ଓଲି ହେବ ରାଜ୍ୟର ସ୍ଥାୟୀ କ୍ରୀଡ଼ା ମାସ୍କଟ: ଅଲିଭ୍ ରିଡ୍ଲେ କଇଁଛଙ୍କ ସଂପର୍କରେ ସଚେତନତା ଲକ୍ଷ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ହକି ଷ୍ଟିକ୍ ସହ ଗ୍ରାଉଣ୍ଡକୁ ଓହ୍ଲାଇବ ଓଲି।  ଡିସେମ୍ବର ୧ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ଥିବା ବିଶ୍ୱ ହକି ଲିଗ୍ ଫାଇନାଲସ ଓ ଆସନ୍ତା ବର୍ଷ ନଭେମ୍ବରରୁ ହେବାକୁ ଥିବା ବିଶ୍ୱକପ ହକି ଚାମ୍ପିୟନସିପ ପାଇଁ ଓଲି ହେବ ମାସ୍କଟ। କେବଳ ଏହି ଦୁଇଟି ପ୍ରତିଯୋଗିତା ନୁହେଁ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଲିକୁ ମାସ୍କଟ ଭାବେ ବ୍ୟବହାର କରାଯିବ। ଅର୍ଥାତ୍ ରାଜ୍ୟ […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 07:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ହକି ଷ୍ଟିକ୍ ସହ ଗ୍ରାଉଣ୍ଡକୁ ଓହ୍ଲାଇବ ଓଲି।  ଡିସେମ୍ବର ୧ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ଥିବା ବିଶ୍ୱ ହକି ଲିଗ୍ ଫାଇନାଲସ ଓ ଆସନ୍ତା ବର୍ଷ ନଭେମ୍ବରରୁ ହେବାକୁ ଥିବା ବିଶ୍ୱକପ ହକି ଚାମ୍ପିୟନସିପ ପାଇଁ ଓଲି ହେବ ମାସ୍କଟ। କେବଳ ଏହି ଦୁଇଟି ପ୍ରତିଯୋଗିତା ନୁହେଁ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଲିକୁ ମାସ୍କଟ ଭାବେ ବ୍ୟବହାର କରାଯିବ। ଅର୍ଥାତ୍ ରାଜ୍ୟ ସରକାର ଓଲିକୁ ସ୍ଥାୟୀ ମାସ୍କଟ ଭାବେ ଗ୍ରହଣ କରିଛନ୍ତି। ତେବେ ପ୍ରତିଯୋଗିତା ଅନୁସାରେ ଓଲିରେ ପରିବର୍ତ୍ତନ କରାଯିବ। ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଓଲିକୁ ଫୁଟବଲ୍ ସହ ଏବଂ ରଗ୍‌ବୀ ବେଲେ ଓଲିକୁ ରଗ୍‌ବୀ ବଲ ସହ ଦେଖିବାକୁ  ମିଳିବ।

ଓଡ଼ିଶା ଉପକୁଳରେ ଅଣ୍ଡା ଦେବାକୁ ଆସୁଥିବା ବିରଳ ଅଲିଭ୍ ରିଡ୍ଲେ କଇଁଞ୍ଛଙ୍କ ସଂପର୍କରେ ସଚେତନତା ସୃଷ୍ଟି ଲାଗି ଗତ ଜୁଲାଇ ମାସରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏସିଆନ୍ ଆଥଲେଟିକସ ଚାମ୍ପିୟନସିପରେ ଓଲିକୁ ମାସ୍କଟ ରୂପେ ଗ୍ରହଣ କରାଯାଇଥିଲା। ଏହି ମାସ୍କଟ ବି ସମସ୍ତଙ୍କ ମନ ଛୁଇଁଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଦେଶଗୁଡିକ ଏହାର ପ୍ରସଂଶା ମଧ୍ୟ କରିଥିଲେ। ଓଡ଼ିଶା ବ୍ୟତୀତ କେବଳ ମେକ୍ସିକୋ ଓ କ୍ରୋଏସିଆରେ ଅଲିଭ୍ ରିଡ୍ଲେକୁ ଦେଖିବାକୁ ମିଳେ। ତେଣୁ ସେମାନଙ୍କ ସୁରକ୍ଷା ସଂପର୍କରେ ସଚେତନତା ବାର୍ତ୍ତା ଦେବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱ ହକି ଲିଗ ଫାଇନାଲ୍ସ ଲାଗି ନଭେମ୍ବର ପହିଲାରୁ ଓଲି ପ୍ରଚାର ଅଭିଯାନ ଆରମ୍ଭ କରିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos