ପୂର୍ବରୁ କେଉଁଠି ରହୁଥିଲେ ଆମ କ୍ରିକେଟ୍ ଷ୍ଟାର

ଭାରତରେ ଫିଲ୍ମ ପରେ କ୍ରିକେଟ ଖେଳର ଅଧିକା ଚାହିଦା ରହିଛି। ଫିଲ୍ମଷ୍ଟାରଙ୍କ ପରି କ୍ରିକେଟ୍‌ ଷ୍ଟାରଙ୍କ ଫ୍ୟାନ୍‌ ବି ବହୁତ। ଫିଲ୍ମ କଳାକାରଙ୍କ ପରି କ୍ରିକେଟ୍ ଖେଳାଳିଙ୍କ ଆୟ ବି ଅଧିକ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଥରେ ସୁଯୋଗ ପାଇଗଲେ ଯେମିତି ଭାଗ୍ୟରେ ପରିବର୍ତ୍ତନ ହୋଇଯାଇଥାଏ। ମ୍ୟାଚ୍‌ରୁ ଯେତିକି ପାଉଣା ପାଇଥାନ୍ତି ତା’ଠାରୁ ଅଧିକ ମିଳିଥାଏ ଆଇପଏଲ୍ ଓ ବିଜ୍ଞାପନରୁ। କୋଟି କୋଟି ଟଙ୍କା ଆୟ କରୁଥିବା କିଛି ଭାରତୀୟ କ୍ରିକେଟର ପୂର୍ବରୁ ରହୁଥିବା ଘରକୁ ନେଇ […]

virat house

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 01:23 PM IST

ଭାରତରେ ଫିଲ୍ମ ପରେ କ୍ରିକେଟ ଖେଳର ଅଧିକା ଚାହିଦା ରହିଛି। ଫିଲ୍ମଷ୍ଟାରଙ୍କ ପରି କ୍ରିକେଟ୍‌ ଷ୍ଟାରଙ୍କ ଫ୍ୟାନ୍‌ ବି ବହୁତ। ଫିଲ୍ମ କଳାକାରଙ୍କ ପରି କ୍ରିକେଟ୍ ଖେଳାଳିଙ୍କ ଆୟ ବି ଅଧିକ। ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଥରେ ସୁଯୋଗ ପାଇଗଲେ ଯେମିତି ଭାଗ୍ୟରେ ପରିବର୍ତ୍ତନ ହୋଇଯାଇଥାଏ। ମ୍ୟାଚ୍‌ରୁ ଯେତିକି ପାଉଣା ପାଇଥାନ୍ତି ତା’ଠାରୁ ଅଧିକ ମିଳିଥାଏ ଆଇପଏଲ୍ ଓ ବିଜ୍ଞାପନରୁ। କୋଟି କୋଟି ଟଙ୍କା ଆୟ କରୁଥିବା କିଛି ଭାରତୀୟ କ୍ରିକେଟର ପୂର୍ବରୁ ରହୁଥିବା ଘରକୁ ନେଇ ଆଜିର ବିଶେଷ ଉପସ୍ଥାପନା।

ମହେନ୍ଦ୍ର ସିଂ ଧୋନୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କ୍ରିକେଟ ଜଗତକୁ ଆସିବା ପୂର୍ବରୁ ଧୋନୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। ଏବେ ଶହ ଶହ କୋଟି ଟଙ୍କାର ମାଲିକ ଧୋନୀ ଭାରତ କ୍ରିକେଟ୍‌ ଟିମ୍‌ କ୍ୟାପ ପିନ୍ଧିବା ପୂର୍ବରୁ ଏହି ଘରେ ରହୁଥିଲେ।

ବିରାଟ କୋହଲି: ବର୍ତ୍ତମାନ ବିରାଟ କୋହଲି ହେଉଛନ୍ତି ଧନୀ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ଜଣେ। ଏବେ ଆଲିଶାନ ବଙ୍ଗଲାରେ ରହୁଥିବା କୋହଲି ମଧ୍ୟପ୍ରଦେଶରେ ପରିବାର ସହ ଏକ ଛୋଟ କୋଠା ଘରେ ରହୁଥିଲେ। ପରେ ଏହି ତାଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲେ।

ଆହୁରି ମଧ୍ୟ ପଢନ୍ତୁ: ସାନିଆଙ୍କୁ ଭୁଲ୍ ମାଗିଲେ ପାକ୍‌ କ୍ରିକେଟର ଶାଦବ, କାରଣ ଜାଣିଲେ ହସିହସି ହେବେ ବେଦମ୍‌

ଇରଫାନ ପଠାନ: ଭାରତ ଦଳର ଅଲରାଉଣ୍ଡର ଭାବେ ଜଣାଶୁଣା ପୂର୍ବତନ କ୍ରିକେଟର ଇରଫାନ ପଠାନ୍‌ ଗୁଜରାଟ୍‌ର ମାଣ୍ଡୱିରେ ପରିବାର ସହ ଏକ ଛୋଟ ଘରେ ରହୁଥିଲେ। ଏ ହେଉଛି ସେହି ଫଟୋ, ଯେଉଁଠି ପଠାନ ଭ୍ରାତାଙ୍କ ପିଲାଦିନ କଟିଛି।

ରବିନ୍ଦ୍ର ଜାଡେଜା: ୧୯୮୮ ମସିହାରେ ଗୁଜରାଟର ନଭଗମ ଘେଡ୍‌ରେ ରବିନ୍ଦ୍ର ଜାଡେଜାଙ୍କ ଜନ୍ମ। ତାଙ୍କ ବାପା ଜମେ ୱାଚ୍‌ମ୍ୟାନ ଥିଲେ। ଆମେ ପୋଷ୍ଟ କରିଥିବା ଫଟୋଟି ଜାଡେଜା ୨୦୦୫ରେ ରହୁଥିବା ତାଙ୍କ ପୁରୁଣା ଘରର।

ସଚିନ ତେନ୍ଦୁଲକର: ମୁମ୍ବାଇର ‘ସାହିତ୍ୟ ସହବାସ’ ନାମକ ଏହି ବିଲ୍ଡିଂରେ ରହୁଥିଲେ ମାଷ୍ଟର ବ୍ଲାଷ୍ଟାର ସଚିନ୍ ତେନ୍ଦୁଲକର। ଏହି ବିଲ୍ଡିଂର ଚତୁର୍ଥ ମହଲାରେ ଦୀର୍ଘ ୨୮ ବର୍ଷ ପରିବାର ସହ ସଚିନ୍ ରହିଥିଲେ।

କିଛି ରୋମାଞ୍ଚକର ତଥ୍ୟ: ନିଜ ପିଲାଙ୍କୁ ନେଇ କାହିଁକି ଚିନ୍ତାରେ ଅଛନ୍ତି ସଚିନ ତେନ୍ଦୁଲକର?

ଉମେଶ ଯାଦବ: ଭାରତର ଏହି କ୍ରିକେଟ ତାରକାଙ୍କ ପରିବାର ଆର୍ଥିକ ଅବସ୍ଥା ବହୁତ ଖରାପ ଥିଲା। କ୍ରିକେଟ ଦୁନିଆକୁ ପ୍ରେବେଶ କରିବା ପୂର୍ବରୁ ଉମେଶ ନାଗପୁରର ଏକ ଛୋଟିଆ ଗାଁରେ ଏହି ଘରେ ରହୁଥିଲେ। ତାଙ୍କ ବାପା କୋଇଲା ଖଣିରେ ଜଣେ ଶ୍ରମିକ ଭାବେ କାମ କରୁଥିଲେ।

ଓଡିଶା ରିପୋଟର ସ୍ପେସିଆଲ: ବାପା ଶ୍ରମିକ, ପୁଅ ଷ୍ଟାର କ୍ରିକେଟର୍‌: IPL ଦେଖିବାକୁ ଆସିଥିବା ଜଣେ ଦର୍ଶକର ପ୍ରେମରେ ପଡି ବିବାହ କରିଥିଲେ

ଯଜୁବେନ୍ଦର ଚହଲ: ଏହି ଚମତ୍କାର ବୋଲର ନିକଟରେ ତାଙ୍କ ବୋଲିଂର ଯାଦୁ ଦେଖାଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଚହଲ ଆଜି କୋଟି କୋଟି ଟଙ୍କାର ମାଲିକ। ହେଲେ ଆଜି ବି ସେ ତାଙ୍କର ଏହି ପୁରୁଣା ଘରେ ରହୁଛନ୍ତି।

Related story