ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ତୃତୀୟ ପରାଜୟ ବରଣ କରିଛି। ନୂଆଦିଲ୍ଲୀର ପଲାମ୍ ଏୟାରଫୋର୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିରୋଦା ବିପକ୍ଷ ମ୍ୟାଚରେ ଦଳ ୫୬ରନରେ ପରାଜିତ ହୋଇଛି। ପୂର୍ବରୁ ଓଡ଼ିଶା ମହାରାଷ୍ଟ୍ର, ଦିଲ୍ଲୀଠାରୁ ପରାଜିତ ହୋଇଥିଲା।
ଏହି ବିଜୟ ସହ ବରୋଦା ୮ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ଥିବା ବେଳେ ଓଡ଼ିଶା ଏହି ୪ ପଏଣ୍ଟ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ବରୋଦା ୪ଟି ମ୍ୟାଚରୁ ୨ଟି ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି। ଓଡ଼ିଶା ୪ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି।
ବରୋଦା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ଦଳ ୨୨୬ ରନ କରିଥିଲା। ଦଳ ପକ୍ଷରୁ ଆଦିତ୍ୟ ୱାଘେମୋଡେ ୧୪୩ ବଲରୁ ୧୧୧ରନ, କେଦାର ଦେୱଧର ୩୯ ବଲରୁ ୩୦ ଓ ଏଚ୍.ଏଚ୍. ପାଣ୍ଡିଆ ୪୮ ବଲରୁ ୩୦ ରନ ସଂଗ୍ରହ କରିଥିଲେ। ଓଡ଼ିଶା ପକ୍ଷରୁ ଅଙ୍କିତ ଯାଦବ୍ ୪ଟି, ବସନ୍ତ ମହାନ୍ତି ୨ଟି ଓ ଶେଷଦୀପ୍ ପାତ୍ର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଓଡ଼ିଶା ବୋଲର ଭଲ ବୋଲିଂ କରିଥିଲେ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମାନ ଆଦିତ୍ୟଙ୍କୁ ଅଟକାଇବାରେ ବିଫଲ ହଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।