ଲୁଧିଆନା: ଚଳିତ ୭୩ତମ ଜାତୀୟ ଫୁଟବଲ ଚାମ୍ପିଅନଶିପ ସନ୍ତୋଷ ଟ୍ରଫିର ଫାଇନାଲ୍ ରାଉଣ୍ଡରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି। ଶୁକ୍ରବାର ଓଡ଼ିଶା ତା'ର ଦ୍ୱିତୀୟ ମ୍ୟାଚରେ ସର୍ଭିସେସ ନିକଟରୁ ୦-୨ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଓଡ଼ିଶା ତା'ର ପ୍ରଥମ ମୁକାବିଲାରେ ମେଘାଳୟଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା।
ଆଜି ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମ୍ୟାଚର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ହୋଇଥିଲା, ଯେଉଁଥିରେ କେହିକାହାରିକୁ ଗୋଲ୍ ଦେଇପାରିନଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା।
ତେବେ ୭୨ତମ ମିନିଟରେ ସର୍ଭିସେସକୁ ପେନାଲ୍ଟି ମିଳିଥିଲା, ଯାହାକୁ ଏନ୍. ସୁରେଶ ମୈତି ଗୋଲରେ ପରିଣତ କରି ନିଜ ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହା ପରେ ୮୭ତମ ମିନିଟରେ ହରିକ୍ରିଷ୍ଣା ସର୍ଭିସେସ୍ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ସର୍ଭିସେସ୍ ମ୍ୟାଚକୁ ୨-୦ ଗୋଲରେ ଜିତିନେଇଥିଲା। ଆସନ୍ତା ୧୪ ତାରିଖରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚରେ ଗୋଆକୁ ଭେଟିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ଖଲିସ୍ତାନୀ ଆତଙ୍କୀ
ଘଟଣାସ୍ଥଳରୁ ଦୁଇଟି ଏକେ-47 ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।
Science & Environment
ମହାକାଶରେ ଝୁଡ଼ଙ୍ଗ ମଞ୍ଜି ହେବ ଗଜା
କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି RV ସାଟ୍-1 ପେଲୋଡଡ୍ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ।
National
ଫୁଟ୍ପାଥରେ ଶୋଇଥିଲେ ୯ ଜଣ, ମାଡ଼ିଗଲା ଡମ୍ପର୍
ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଛୋଟ ପିଲା ଅଛନ୍ତି। ସେହିପରି ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।