ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ବିରାଟ କୋହଲିଙ୍କ ଝିଅକୁ ଧମକ। କୋହଲିଙ୍କ ୯ ମାସର ଝିଅକୁ ଧମକ ଦିଆଯାଇଛି। ସୋଶାଲ ମିଡିଆ ଟ୍ୱିଟରରେ ଏହି ଧମକ ଦିଆଯାଇଛି। ଏନେଇ ଦିଲ୍ଲୀ ମହିଳା କମିଶନ ପୁଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ୍ଠାରୁ ଟିମ୍ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହେବା ପରେ କେହି ଜଣେ ଟ୍ୱିଟରରେ ଏକ ବିବାଦୀୟ ପୋଷ୍ଟ କରି ବିରାଟ କୋହଲିଙ୍କ ଝିଅକୁ ଧମକ ଦେଇଛି।
ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ଘଟଣାର ତଦନ୍ତ ପାଇଁ ସେ ଦିଲ୍ଲୀ ପୁଲିସକୁ ଟ୍ୱିଟ୍ କରି ଜଣାଇଛନ୍ତି। ସ୍ୱାତୀ କହିଛନ୍ତି ଯେ, ଟିମ ଇଣ୍ଡିଆ ଆମକୁ ୧୦୦୦ ଥର ଗର୍ବିତ କରିଛି।
ତେବେ ଏମିତି ଗୋଟିଏ ପରାଜୟ ପାଇଁ ଏତେ ପାଗଳାମି କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦୁବାଇରେ ହୋଇଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତ ପାକିସ୍ତାନଠାରୁ ଲଜ୍ଜାଜନ ପରାସ୍ତ ହୋଇଥିଲା। ସେବେଠାରୁ ଟିମ ଇଣ୍ଡିଆକୁ କଡ଼ା ସମାଲୋଚନା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।
National
‘ଅବିଭକ୍ତ ଭାରତ’ କାର୍ଯ୍ୟକ୍ରମ ପାଇଁ ପାକିସ୍ତାନ ଓ ବାଂଲାଦେଶକୁ ନିମନ୍ତ୍ରଣ
୧୮୭୫ ମସିହା ଜାନୁଆରୀ ୧୫ରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପନ ହୋଇଥିଲା। ତେବେ ଏହାର ବହୁ ପୂର୍ବରୁ ପାଣିପାଗ ସମ୍ପର୍କରେ ତଥ୍ୟ ପାଇଁ ବିଭିନ୍ନ ମେସିନ ସ୍ଥାପନ କରାଯାଇଥିଲା।
Politics
ଶରଦ ପାୱାରଙ୍କ ମୁହଁରେ ଆରଏସଏସର ପ୍ରଶଂସା
ଆରଏସଏସ ପ୍ରତି ଏହାର ସଦସ୍ୟଙ୍କ ରହିଥିବା ଉତ୍ସର୍ଗୀକୃତ ମନୋଭାବକୁ ସେ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।
National
ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପଛରେ ଦ୍ୱାଦଶ ଶ୍ରେଣୀ ଛାତ୍ର
ପିଲାଟି ପ୍ରାୟ ୨୩ ଥର ବିଭିନ୍ନ ସ୍କୁଲକୁ ଇ-ମେଲ ଯୋଗେ ବୋମା ଧମକ ଦେଇଥିଲା। କେବଳ ନିଜ ସ୍କୁଲକୁ ଛାଡ଼ି ଆଉ ସବୁ ସ୍ଥାନକୁ ସେ ଧମକପୂର୍ଣ୍ଣ ଇ-ମେଲ ପଠାଉଥିଲା। ଏବେ ତା’ର କାଉନସିଲିଂ ଚାଲିଥିବା ଡିସିପି ଚୌହାନ ସୂଚନା ଦେଇଛନ୍ତି।
National
ବିଜେପିର ପୂର୍ବତନ ବିଧାୟକଙ୍କ ଘରେ IT ରେଡ: ମିଳିଲା କୋଟି କୋଟି ଟଙ୍କା ସହ ୩ଟି କୁମ୍ଭୀର
ଏହି କୁମ୍ଭୀର ଗୁଡ଼ିକୁ ଖାଇବା ପିଇବାକୁ ଦେଇ ଶ୍ରୀ ରାଥୋର ତାଙ୍କ ପୋଖରୀରେ ପାଳିଥିଲେ।