ରିଓ ଅଲିମ୍ପିକ୍ ପାଇଁ ଦୂତି ଚାନ୍ଦଙ୍କୁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ୨୦୧୬ ରିଓ ଅଲିମ୍ପିକର ପ୍ରସ୍ତୁତି ପାଇଁ ଦୂତି ଚାନ୍ଦଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କ ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି ନିଜ ଟ୍ୱିଟର ପେଜ୍‌ରେ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, “ନ୍ୟାସନାଲ ମିଟ୍‌ରେ ଦୂତିଙ୍କ ବୃହତ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି। ତୁମେ ଆମର ଗର୍ବ। ରାଜ୍ୟ ସରକାର ତମକୁ ସବୁ ପ୍ରକାର ସହଯୋଗ କରିବେ।” ନିକଟରେ କୋଲକତା ଶେଷ ହୋଇଥିବା […]

dutee-chand

dutee-chand

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 01:29 PM IST

Sports

Latest News

ଭୁବନେଶ୍ୱର: ୨୦୧୬ ରିଓ ଅଲିମ୍ପିକର ପ୍ରସ୍ତୁତି ପାଇଁ ଦୂତି ଚାନ୍ଦଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟ ସରକାର। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କ ପାଇଁ ପୂର୍ଣ୍ଣ ସହଯୋଗ କରିବେ ବୋଲି ନିଜ ଟ୍ୱିଟର ପେଜ୍‌ରେ ଟ୍ୱିଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, “ନ୍ୟାସନାଲ ମିଟ୍‌ରେ ଦୂତିଙ୍କ ବୃହତ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି। ତୁମେ ଆମର ଗର୍ବ। ରାଜ୍ୟ ସରକାର ତମକୁ ସବୁ ପ୍ରକାର ସହଯୋଗ କରିବେ।”

ନିକଟରେ କୋଲକତା ଶେଷ ହୋଇଥିବା ୫୫ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଉନ୍ନତ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିରେ ଦୂତି ୧୦୦ମିଟର,୨୦୦ମି ଏବଂ ୪ଗୁଣା୧୦୦ମିଟରରେ ୩ଟି ସ୍ୱର୍ଣ୍ଣ ପଦକ ଜିଣିଥିଲେ।

ଏନେଇ ଦୂତି ଚାନ୍ଦ କହିଛନ୍ତି ଯେ,“  ରିଓ ଅଲିମ୍ପିକ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ମୁଁ କୃତଜ୍ଞ। ରିଓ ଅଲିମ୍ପିକରେ ମୁଁ ମୋର ରାଜ୍ୟ ପାଇଁ ଗୌରବ ଆଣିବା ଶତପ୍ରତିଶତ ଚେଷ୍ଠା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos