ସର୍ଭିସ ବିପକ୍ଷରେ ଓଡ଼ିଶା ହାସଲ କଲା ଲିଡ୍‌, ଶତକରୁ ୪ ରନ୍‌ ଦୂରରେ ଦେବାଶିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିର ଓଡ଼ିଶାର ଦବଦବା ଜାରି ରହିଛି। ଏଲିଟ୍ ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚରେ ସର୍ଭିସେସକୁ ପ୍ରଥମେ ବୋଲିଂ ଓ ଏବେ ବ୍ୟାଟିଂରେ ବ୍ୟାକଫୁଟକୁ ଠେଲି ଦେଇଛି। ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିବା ଓଡ଼ିଶା ଟିମ କଟକର ଡ୍ରମ୍ସ ଗ୍ରାଉଣ୍ଡରେ ମଧ୍ୟ ନିଜର ଦମ ଦେଖାଇଛି। ସର୍ଭିସେସକୁ ପ୍ରଥମ ଇନିଂସ୍‌ରେ ଓଡ଼ିଶା ୨୭୧ ରନ୍‌ରେ ଅଲଆଉଟ କରିଦେଇଥିଲା। ଦ୍ୱିତୀୟ ଦିନରେ ଖେଳ […]

sew

Hemant Lenka
  • Published: Wednesday, 18 December 2019
  • , Updated: 18 December 2019, 07:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ଟ୍ରଫିର ଓଡ଼ିଶାର ଦବଦବା ଜାରି ରହିଛି। ଏଲିଟ୍ ଗ୍ରୁପ୍‌-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚରେ ସର୍ଭିସେସକୁ ପ୍ରଥମେ ବୋଲିଂ ଓ ଏବେ ବ୍ୟାଟିଂରେ ବ୍ୟାକଫୁଟକୁ ଠେଲି ଦେଇଛି। ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ହରାଇଥିବା ଓଡ଼ିଶା ଟିମ କଟକର ଡ୍ରମ୍ସ ଗ୍ରାଉଣ୍ଡରେ ମଧ୍ୟ ନିଜର ଦମ ଦେଖାଇଛି।

ସର୍ଭିସେସକୁ ପ୍ରଥମ ଇନିଂସ୍‌ରେ ଓଡ଼ିଶା ୨୭୧ ରନ୍‌ରେ ଅଲଆଉଟ କରିଦେଇଥିଲା। ଦ୍ୱିତୀୟ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦେବାଶିଷ ସାମନ୍ତରାୟଙ୍କ ଅପରାଜିତ ୯୬ ବଲରେ ୬ ୱିକେଟ ହରାଇ ୨୮୦ ରନ୍‌ କରିଛି। ଓଡ଼ିଶା ପାଖରେ ଆହୁରି ୪ଟି ୱିକେଟ ଥିବା ବେଳେ ଦଳ ସର୍ଭିସେସର ପ୍ରଥମ ଇନିଂସ ଠାରୁ ୯ ରନ୍‌ର ଅଗ୍ରଣୀ ହାସଲ କରିନେଇଛି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ବିନା କ୍ଷତିରେ ୪୩ ରନ୍ କରିଥିଲା। ଆଜି ଦଳର ଦୁଇ ଓପ୍ନର ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତନୁ ମିଶ୍ର ଇନିଂସ ଆରମ୍ଭ କରିଥିଲେ। ତେବେ ଗତକାଲି ୩୩ ରନ କରିଥିବା ଅନୁରାଗ ଆଉ ମାତ୍ର ୪ ରନ୍‌ କରି ପ୍ରଥମେ ଆଉଟ ହୋଇଥିଲେ। ଶାନ୍ତୁନ ଓ ଦେବାଶିଷ ସାମନ୍ତରାୟ ସ୍ଥିତି ସମ୍ଭାଳି ଓଡ଼ିଶାର ସ୍କୋରକୁ ଆଗକୁ ନେଇଥିଲେ।

ଦଳୀୟ ସ୍କୋର ୮୬ ଥିବା ବେଳେ ଶାନ୍ତନୁ ବ୍ୟକ୍ତିଗତ ୩୬ ରନ୍‌ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମ ବଲରେ ହିଁ ଆଉଟ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଦେବାଶିଷ ଓ ବିପ୍ଳବ ସାମନ୍ତରାୟ ୧୨୩ ରନ୍‌ ଯୋଡ଼ି ଓଡ଼ିଶାର ସ୍ଥିତିକୁ ମଜଭୂତ କରିଥିଲେ।

ଏହି ସମୟରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୩୨ ବଲରେ ୭୩ ରନ୍‌ କରିଥିବା ବିପ୍ଳବଙ୍କୁ ସିର୍ଭିସେସର ଦିୱେଶ ପଠାନିଆ ବୋଲ୍ଡ କରିଦେଇଥିଲେ। ଅଭିଷେକ ରାଉତ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ସୁଜିତ ଲେଙ୍କା ୨୭ ରନ୍‌ କରି ଦେବାଶିଷଙ୍କୁ ଭରପୂର ସହଯୋଗ କରିଥିଲେ। ତେବେ ଷ୍ଟମ୍ପ ଅପସାରଣକୁ ଆଉ କିଛି ସମୟ ଥିବା ବେଳେ ସେ ମଧ୍ୟ ଆଉଟ ହୋଇଯାଇଥିଲେ। ତେବେ ଷ୍ଟମ୍ପ ଅପସାରଣ ଯାଏ ଦେବାଶିଷ (୯୬) ଓ ଦେବବ୍ରତ ପ୍ରଧାନ (୮) ଓଡ଼ିଶାକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ।

Related story