ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା କଲା ଆଇଓସି

ଟୋକିଓ: କରୋନାଭାଇରସ୍ ମହାମାରୀ ଯୋଗୁ ବର୍ଷକ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅଲିମ୍ପିକ୍ସ ଜୁଲାଇ ୨୪ ତାରିଖରେ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା, ଯାହାକି ଠିକ୍ ୩୬୫ ପରେ ଏହି […]

tokyo

tokyo

Ranjit Kumar Jena
  • Published: Monday, 30 March 2020
  • Updated: 30 March 2020, 08:45 PM IST

Sports

Latest News

ଟୋକିଓ: କରୋନାଭାଇରସ୍ ମହାମାରୀ ଯୋଗୁ ବର୍ଷକ ପାଇଁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅଲିମ୍ପିକ୍ସ ଜୁଲାଇ ୨୪ ତାରିଖରେ ଆୟୋଜିତ ହେବା ପାଇଁ ସ୍ଥିର ହୋଇଥିଲା, ଯାହାକି ଠିକ୍ ୩୬୫ ପରେ ଏହି କ୍ରୀଡ଼ା ଆୟୋଜିତ ହେବ। ସୋମବାର ଉଭୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ତାରିଖର ଘୋଷଣା କରାଯାଇଛି। ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟିର ସଭାପତି ୟୋଶିରୋ ମୋରି ସଙ୍କେତ ଦେଇଥିଲେ ଯେ ୨୦୨୧ରେ ହେବାକୁଥିବା ଅଲିମ୍ପିକ୍ସର ତାରିଖ ସୋମବାର ଦିନ ହିଁ ଘୋଷଣା କରାଯିବ। ସେହିପରି ପାରାଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ଆସନ୍ତାବର୍ଷ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଆୟୋଜିତ ହେବ।

ଟୋକିଓ ଅଲିମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ହେବାର ଥିଲା, କିନ୍ତୁ କରୋନାଭାଇରସ୍ ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ କରିବାକୁ ପଡ଼ିଥିଲା। ଆଇଓସି ଓ ଜାପାନ ସରକାର ଏହି କ୍ରୀଡ଼ାକୁ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବା ନେଇ କହିଆସୁଥିଲେ। କିନ୍ତୁ କରୋନାଭାଇରସର ବଢ଼ୁଥିବା ପ୍ରକୋପ ମଧ୍ୟରେ କ୍ରୀଡ଼ା ମହାସଂଘ ଏବଂ ଖେଳାଳିଙ୍କ ଚାପରେ ଆସି ଆଇଓସି ଓ ଜାପାନ ସରକାର ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଅଲିମ୍ପିକ୍ସକୁ ବର୍ଷକ ପାଇଁ ଘୁଞ୍ଚାଇବା ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ୍ ବାକଙ୍କୁ ପ୍ରସ୍ତାବ ଦେଇଥିଲେ। ଆବେଙ୍କ ଏହି ପ୍ରସ୍ତାବରେ ଆଇଓସି ରାଜି ମଧ୍ୟ ହୋଇଥିଲା। ଆବେ ସ୍ୱୀକାର କରିଥିଲେ ଯେ କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ କରାଯାଇପାରିବ ନାହିଁ। ସ୍ଥଗିତ ହେବା ସତ୍ତ୍ୱେ ଅଲିମ୍ପିକ୍ସ ଟୋକିଓ-୨୦୨୦ ନାମରେ ନାମିତ ହେବ।

ଅଲିମ୍ପିକ୍ସ ଆୟୋଜନ ହେବା ନେଇ ପୂର୍ବରୁ ହିଁ ଆଶଙ୍କା ଦେଖା ଦେଇଥିଲା। ବିଭିନ୍ନ ଦେଶଗୁଡ଼ିକ ଏହି କ୍ରୀଡ଼ାକୁ ସ୍ଥଗିତ କରିବା ପାଇଁ ଆଇଓସି ନିକଟରେ ଦାବି କରିଥିଲେ। ଏପରିକି କ୍ୟାନାଡା ଓ ଅଷ୍ଟ୍ରେଲିଆ ତା'ର ଆଥଲେଟ୍ସଙ୍କୁ ଟୋକିଓ ପଠାଇବାକୁ ସିଧାସଳଖ ମନା କରିଦେଇଥିଲା। ଏହା ପୂର୍ବରୁ ମାର୍ଚ୍ଚ ୧୭ ତାରିଖରେ ଜାପାନର ଅଲିମ୍ପିକ୍ ମନ୍ତ୍ରୀ ସିଇକୋ ହାଶିମୋତୋ କହିଥିଲେ ଯେ ଅଲିମ୍ପିକ୍ସ ଆୟୋଜନ ପାଇଁ ତାଙ୍କ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେହିପରି ଆଇଓସି କହିଥିଲା ଯେ ଅଲିମ୍ପିକ୍ସ ଆୟୋଜନକୁ ନେଇ କୌଣସି ନିଷ୍ପତ୍ତି ଆଗାମୀ ମାସକ ଭିତରେ ନିଆଯିବ। ଦେଖିବାକୁ ଗଲେ ୧୨୪ ବର୍ଷର ଇତିହାସରେ କେବେବି ଅଲିମ୍ପିକ୍ସ ଗେମ୍ସକୁ ସ୍ଥଗିତ କରାଯାଇନାହିଁ। ୧୯୧୬, ୧୯୪୦, ୧୯୪୪ରେ ବିଶ୍ୱ ଯୁଦ୍ଧ କାରଣରୁ ଅଲିମ୍ପିକ୍ସ କ୍ରୀଡ଼ାକୁ ବାତିଲ୍ କରିଦିଆଯାଇଥିଲା।

କରୋନାଭାଇରସ୍ ଯୋଗୁ ବିଶ୍ୱର ସବୁ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଏହି ମହାମାରୀ ପ୍ରକୋପରେ ପୂରା ଦୁନିଆରେ ୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩୫ହଜାରରୁ ଊର୍ଦ୍ଧ୍ୱ ଲୋକେ ଏଥିରେ ପ୍ରାଣ ହରାଇଛନ୍ତି। ଭାରତରେ ମଧ୍ୟ କରୋନାର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ୧ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୯ଲୋକ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story