ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍‌: ୨୦୦ ମିଟରରେ ବି ଦୂତୀଙ୍କୁ ସ୍ୱର୍ଣ୍ଣ

ରାଞ୍ଚି: ଚଳିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀ ମହିଳା ୨୦୦ ମିଟରରେ ମଧ୍ୟ ଏହି ସଫଳତାକୁ ଦୋହରାଇଛନ୍ତି। ସେ ୨୦୦ ମିଟରକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶ୍ରୀନ୍ଦ୍ରାନ୍ ନିର୍ଦ୍ଧାରିତ ଦୂରତାକୁ ୨୩.୪୧ ସେକେଣ୍ଡରେ ଅତିକ୍ରମ କରି […]

dutee

dutee

Ranjit Kumar Jena
  • Published: Sunday, 13 October 2019
  • Updated: 13 October 2019, 08:19 PM IST

Sports

Latest News

ରାଞ୍ଚି: ଚଳିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀ ମହିଳା ୨୦୦ ମିଟରରେ ମଧ୍ୟ ଏହି ସଫଳତାକୁ ଦୋହରାଇଛନ୍ତି। ସେ ୨୦୦ ମିଟରକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁଶ୍ରୀନ୍ଦ୍ରାନ୍ ନିର୍ଦ୍ଧାରିତ ଦୂରତାକୁ ୨୩.୪୧ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିଥିବା ବେଳେ ରେଲୱେର ଚନ୍ଦ୍ରଲେଖା ଆନନ୍ଦନ୍ ୨୩.୭୪ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଏହା ପୂର୍ବରୁ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟର ସେମିଫାଇନାଲକୁ ଦୂତୀ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ସେ ଯଦି ଏହି ଇଭେଣ୍ଟକୁ ୧୧.୧୫ ସେକେଣ୍ଡରେ ଅତିକ୍ରମ କରିଥାନ୍ତେ, ତାହେଲେ ଅଲିମ୍ପିକକୁ କ୍ୱାଲିଫାଏ କରିଥାନ୍ତେ। ଏହି ଚାମ୍ପିୟନଶିପରେ ଓଡ଼ିଶାର ଅମିୟ ମଲିକ୍ ପୁରୁଷ ୧୦୦ ମିଟର୍ ଏବଂ ଯଉନା ମୁର୍ମୁ ମହିଳା ୪୦୦ ମିଟର୍ ହର୍ଡଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos