ମାର୍ଚ୍ଚ ୩୧; ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ବିଶ୍ୱ ରେକର୍ଡ କରିଥିଲେ ମାଷ୍ଟର୍ ବ୍ଲାଷ୍ଟର୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ଏକାଧିକ ରେକର୍ଡ ରହିଛି। ଆଜକୁ ଠିକ୍ ୧୯ ବର୍ଷ ତଳେ ସଚିନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୦ହଜାର କରିବାର ବିଶ୍ୱ କୀର୍ତ୍ତିମାନ କରିଥିଲେ। ଏହି କାରାନାମା ହାସଲ କରିବାରେ ସଚିନ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ୨୦୦୧, ମାର୍ଚ୍ଚ ୩୧ ତାରିଖରେ ସଚିନ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଏହି ଉପଲବ୍ଧି ହାସଲ କରିଥିଲେ। ସଚିନ ଅଷ୍ଟାଦଶ ଓଭରର ଶେଷ ବଲରେ […]

sachin

Ranjit Kumar Jena
  • Published: Tuesday, 31 March 2020
  • , Updated: 31 March 2020, 08:44 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ଏକାଧିକ ରେକର୍ଡ ରହିଛି। ଆଜକୁ ଠିକ୍ ୧୯ ବର୍ଷ ତଳେ ସଚିନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୦ହଜାର କରିବାର ବିଶ୍ୱ କୀର୍ତ୍ତିମାନ କରିଥିଲେ। ଏହି କାରାନାମା ହାସଲ କରିବାରେ ସଚିନ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ୨୦୦୧, ମାର୍ଚ୍ଚ ୩୧ ତାରିଖରେ ସଚିନ ଇନ୍ଦୋରରେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ଏହି ଉପଲବ୍ଧି ହାସଲ କରିଥିଲେ। ସଚିନ ଅଷ୍ଟାଦଶ ଓଭରର ଶେଷ ବଲରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂରେ ୧୦ହଜାର ରନର ମାଇଲଖୁଣ୍ଟ ଛୁଇଁଥିଲେ।

ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୧୪ଜଣ ବ୍ୟାଟ୍ସମ୍ୟାନ୍ ଦିନିକିଆରେ ୧୦ହଜାରରୁ ଊର୍ଦ୍ଧ୍ୱ ରନ୍ କରିଛନ୍ତି। ତେବେ କମ୍ ଇନିଂସରେ ୧୦ହଜାର ରନ୍ କରିବା ତାଲିକାରେ ସଚିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ବର୍ତ୍ତମାନ କ୍ୟାପଟେନ୍ ବିରାଟ୍ କୋହଲି ୧୪ ଅକ୍ଟୋବର, ୨୦୧୮ରେ ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ ଏବଂ ବିଶ୍ୱର ଦ୍ରୁତ ୧୦ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଏହି ମାଇଲଖୁଣ୍ଟ ପାଇଁ ସଚିନ ୨୫୯ ଇନିଂସର ସହାୟତା ନେଇଥିବା ବେଳେ କୋହଲି ମାତ୍ର ୨୦୫ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ସଚିନ ୧୩୯ ରନର ଇନିଂସ୍ ଖେଳିଥିବା ବେଳେ ଭିଭିଏସ୍ ଲକ୍ଷ୍ମଣ ୮୮ ବଲରେ ୮୩ ରନ୍ କରିଥିଲେ, ଯାହା ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୨୯୯ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଟିମ୍ ୧୮୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଗିଲଖ୍ରୀଷ୍ଟ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ସର୍ବାଧିକ ୬୩ ରନ୍ କରିଥିଲେ। ଭାରତ ପକ୍ଷରୁ ଅଜିତ୍ ଅଗରକର ଏବଂ ହରଭଜନ ସିଂହ ୩ଟି ଲେଖାଏ ୱିକେଟ୍ ପାଇଥିଲେ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ସଚିନଙ୍କ ନାଁରେ ମୋଟ ୩୪,୩୫୭ ରନ୍ ରହିଛି, ଯାହା ତିନୋଟି ଯାକ ଫର୍ମାଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ସ୍କୋର। ସଚିନ ଦିନିକିଆରେ ୧୮,୪୨୬ ରନ୍ ଏବଂ ଟେଷ୍ଟରେ ୧୫,୯୨୧ ରନ୍ କରିଛନ୍ତି। ସେହିପରି ଏକମାତ୍ର ଟି-୨୦ ମ୍ୟାଚରେ ୧୦ ରନ୍ କରିଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ (ଟେଷ୍ଟରେ ୫୧ ଓ ଦିନିକିଆରେ ୪୯) ଶତକ ମାରିବାର ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି।

Related story