ବିଶ୍ୱ ଚାମ୍ପିଅନ୍‌ସିପ୍‌ ଅପେକ୍ଷା ଅଲିମ୍ପିକ୍‌ ମେଡାଲ ମୋ ପାଇଁ ବେଶୀ ଗୁରୁତ୍ୱ ରଖେ : ସିନ୍ଧୁ

ମୁମ୍ବାଇ: “ବିଶ୍ୱ ଚାମ୍ପିଅନ୍‌ସିପ୍‌ ଅପେକ୍ଷା ଅଲିମ୍ପିକ୍‌ ମେଡାଲ ମୋ ପାଇଁ ବେଶୀ ଗୁରୁତ୍ୱପୁର୍ଣ୍ଣ। ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ମୁଁ ପ୍ରଥମ ଥର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାରୁ ମୋ ପାଇଁ  ଏହା ବେଶୀ ଗୁରୁତ୍ୱପୁର୍ଣ୍ଣ।” ଶୁକ୍ରବାର ଏହା କହିଛନ୍ତି ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଗାତାର ଭାବେ ୨ଟି ବ୍ରୋଞ୍ଜ ଜିତି ଥିବା ଭାରତ ପିଭି ସିନ୍ଧୁ। ସେ ଆହୁରି ମଧ୍ୟ କହିଛନ୍ତି,“ଏହି କ୍ରାଡ଼ା ମହାକୁମ୍ଭ ବିଶ୍ୱ ଚାମ୍ପିଅନ୍‌ସିପ ଅପେକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ସେଠାକାର […]

pv sindhu_AP1213

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 02:14 PM IST

ମୁମ୍ବାଇ: “ବିଶ୍ୱ ଚାମ୍ପିଅନ୍‌ସିପ୍‌ ଅପେକ୍ଷା ଅଲିମ୍ପିକ୍‌ ମେଡାଲ ମୋ ପାଇଁ ବେଶୀ ଗୁରୁତ୍ୱପୁର୍ଣ୍ଣ। ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ରିଓ ଅଲିମ୍ପିକ୍‌ରେ ମୁଁ ପ୍ରଥମ ଥର ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାରୁ ମୋ ପାଇଁ  ଏହା ବେଶୀ ଗୁରୁତ୍ୱପୁର୍ଣ୍ଣ।” ଶୁକ୍ରବାର ଏହା କହିଛନ୍ତି ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ଗାତାର ଭାବେ ୨ଟି ବ୍ରୋଞ୍ଜ ଜିତି ଥିବା ଭାରତ ପିଭି ସିନ୍ଧୁ।

ସେ ଆହୁରି ମଧ୍ୟ କହିଛନ୍ତି,“ଏହି କ୍ରାଡ଼ା ମହାକୁମ୍ଭ ବିଶ୍ୱ ଚାମ୍ପିଅନ୍‌ସିପ ଅପେକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ସେଠାକାର ପରିବେଶ ଏପରି ହୋଇଯାଇଥାଏ ଯେ ତମକୁ ମେଡାଲ ଜିତିବାକୁ ଉତ୍ସାହ ମିଳିଥାଏ। ଏହା ମୋର ପ୍ରଥମ ଅଲିମ୍ପିକ୍‌ ହୋଇଥିବାରୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି।”

ଅଗଷ୍ଟ ୫ ରୁ ୨୧ ଯାଏଁ  ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ବିଶ୍ୱ ମାନ୍ୟତାରେ ୧୦ମ ସ୍ଥାନରେ ଥିବା ପିଭି ସିନ୍ଧୁ ଓ ଦ୍ୱିତୀୟ ସ୍ଥାନରେ ଥିବା ସାଇନା ନେହେୱାଲଙ୍କଠାରୁ ପଦକ ଆଶା କରୁଛି। ଭାରତ ପକ୍ଷରୁ ବ୍ୟାଡମିଣ୍ଟନ ଇଭେଣ୍ଟରେ ଅଲିମ୍ପିକ୍‌ରେ ଭାଗ ନେବାକୁ ୭ ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ମହିଳା ଯୁଗଳରେ (ଜ୍ୱାଲା ଗୁଟା ଓ ଏ ପୋନ୍ନାପା) ଦ୍ୱିତୀୟ ଥର ପାଇଁ ଓ ପୁରୁଷ ଯୁଗଳ ବର୍ଗରେ ମନୁ ଅତ୍ରୀ ଓ ବି ଏସ୍‌ ରେଡ୍ଡୀ ପ୍ରଥମ ଥର ପାଇଁ ଅଲିମ୍ପିକ୍‌ରେ ଭାଗ ନେଉଛନ୍ତି। ଅନ୍ୟପକ୍ଷରେ କେ ଶ୍ରୀକାନ୍ଥ ମଧ୍ୟ ପ୍ରଥମ ଥର ପାଇଁ ଅଲିମ୍ପିକ୍‌ରେ ଭାଗ ନେଉଛନ୍ତି।

Related story