ଫିଫା ବିଶ୍ୱକପ: ମରକ୍କୋକୁ ହରାଇ ତୃତୀୟ ସ୍ଥାନ ଦଖଲ କଲା କ୍ରୋଏସିଆ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ତୃତୀୟ ସ୍ଥାନ ଦଖଲ କରିଛି କ୍ରୋଏସିଆ। ୨୦୧୮ ବିଶ୍ୱକପ ଫାଇନାଲ ଖେଳିଥିବା କ୍ରୋଏସିଆ ଏଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଲୁକା ମୋଡ୍ରିଚ୍‌ଙ୍କ ଦଳ ମରକ୍କୋକୁ ୨-୧ରେ ପରାସ୍ତ କରିଛି। ଏଥିସହ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ମରକ୍କୋକୁ ୪ର୍ଥ ସ୍ଥାନ ମିଳିଛି। ଆଜିର ମ୍ୟାଚ୍‌ ଆରମ୍ଭରୁ ବେଶ ସଂଘର୍ଷ […]

Crotia

  • Published: Saturday, 17 December 2022
  • , Updated: 17 December 2022, 10:42 PM IST

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ତୃତୀୟ ସ୍ଥାନ ଦଖଲ କରିଛି କ୍ରୋଏସିଆ। ୨୦୧୮ ବିଶ୍ୱକପ ଫାଇନାଲ ଖେଳିଥିବା କ୍ରୋଏସିଆ ଏଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ତୃତୀୟ ସ୍ଥାନ ପାଇଁ ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଲୁକା ମୋଡ୍ରିଚ୍‌ଙ୍କ ଦଳ ମରକ୍କୋକୁ ୨-୧ରେ ପରାସ୍ତ କରିଛି। ଏଥିସହ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମି ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିବା ମରକ୍କୋକୁ ୪ର୍ଥ ସ୍ଥାନ ମିଳିଛି।

ଆଜିର ମ୍ୟାଚ୍‌ ଆରମ୍ଭରୁ ବେଶ ସଂଘର୍ଷ ପୂର୍ଣ୍ଣଥିଲା। ପ୍ରଥମ ୫ ମିନିଟ୍‌ ଆଟାକ ଓ କାଉଣ୍ଟର ଆଟାକରେ ପୂରା ଷ୍ଟାଡିୟମ ଦୋହଲି ଯାଇଥିଲେ। ତେବେ ମ୍ୟାଚ୍‌ର ୭ମ ମିନିଟ୍‌ରେ ଏକ ସୁନ୍ଦର ପାସ୍‌କୁ କ୍ରୋଏସିଆର ଜୋସକୋ ଗାଭ୍ରାଡିଓଲ ଡ୍ରାଇଭ ମାରି ହେଡ୍‌ ଜରିଆରେ ମରକ୍କୋର ଗୋଲ ପୋଷ୍ଟ ଭିତରକୁ ମାରି ଦେଇଥିଲେ। ଏଥିସହ କ୍ରୋଏସିଆ ୧-୦ରେ ଆଗୁଆ ହୋଇ ଯାଇଥିଲା।

କିନ୍ତୁ ଦଳର ଏହି ଖୁସି ବେଶୀ ସମୟ ପାଇଁ ରହିଥିଲା। ମ୍ୟାଚ୍‌ର ୯ତମ ମିନିଟ୍‌ରେ ଗୋଟିଏ ଫ୍ରି କିକ୍‌କୁ ଅଚରଫ ଡାରି ମରକ୍କୋ ପାଇଁ ମୁଣ୍ଡ ଜରିଆରେ ଗୋଲ୍‌ରେ ପରିଣିତ କରି ସ୍ଥିତି ବରାବର କରି ଦେଇଥିଲେ। ଏହାପରେ ଉଭୟ ଦଳ ପାଇଁ ଏକାଧିକ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ କେହି କାହାକୁ ଗୋଲ ଦେଇ ପାରି ନଥିଲେ।

ହାଫ ଟାଇମ ଶେଷ ହେବାକୁ ଆଉ ମାତ୍ର ୩ ମିନିଟ୍‌ ବାକି ଥିବା ବେଳେ କ୍ରୋଏସିଆ ପାଇଁ ପୁଣି ଗୋଲ ସୁଯୋଗ ସୃଷ୍ଟି ହୋଇଥିଲା। ଡି ବାହାରୁ ଓରିସିଚ୍‌ ଗୋଟିଏ ସାଇଡ୍‌ ଆଙ୍ଗେଲରୁ ମରକ୍କୋ ଗୋଲ ପୋଷ୍ଟକୁ ଟାର୍ଗେଟ କରିଥିଲେ। ଏହି ଶଟ୍‌ଟି ମଧ୍ୟ ଗୋଲ ପୋଷ୍ଟରେ ବାଜି ନେଟ ଭିତରକୁ ଚାଲି ଯାଇଥିଲା। ଏଥିସହ କ୍ରୋଏସିଆର ୨-୧ରେ ଆଗୁଆ ହୋଇଯାଇଥିଲା। ହାଫ ଟାଇମ ସୁଦ୍ଧା ସ୍ଥିତି ୨-୧ ରହିଥିଲା।

ହାଫ ଟାଇମ ପରେ କ୍ରୋଏସିଆ ଅପେକ୍ଷା ମରକ୍କୋ ଘନଘନ ଆକ୍ରମଣ କରିଥିଲା। କିନ୍ତୁ କ୍ରୋଏସିଆ ଗୋଲ କିପର ଓ ଡିଫେଣ୍ଡରମାନେ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ। ଏହି ହାଫରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ। ଶେଷରେ କ୍ରୋଏସିଆ ୨-୧ରେ ମ୍ୟାଚ୍‌ ଜିତି ବିଶ୍ୱକପରେ ତୃତୀୟ ସ୍ଥାନ ଦଖଲ କରିଛି।

ବିଜୟ ପରେ କ୍ରୋଏସିଆର ଖେଳାଳି ଓ ଫ୍ୟାନ୍ସ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ସେହିପରି ପ୍ରଥମଥର ତୃତୀୟ ସ୍ଥାନ ପାଇଁ ଲଢ଼େଇ କରୁଥିବା ମରକ୍କୋ ଖେଳାଳିମାନେ ପରାଜୟ ପରେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ।

Related story