ିଶା ରିପୋର୍ଟର): ଅରୁଣାଚଳ ପ୍ରଦେଶରେ ଚାଲିଥିବା ୨୫ତମ ଜାତୀୟ ସିନିୟର ଫୁଟବଲ ଚାମ୍ପିୟନଶିପରେ ଓଡ଼ିଶା ଦଳ ବିଜୟଧାରା ଅବ୍ୟାହତ ରଖି ସେମିଫାଇନାଲରେ ପହଞ୍ଚିଛି। ଶନିବାର ସିଏଚଏଫ୍ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦୀପା ନାୟକଙ୍କ ଡବଲ୍ ଗୋଲ୍ ବଳରେ ଓଡ଼ିଶା ୫-୦ ଗୋଲରେ ଆୟୋଜକ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି।

ମ୍ୟାଚର ଉଭୟାର୍ଦ୍ଧରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମାର୍ଦ୍ଧରେ ଓଡ଼ିଶା ତିନୋଟି ଓ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଓଡ଼ିଶା ପକ୍ଷରୁ ଦୀପା ନାୟକ ଦୁଇଟି (୧୬ତମ, ୭୪ତମ) ଗୋଲ୍ ଦେଇଥିବା ବେଳେ ରୁନି ନାୟକ (୩୯ତମ), ଯଶୋଦା ମୁଣ୍ଡା (୪୫ତମ) ଓ ସୁମିତ୍ରା ଖାଲଖୋ (୭୧ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ। ରବିବାର ଓଡ଼ିଶା ସେମିଫାଇନାଲରେ ଇଣ୍ଡିଆନ୍ ରେଲୱେକୁ ଭେଟିବ।

Related story