ପାରାଲିମ୍ପିକ୍ସରେ ଇତିହାସ ରଚିଲେ ହରବିନ୍ଦର

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଶୁକ୍ରବାର ବ୍ରୋଞ୍ଜ ପଦକ ଜିତିଛନ୍ତି ହରବିନ୍ଦର ସିଂହ। ତୀରନ୍ଦାଜୀରେ ସେ ଏହି ପଦକ ଜିତିଛନ୍ତି। ଏହା ସହିତ ପାରାଲିମ୍ପିକ୍ସରେ ତୀରନ୍ଦାଜୀରେ ପ୍ରଥମ ଭାରତୀୟ ଭାବେ ପଦକ ଜିତି ଇତିହାସ ରଚିଛନ୍ତି ହରବିନ୍ଦର। ହରବିନ୍ଦର ସେମି ଫାଇନାଲରେ ହାରି ଯାଇଥିଲେ। ତେବେ ଆଜି ବ୍ରୋଞ୍ଜ ପଦକ ପାଇଁ ଖେଳିଥିଲେ। ଆଉ ଏଥିରେ ସେ ଦକ୍ଷିଣ କୋରିଆର କିମ୍ ମିନ୍ ସୁଙ୍କୁ ପରାସ୍ତ କରିଥିଲେ। ହରବିନ୍ଦରଙ୍କ ପୂର୍ବରୁ ଆଜି ପ୍ରବୀଣ କୁମାର ଓ ଅବନୀ ଲେଖାର […]

Harvinder Singh

Jitendra Garnayak
  • Published: Friday, 03 September 2021
  • , Updated: 03 September 2021, 07:37 PM IST

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଶୁକ୍ରବାର ବ୍ରୋଞ୍ଜ ପଦକ ଜିତିଛନ୍ତି ହରବିନ୍ଦର ସିଂହ। ତୀରନ୍ଦାଜୀରେ ସେ ଏହି ପଦକ ଜିତିଛନ୍ତି। ଏହା ସହିତ ପାରାଲିମ୍ପିକ୍ସରେ ତୀରନ୍ଦାଜୀରେ ପ୍ରଥମ ଭାରତୀୟ ଭାବେ ପଦକ ଜିତି ଇତିହାସ ରଚିଛନ୍ତି ହରବିନ୍ଦର।

ହରବିନ୍ଦର ସେମି ଫାଇନାଲରେ ହାରି ଯାଇଥିଲେ। ତେବେ ଆଜି ବ୍ରୋଞ୍ଜ ପଦକ ପାଇଁ ଖେଳିଥିଲେ। ଆଉ ଏଥିରେ ସେ ଦକ୍ଷିଣ କୋରିଆର କିମ୍ ମିନ୍ ସୁଙ୍କୁ ପରାସ୍ତ କରିଥିଲେ।

ହରବିନ୍ଦରଙ୍କ ପୂର୍ବରୁ ଆଜି ପ୍ରବୀଣ କୁମାର ଓ ଅବନୀ ଲେଖାର ପଦକ ଜିତିଥିଲେ। ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର-୨ ୧୦ମିଟର ଏୟାର ରାଇଫଲ୍ କ୍ଲାସ୍ ଏସ୍‌ଏଚ୍‌-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେହିପରି ହାଇ ଜମ୍ପର ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୧୩ଟି ପଦକ ଜିତି ସାରିଛି। ଏଥି ମଧ୍ୟରେ ରହିଛି ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ।

Related story