ଓଡ଼ିଶାରେ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଲୋଚନା

ଭୁବେନାଶ୍ୱର: ଓଡ଼ିଶାରେ ୨୦୧୭ରେ ହକି ୱାର୍ଲ୍ଡ ଲିଗ୍‌ ଓ ୨୦୧୮ରେ ହକି ୱାର୍ଲ୍ଡ କପ୍‌ ଆୟୋଜନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ବୈଠକରେ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଶାସନ ସଚିବ ବିଶାଳ ଦେବ ଏହି ଦୁଇ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବିତ ସୂଚୀ ଉପସ୍ଥପାନ କରିଥଲେ। ୨୦୧୭ ଡିସେମ୍ବର ୨ରୁ […]

bishal-dev

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 06:27 PM IST

ଭୁବେନାଶ୍ୱର: ଓଡ଼ିଶାରେ ୨୦୧୭ରେ ହକି ୱାର୍ଲ୍ଡ ଲିଗ୍‌ ଓ ୨୦୧୮ରେ ହକି ୱାର୍ଲ୍ଡ କପ୍‌ ଆୟୋଜନ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ବୈଠକରେ ଯୁବ ଓ କ୍ରୀଡା ବ୍ୟାପାର ବିଭାଗ ଶାସନ ସଚିବ ବିଶାଳ ଦେବ ଏହି ଦୁଇ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବିତ ସୂଚୀ ଉପସ୍ଥପାନ କରିଥଲେ।

୨୦୧୭ ଡିସେମ୍ବର ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ହକି ୱାର୍ଲ୍ଡ ଲିଗ୍‌ ଓ ୨୦୧୮ ନଭେମ୍ବର-ଡିସେମ୍ବରରେ ହକି ୱାର୍ଲ୍ଡ କପ୍‌ ଓଡ଼ିଶାରେ ଆୟୋଜିତ ହେବ।

ବୈଠକରେ ଉନ୍ନୟନ କମିଶନର ଆର‍‌. ବାଲକ୍ରିଷ୍ଣନ୍‌, କ୍ରୀଡା ନିର୍ଦ୍ଦେଶକ ଅନନ୍ତ କୁମାର ଜେନାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ବିଶାଲ ଦେବ କହିଛନ୍ତି,“ଦୁଇଟି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆମେ ଆୟୋଜନ କରିବାକୁ ଯାଉଛୁ। ଏଥିପାଇଁ ପ୍ରାୟୋଜକ ଓ ଅର୍ଥର ଆବଶ୍ୟକତା ରହିବ। ଆମେ ଆଶା କରୁଛୁ ବିଭିନ୍ନ କମ୍ପାନୀ ପ୍ରାୟୋଜକ ହେବାକୁ ଆଗେଇ ଆସିବେ।”

Related story