ପୁଣି ବାପା ହେବେ ରାହାଣେ

ନୂଆଦିଲ୍ଲୀ: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଧୂଆଁଧାର ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ। ୩୪ ବର୍ଷୀୟ ରାହାଣେଙ୍କ ଘରକୁ ଆସିବେ ନୂଆ ଅତିଥି। ରାହାଣେଙ୍କ ପତ୍ନୀ ରାଧିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ଅଜିଙ୍କ୍ୟ ରାହାଣେ ଓ ଝିଅଙ୍କ ସହ ନଜର ଆସିଛନ୍ତି। ଏଥିସହ ଫଟୋରେ ସେ ତାଙ୍କ ବେବି ବମ୍ପ ମଧ୍ୟ ଦେଖାଇଛନ୍ତି। ଆଜିଙ୍କ୍ୟ ରାହାଣେ ଓ ରାଧିକା ୨୦୧୪ରେ ବିବାହ କରିଥିଲେ। ୨୦୧୯ରେ […]

ajinkya-rahane

ajinkya-rahane

Madhupriya Mistry
  • Published: Saturday, 23 July 2022
  • Updated: 23 July 2022, 12:40 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଧୂଆଁଧାର ବ୍ୟାଟ୍ସମ୍ୟାନ୍‌ ଆଜିଙ୍କ୍ୟ ରାହାଣେ। ୩୪ ବର୍ଷୀୟ ରାହାଣେଙ୍କ ଘରକୁ ଆସିବେ ନୂଆ ଅତିଥି। ରାହାଣେଙ୍କ ପତ୍ନୀ ରାଧିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ଅଜିଙ୍କ୍ୟ ରାହାଣେ ଓ ଝିଅଙ୍କ ସହ ନଜର ଆସିଛନ୍ତି। ଏଥିସହ ଫଟୋରେ ସେ ତାଙ୍କ ବେବି ବମ୍ପ ମଧ୍ୟ ଦେଖାଇଛନ୍ତି।

October 2022: Former Indian Test vice-captain Ajinkya Rahane to become  father for 2nd time

ଆଜିଙ୍କ୍ୟ ରାହାଣେ ଓ ରାଧିକା ୨୦୧୪ରେ ବିବାହ କରିଥିଲେ। ୨୦୧୯ରେ ଝିଅକୁ ଜନ୍ମ ଦେଇଥିଲେ ରାହାଣେଙ୍କ ପତ୍ନୀ। ଏବେ ପୁଣି ଥରେ ରାହାଣେଙ୍କ ଘରକୁ କୁନି ଅତିଥି ଆସିବେ। ଏନେଇ ଖୋଦ୍‌ ତାଙ୍କ ପତ୍ନୀ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି। ଏଥିସହ କ୍ୟାପସନରେ ଲେଖିଛନ୍ତି 'ଅକ୍ଟୋବର ୨୦୨୨'। ତାଙ୍କର ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ଅକ୍ଟୋବର ମାସରେ ରାହାଣେ ପୁଣି ଥରେ ବାପା ହେବେ। ଏହି ଖବର ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ରାହାଣେଙ୍କ ଖରାପ ଫର୍ମ କାରଣରୁ ଇଂଲଣ୍ଡ ବପକ୍ଷ ସ୍ଥଗିତ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ରେ ସେ ଦଳରେ ସ୍ଥାନ ପାଇପାରି ନିଥିଲେ। ସେ ବର୍ତ୍ତମାନ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ରାହାଣେଙ୍କ ଅଧିନାୟକରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ଲଗାତର ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜ ଜିତି ଥିଲା।  ତେବେ ଏହା ପରେ କ୍ରମାଗତ ଭାବେ ତାଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ରାହାଣେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୮୨ଟି ଟେଷ୍ଟ, ୯୦ଟି ଦିନିକିଆ ଏବଂ ୨୦ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos