ଅଲିମ୍ପିକରେ କ୍ରିକେଟକୁ ସାମିଲ କରାଯାଉ: ସଚୀନ ତେନ୍ଦୁଲକର

ଲଣ୍ଡନ: ଅଲିମ୍ପିକରେ କ୍ରିକେଟକୁ ସାମିଲ କରାଯିବା ଉଚିତ୍। ବିବିସି ୱାର୍ଲ୍ଡ ସର୍ଭିସକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ଭାରର୍ତୀ ଦଳର ପୂର୍ବତନ ଅଧିନାୟକ ସଚୀନ ତେନ୍ଦୁଲକର।  ସେ କହିଛନ୍ତି ଯେ ଅଲିମ୍ପିକ୍ ପାଇଁ କ୍ରିକେଟର ଟି-ଟ୍ୱେଣ୍ଟି ଫର୍ମାଟ୍ ସବୁଠୁ ଫିଟ୍। କ୍ରିକେଟ୍ ବିଷୟରେ କିଛି ଜାଣି ନଥିବା ଲୋକେ ତଥା ଯେଉଁମାନେ ଏହାକୁ ଅଲିମ୍ପିକରେ ଦେଖିବାକୁ ଚାହୁଁଥିବା ଲୋକେ ଏହି ଫର୍ମାଟକୁ ସହଜରେ ଗ୍ରହଣ କରିପାରିବେ ବୋଲି ସେ ଆଶା କରୁଛନ୍ତି। ସଚୀନ କହିଛନ୍ତି […]

sachin

sachin

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 04:04 PM IST

Sports

Latest News

ଲଣ୍ଡନ: ଅଲିମ୍ପିକରେ କ୍ରିକେଟକୁ ସାମିଲ କରାଯିବା ଉଚିତ୍। ବିବିସି ୱାର୍ଲ୍ଡ ସର୍ଭିସକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ଭାରର୍ତୀ ଦଳର ପୂର୍ବତନ ଅଧିନାୟକ ସଚୀନ ତେନ୍ଦୁଲକର।  ସେ କହିଛନ୍ତି ଯେ ଅଲିମ୍ପିକ୍ ପାଇଁ କ୍ରିକେଟର ଟି-ଟ୍ୱେଣ୍ଟି ଫର୍ମାଟ୍ ସବୁଠୁ ଫିଟ୍। କ୍ରିକେଟ୍ ବିଷୟରେ କିଛି ଜାଣି ନଥିବା ଲୋକେ ତଥା ଯେଉଁମାନେ ଏହାକୁ ଅଲିମ୍ପିକରେ ଦେଖିବାକୁ ଚାହୁଁଥିବା ଲୋକେ ଏହି ଫର୍ମାଟକୁ ସହଜରେ ଗ୍ରହଣ କରିପାରିବେ ବୋଲି ସେ ଆଶା କରୁଛନ୍ତି।

ସଚୀନ କହିଛନ୍ତି ଯେ ଟି-ଟ୍ୱେଣ୍ଟି ମ୍ୟାଚ୍ ମାତ୍ର ୩ ଘଣ୍ଟାରେ ଶେଷ ହୋଇଯାଉଛି। ତେଣୁ ସମୟ ସମସ୍ୟା ବି ନାହିଁ। ଜଣେ ମାତ୍ର ୩ ଘଣ୍ଟା ମ୍ୟାଚ୍ ଦେଖ ଘରକୁ ଫେରି ଆସିବ।

୧୯୯୦ରୁ ଅଲିମ୍ପିକରେ ଆଉ କ୍ରିକେଟକୁ ସ୍ଥାନିତ କରାଯାଉ ନାହିଁ। ତେବେ ଆସନ୍ତା ମାସରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସମ୍ମୁଖରେ ଏ ବିଷୟ ଉତଥାପନ କରିବ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବା ଆଇସିସି। ଅତୀତରେ ଆଇସିସି ନିଜ ଆଡୁ ହିଁ ଅଲିମ୍ପିକରେ ସାମିଲ ହେବାକୁ ଚାହୁଁ ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos