ମାତ୍ର ୦.୦୧ ସେକେଣ୍ଡ ପାଇଁ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହେଲେ ଦୂତି

ଭୁବନେଶ୍ୱର: ମାତ୍ର ୦.୦୧ ସେକେଣ୍ଡ ପାଇଁ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି ଓଡ଼ିଶା ସ୍ପ୍ରିଣ୍ଟର ଦୂତି ଚାନ୍ଦ। ନୂଆଦିଲ୍ଲୀରେ ଫେଡେରେସନ୍‌ କପ୍‌ ନ୍ୟାସନାଲ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପର ୧୦୦ ମିଟର ଦୌଡ଼ରେ ଦୂତି ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ ଯୋଗ୍ୟତା ପାଇଁ ୧୧.୩୨ ସେକଣ୍ଡର ଟାଇମିଂ ଥିବା ବେଳେ ଦୂତି ୧୧.୩୩ ସେକେଣ୍ଡରେ ରେସ୍‌ ଶେଷ କରିଥିଲେ। ଏହି ଟାଇମିଂ ସହ ସେ ୧୬ ବର୍ଷର ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି। […]

dutee-chand

Rakesh Mallick
  • Published: Thursday, 28 April 2016
  • , Updated: 29 April 2016, 04:25 AM IST

ଭୁବନେଶ୍ୱର: ମାତ୍ର ୦.୦୧ ସେକେଣ୍ଡ ପାଇଁ ଅଲିମ୍ପିକ୍ ଯୋଗ୍ୟତାରୁ ବଞ୍ଚିତ ହୋଇଛନ୍ତି ଓଡ଼ିଶା ସ୍ପ୍ରିଣ୍ଟର ଦୂତି ଚାନ୍ଦ। ନୂଆଦିଲ୍ଲୀରେ ଫେଡେରେସନ୍‌ କପ୍‌ ନ୍ୟାସନାଲ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପର ୧୦୦ ମିଟର ଦୌଡ଼ରେ ଦୂତି ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଲିମ୍ପିକ ଯୋଗ୍ୟତା ପାଇଁ ୧୧.୩୨ ସେକଣ୍ଡର ଟାଇମିଂ ଥିବା ବେଳେ ଦୂତି ୧୧.୩୩ ସେକେଣ୍ଡରେ ରେସ୍‌ ଶେଷ କରିଥିଲେ। ଏହି ଟାଇମିଂ ସହ ସେ ୧୬ ବର୍ଷର ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି। ହେଲେ ଏହା ଅଲିମ୍ପିକ ଯୋଗ୍ୟତା ପାଇଁ ଯଥେଷ୍ଟ ହୋଇନାହିଁ।

ଏହି ରେସ୍‌ରେ ଓଡ଼ିଶାର ଅନ୍ୟତମ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ୧୧.୪୫ ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ।

Related story