ଅଲିମ୍ପିକ୍‌ରେ ଖେଳିବେ ପେସ୍‌-ବୋପାନ୍ନା ଯୋଡ଼ି

ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରିଓ ଅଲିମ୍ପିକ୍‌ ପାଇଁ ଟେନିସ୍ ତାରକା ଲିଆଣ୍ଡର ପେସ୍‌ଙ୍କୁ ମିଳିଛି ଟିକେଟ୍। ପୁରୁଷ ଡବଲ୍ସ ବର୍ଗ ପାଇଁ ରୋହନ ବୋପାନ୍ନାଙ୍କୁ ତାଙ୍କ ଯୋଡ଼ିଦାର କରାଯାଇଛି। ଆଜି ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା) ପକ୍ଷରୁ ଏହି ଘୋଷଣା କରାଯାଇଛି। ପୁରୁଷ ଡବଲ୍ସରେ ସାକେତ ମିନେନୀଙ୍କୁ ସାଥୀ କରି ଖେଳିବାକୁ ଚାହୁଁଥିଲେ ରୋହନ ବୋପାନ୍ନା। ତେବେ ଆଇଟା ଏହାକୁ ଅଗ୍ରାହ୍ୟ କରି ଦେଇଛି। ବୋପାନ୍ନା ପେସ୍‌ଙ୍କ ସହିତ ସାଥୀ ହୋଇ […]

bopanna-paes

bopanna-paes

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 03:00 PM IST

Sports

Latest News

bopanna-paesନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରିଓ ଅଲିମ୍ପିକ୍‌ ପାଇଁ ଟେନିସ୍ ତାରକା ଲିଆଣ୍ଡର ପେସ୍‌ଙ୍କୁ ମିଳିଛି ଟିକେଟ୍। ପୁରୁଷ ଡବଲ୍ସ ବର୍ଗ ପାଇଁ ରୋହନ ବୋପାନ୍ନାଙ୍କୁ ତାଙ୍କ ଯୋଡ଼ିଦାର କରାଯାଇଛି। ଆଜି ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା) ପକ୍ଷରୁ ଏହି ଘୋଷଣା କରାଯାଇଛି।

ପୁରୁଷ ଡବଲ୍ସରେ ସାକେତ ମିନେନୀଙ୍କୁ ସାଥୀ କରି ଖେଳିବାକୁ ଚାହୁଁଥିଲେ ରୋହନ ବୋପାନ୍ନା। ତେବେ ଆଇଟା ଏହାକୁ ଅଗ୍ରାହ୍ୟ କରି ଦେଇଛି। ବୋପାନ୍ନା ପେସ୍‌ଙ୍କ ସହିତ ସାଥୀ ହୋଇ ଖେଳିଳେ ରିଓ ଅଲିମ୍ପିକ୍‌ରେ ଏକ ପଦବ ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ଆଇଟା ପକ୍ଷରୁ କୁହାଯାଇଛି।

ଆଇଟା ମୁଖ୍ୟ ଅନୀଲ ଖନ୍ନା କହିଛନ୍ତି,“ରିଓ ଅଲିମ୍ପିକ୍‌ରେ ମିକ୍ସଡ୍ ଡବଲ୍ସରେ ସାନିଆ ମୀର୍ଜାଙ୍କ  ସାଥୀ ହେବେ ରୋହନ ବୋପାନ୍ନା। ବୋପାନ୍ନାଙ୍କୁ ତାଙ୍କ ସାଥୀ କରିବା ପାଇଁ ସାନିଆ ଦାବି କରିଥିଲେ।”

ମହିଳା ଡବଲ୍ସରେ ସାନିଆ ପ୍ରାର୍ଥନା ଥୋମ୍ବାଙ୍କ ସହ ମିଶି ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos