୧୨ ବର୍ଷ ତଳେ ଗାଙ୍ଗୁଲିଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ସେହ୍ୱାଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ନିଜର ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଟ୍ୱିଟ୍ସ ଏବଂ ସ୍ତମ୍ଭ ମାଧ୍ୟମରେ ନିଜ ବିଚାରକୁ ଉପସ୍ଥାପନା କରନ୍ତି। ଏବେ ଏହି ପୂର୍ବତନ କ୍ରିକେଟର୍ ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେହ୍ୱାଗ ୧୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ରେ ଗାଙ୍ଗୁଲିଙ୍କ ଉପରେ ଦୁଇଟି ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ ଗୋଟିଏ ସତ ସାବ୍ୟସ୍ତ ହୋଇଥିଲେ। ଏକ ଖବର […]

ganguly-and-sehwag

Ranjit Kumar Jena
  • Published: Monday, 28 October 2019
  • , Updated: 28 October 2019, 06:33 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ନିଜର ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଟ୍ୱିଟ୍ସ ଏବଂ ସ୍ତମ୍ଭ ମାଧ୍ୟମରେ ନିଜ ବିଚାରକୁ ଉପସ୍ଥାପନା କରନ୍ତି। ଏବେ ଏହି ପୂର୍ବତନ କ୍ରିକେଟର୍ ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ସେହ୍ୱାଗ ୧୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୭ରେ ଗାଙ୍ଗୁଲିଙ୍କ ଉପରେ ଦୁଇଟି ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ ଗୋଟିଏ ସତ ସାବ୍ୟସ୍ତ ହୋଇଥିଲେ।

ଏକ ଖବର କାଗଜରେ ନିଜ ସ୍ତମ୍ଭରେ ସେହ୍ୱାଗ ଲେଖିଛନ୍ତି, ଯେତେବେଳେ ମୁଁ ଦାଦା (ଗାଙ୍ଗୁଲି)ଙ୍କର ବିସିସିଆଇ ଅଧ୍ୟକ୍ଷ ହେବା ନେଇ ଖବର ପାଇଲି, ସେହି ସମୟରେ ମୋତେ ୨୦୦୭ରେ ଦକ୍ଷିଣ ଆଫ୍ରିକା ଗସ୍ତ କଥା ମନେ ପଡ଼ିଲା। ସେହ୍ୱାଗ ୧୨ ବର୍ଷ ତଳର କଥା ମନେ ପକାଇ ଲେଖିଛନ୍ତି, କେପଟାଉନ୍ ଟେଷ୍ଟ ଚାଲିଥିଲା। ସେହି ଟେଷ୍ଟରେ ମୁଁ ଏବଂ ୱାସିମ୍ ଜାଫର ଜଲଦି ଆଉଟ୍ ହୋଇଯାଇଥିଲୁ। ସଚିନ ତେନ୍ଦୁଲକରଙ୍କୁ ନମ୍ବର-୪ରେ ବ୍ୟାଟିଂ ପାଇଁ ଆସିବାର ଥିଲା, କିନ୍ତୁ ସେ ଆସିନଥିଲେ। ତାଙ୍କ ବଦଳରେ ଗାଙ୍ଗୁଲିଙ୍କୁ ବ୍ୟାଟିଂ କରିବା ପାଇଁ କୁହାଗଲା। ସେହି ସିରିଜ୍ ଜରିଆରେ ଗାଙ୍ଗୁଲି ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତାଙ୍କ ଉପରେ ମଧ୍ୟ ଚାପ ଥିଲା। କିନ୍ତୁ ସେ (ଗାଙ୍ଗୁଲି) ଯେଉଁଭଳି ବ୍ୟାଟିଂ କଲେ ଏବଂ ଚାପକୁ ସଠିକ୍ ଭାବେ ମୁକାବିଲା କଲେ, ତାହା କେବଳ ସେ ହିଁ କରିପାରିଥାନ୍ତେ।

୪୧ ବର୍ଷୀୟ ସେହ୍ୱାଗ ଆହୁରି ଲେଖିଛନ୍ତି, ସେହି ଦିନ ଆମେ ସମସ୍ତେ ଡ୍ରେସିଂ ରୁମରେ ଗୋଟିଏ କଥାରେ ସହମତି ହୋଇଥିଲୁ ଯେ ଯଦି ଆମ ଭିତରୁ କେହି ବିସିସିଆଇ ଅଧ୍ୟକ୍ଷ ହୁଅନ୍ତି, ତାହେଲେ କେବଳ 'ଦାଦା' ହିଁ ହୋଇପାରିବେ। ଆଜି ମୋର ସେହି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ତେବେ ମୁଁ ଆଉ ଏକ ଭବିଷ୍ୟବାଣୀ ମଧ୍ୟ କରିଥିଲି। ମୁଁ ମଧ୍ୟ 'ଦାଦା'ଙ୍କୁ ବେଙ୍ଗଲର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ଭବିଷ୍ୟବାଣୀ କରିଥିଲା। ତେଣୁ ଏହି ଦୁଇଟି ଭବିଷ୍ୟବାଣୀ ମଧ୍ୟରୁ ଗୋଟିଏ ସତ ସାବ୍ୟସ୍ତ ହୋଇଛି ଏବଂ ଆଉ ଗୋଟିଏ ବାକି ରହିଲା। ସୂଚନାଯୋଗ୍ୟ, ଅକ୍ଟୋବର ୨୩ ତାରିଖରେ ଗାଙ୍ଗୁଲି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି।

Related story