ଶ୍ରୀଲଙ୍କା ଖେଳାଳିଙ୍କୁ ଆଇପିଏଲ ଛାଡ଼ିବାକୁ କହିଲେ ଅର୍ଜୁନ ରଣତୁଙ୍ଗା

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବିଦେଶୀ ଋଣ ସୁଝି ନ ପାରି ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ଏସବୁର ପ୍ରଭାବ ଏବେ ପଡ଼ୋଶୀ ଭାରତରେ ଚାଲିଥିବା ଆଇପିଏଲ ଉପରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଆଇପିଏଲ ଖେଳୁଥିବା କିମ୍ବା ଏହା ସହ ଯୋଡ଼ି ହୋଇ ରହିଥିବା ଖେଳାଳିମାନଙ୍କୁ ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ଦେଶର ଭେଟରାନ […]

arjun-rantunga

arjun-rantunga

Hemant Lenka
  • Published: Tuesday, 12 April 2022
  • Updated: 12 April 2022, 04:01 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବିଦେଶୀ ଋଣ ସୁଝି ନ ପାରି ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ଏସବୁର ପ୍ରଭାବ ଏବେ ପଡ଼ୋଶୀ ଭାରତରେ ଚାଲିଥିବା ଆଇପିଏଲ ଉପରେ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

କାରଣ ଆଇପିଏଲ ଖେଳୁଥିବା କିମ୍ବା ଏହା ସହ ଯୋଡ଼ି ହୋଇ ରହିଥିବା ଖେଳାଳିମାନଙ୍କୁ ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ଦେଶର ଭେଟରାନ କ୍ରିକେଟର ଅର୍ଜୁନ ରଣତୁଙ୍ଗା। ଶ୍ରୀଲଙ୍କାର ଖେଳାଳିମାନେ ତୁରନ୍ତ ଆଇପିଏଲ ଛାଡ଼ି ଦେଶର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗ ପାଇଁ ଛିଡ଼ା ହୁଅନ୍ତୁ ବୋଲି ସେ ଆଜି କହିଛନ୍ତି।

ରଣତୁଙ୍ଗା ଗୋଟିଏ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ “କିଛି କ୍ରିକେଟର(ଶ୍ରୀଲଙ୍କା) ବର୍ତ୍ତମାନ ବେଶ ଆନନ୍ଦର ସହ ଆଇପିଏଲରେ ଖେଳୁଛନ୍ତି। ସେମାନେ ଏଯାଏ ନିଜ ଦେଶ ସମ୍ପର୍କରେ କିଛି ବି କହୁନାହାନ୍ତି। ଏହାର କାରଣ ପ୍ରକୃତରେ ମୁଁ ଜାଣିନି। କିନ୍ତୁ ଦୁର୍ଭାଗ୍ୟବଶତଃ ଲୋକମାନେ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ଡରୁଛନ୍ତି। ଏହି କ୍ରିକେଟରମାନେ ବୋର୍ଡ ପାଇଁ କାମ କରୁଛନ୍ତି। କ୍ରିକେଟ ବୋର୍ଡ ଶ୍ରୀଲଙ୍କା ସରକାରଙ୍କ ଅଧୀନରେ ଥିବା ମନ୍ତ୍ରଣାଳୟ ମଧ୍ୟରେ ଆସୁଛି।

ସେମାନେ ନିଜ ଚାକିରି ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି। ହେଲେ ଏବେ ସେମାନେ ଆଗକୁ ନିଜର ପାଦ ବଢ଼ାନ୍ତୁ। କିଛି ଯୁବ କ୍ରିକେଟର ଆଗକୁ ଆସିଛନ୍ତି ଓ ସେମାନେ ଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଅନ୍ୟମାନେ ମଧ୍ୟ ଏପରି ପଦକ୍ଷେପ ନେବା ଦରକାର। ଯେତେବେଳେ କିଛି ଭୁଲ ଘଟଣା ଘଟୁଛି ସେତେବେଳେ ଏହା ବିରୋଧରେ ମୁହଁ ଖୋଲିବାର ସାହାସ ସମସ୍ତଙ୍କ ପାଖରେ ରହିବା ଦରକାର। ଏହି ସମୟରେ ନିଜର ବ୍ୟବସାୟ କଥା ଚିନ୍ତା କରିବା ଉଚିତ ନୁହେଁ।”

ଶ୍ରୀଲଙ୍କା କ୍ରିକେଟର ୱାନିନ୍ଦୁ ସରଙ୍ଗା ଓ ଭାନୁକା ରାଜପକ୍ଷ ଆଇପିଏଲ ଖେଳୁଥିଲେ ମଧ୍ୟ ଶ୍ରୀଲଙ୍କା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏଥିସହ ଦେଶରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏବେ ରଣତୁଙ୍ଗା କହିଛନ୍ତି, “ଆପଣମାନେ ସମସ୍ତେ ଜାଣିଛନ୍ତି ଯେ କେଉଁ ସବୁ ଶ୍ରୀଲଙ୍କା କ୍ରିକେଟର ଆଇପିଏଲ ଖେଳୁଛନ୍ତି। ମୁଁ ସେମାନଙ୍କ ନାଁ ଏଠାରେ କହିବାକୁ ଚାହୁଁନାହିଁ। କିନ୍ତୁ ମୁଁ ଚାହେଁ ଯେ ସମସ୍ତ ଶ୍ରୀଲଙ୍କା କ୍ରିକେଟର ସପ୍ତାହକ ପାଇଁ ସେମାନଙ୍କ ଆଇପିଏଲ ଚାକିରି ଛାଡ଼ି ଆନ୍ଦୋଳନକୁ ସମର୍ଥନ କରନ୍ତୁ।” ତେବେ ଏ ସମ୍ପର୍କରେ ଆଇପିଏଲ ସହ ଯୋଡ଼ି ହୋଇଥିବା କୌଣସି ଶ୍ରୀଲଙ୍କା ଖେଳାଳିଙ୍କ ପ୍ରତିକ୍ରିୟା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story