ଆଫଗାନିସ୍ତାନ ୩୪୨, ସଙ୍କଟରେ ବାଂଲାଦେଶ

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଆଫଗାନିସ୍ତାନର ୩୪୨ ରନ୍ ଜବାବରେ ବାଂଲାଦେଶ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୧୯୪ ରନ୍ କରି ବିପଦରେ ପଡ଼ିଛି। ଷ୍ଟମ୍ପ ଅପସାରଣ ବେଳକୁ ମୋସାଡିକ୍ ହୋସେନ୍ ୪୪ ଓ ତାଇଜୁଲ୍ ଇସଲାମ୍ ୧୪ ରନ୍ କରି ଅପରାଜିତ ରହିଛନ୍ତି। ବାଂଲାଦେଶର ଆରମ୍ଭ ଖରାପ ରହିଥିଲା। ଦୁଇ ଓପ୍ନର ଶାଦମାନ୍ ଇସଲାମ୍ […]

rashid

Ranjit Kumar Jena
  • Published: Friday, 06 September 2019
  • , Updated: 07 September 2019, 07:37 AM IST

ଚଟ୍ଟୋଗ୍ରାମ୍: ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଏଠାରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଆଫଗାନିସ୍ତାନ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଆଫଗାନିସ୍ତାନର ୩୪୨ ରନ୍ ଜବାବରେ ବାଂଲାଦେଶ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୧୯୪ ରନ୍ କରି ବିପଦରେ ପଡ଼ିଛି। ଷ୍ଟମ୍ପ ଅପସାରଣ ବେଳକୁ ମୋସାଡିକ୍ ହୋସେନ୍ ୪୪ ଓ ତାଇଜୁଲ୍ ଇସଲାମ୍ ୧୪ ରନ୍ କରି ଅପରାଜିତ ରହିଛନ୍ତି।

ବାଂଲାଦେଶର ଆରମ୍ଭ ଖରାପ ରହିଥିଲା। ଦୁଇ ଓପ୍ନର ଶାଦମାନ୍ ଇସଲାମ୍ ଖାତା ଖୋଲିପାରିନଥିବା ବେଳେ ସୌମ୍ୟ ସରକାର ମାତ୍ର ୧୭ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଲିଟନ୍ ଦାସ ଓ ମୋମିନୁଲ୍ ହକ୍ କିଛି ସମୟ ଟିମ୍ ପାଇଁ ଲଢ଼ିଥିଲେ ହେଁ, ଏହି ଯୋଡ଼ିକୁ ଭ୍ରମଣକାରୀ ଟିମ୍ କ୍ୟାପଟେନ୍ ରଶିଦ୍ ଖାନ୍ ଭାଙ୍ଗିଥିଲେ। ଏହା ପରେ ବାଂଲାଦେଶ ପକ୍ଷରୁ ସେଭଳି ବଡ଼ ଭାଗୀଦାରୀ ହୋଇନଥିଲା।

ଲିଟନ୍ ୩୩ ରନ୍ କରି କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ମୋମିନୁଲ୍ ୫୨ ରନ୍ କରି ମହମ୍ମଦ ନବିଙ୍କ ଶିକାର ହୋଇଥିଲେ। ମଧ୍ୟକ୍ରମରେ କ୍ୟାପଟେନ୍ ସାକିବ୍ ଅଲ୍ ହାସନ୍ (୧୧), ମୁଶଫିକର ରହିମ୍ (୦), ମହମଦୁଲ୍ଲା (୭) ନିରାଶ କରିଥିଲେ। ତେବେ ମୋସାଡିକ୍ ଓ ତାଇଜୁଲ୍ ନବମ ୱିକେଟ୍ ପାଇଁ ଅପରାଜିତ ୪୮ ରନ୍ ଯୋଡ଼ି ଟିମର ସମ୍ମାନ ରକ୍ଷା କରିଛନ୍ତି। ଆଫଗାନିସ୍ତାନ ପକ୍ଷରୁ ରଶିଦ୍ ୪ଟି ଓ ନବି ୨ଟି ୱିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ଆଫଗାନିସ୍ତାନ ତା'ର ପୂର୍ବଦିନର ସ୍କୋର ୨୭୧/୫ରୁ ଖେଳ ଆରମ୍ଭ କରିଥିଲା। ତେବେ ଦଳ ଆଉ ୭୧ ରନରେ ତା'ର ଶେଷ ୫ ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା। ପୂର୍ବଦିନ ଅପରାଜିତ ଥିବା ଅସଗର ଆଫଗାନ୍ ୮ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେ ବ୍ୟକ୍ତିଗତ ୯୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଫସର୍ ଜାଜାଇ ୪୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କ୍ୟାପଟେନ୍ ରଶିଦ୍ ୫୧ (୬୧ ବଲ୍, ୨ ଚୌକା, ୩ ଛକା) ରନର ଲଢ଼ୁଆ ଇନିଂସ୍ ଖେଳି ଦଳକୁ ମଜଭୁତ ସ୍କୋରରେ ପହଞ୍ଚାଇଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ୍ ୪ଟି, ସାକିବ୍ ଓ ନୟିମ୍ ଇସଲାମ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story