ଅଲିମ୍ପିକ୍ ପୋଡିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ଆଜି ଲୁଚାଉଛନ୍ତି ମୁହଁ

ଅହମ୍ମଦାବାଦ: ଅଲିମ୍ପିକରେ ଦୁଇ ଦୁଇ ଥର ପଦକ ଜିତି ଦେଶ ପାଇଁ ଅନେକ ଗର୍ବ ଆଣିଥିଲେ। କିନ୍ତୁ ଆଜି ହାତରେ ପଡ଼ିଛି ହାତକଡ଼ି। ଯିଏ ଦିନେ ପୋଡ଼ିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ହେଲେ ଆଜି ସେ ମୁହଁ ଲୁଚାଉଛନ୍ତି। ଆମେ କହୁଛୁ ରେସଲର୍ ସୁଶୀଲ କୁମାରଙ୍କ କଥା, ଯିଏ ନଜଫଗଡ଼ରେ ଜନ୍ମ ହୋଇଥିଲେ। ସୁଶୀଲ କୁମାର ୧୪ ବର୍ଷର ଥିଲା ବେଳେ ମଡେଲ୍ ଟାଉନର ଛତ୍ରସାଲ୍ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଥିଲେ। ଦୁଇ ଦୁଇ […]

sushil-kumar

sushil-kumar

Ranjit Kumar Jena
  • Published: Monday, 24 May 2021
  • Updated: 24 May 2021, 04:40 PM IST

Sports

Latest News

ଅହମ୍ମଦାବାଦ: ଅଲିମ୍ପିକରେ ଦୁଇ ଦୁଇ ଥର ପଦକ ଜିତି ଦେଶ ପାଇଁ ଅନେକ ଗର୍ବ ଆଣିଥିଲେ। କିନ୍ତୁ ଆଜି ହାତରେ ପଡ଼ିଛି ହାତକଡ଼ି। ଯିଏ ଦିନେ ପୋଡ଼ିୟମରେ ଛାତି ଚଉଡ଼ା କରି ଛିଡ଼ା ହେଉଥିଲେ, ହେଲେ ଆଜି ସେ ମୁହଁ ଲୁଚାଉଛନ୍ତି। ଆମେ କହୁଛୁ ରେସଲର୍ ସୁଶୀଲ କୁମାରଙ୍କ କଥା, ଯିଏ ନଜଫଗଡ଼ରେ ଜନ୍ମ ହୋଇଥିଲେ। ସୁଶୀଲ କୁମାର ୧୪ ବର୍ଷର ଥିଲା ବେଳେ ମଡେଲ୍ ଟାଉନର ଛତ୍ରସାଲ୍ ଷ୍ଟାଡିୟମରେ ଟ୍ରେନିଂ ଆରମ୍ଭ କରିଥିଲେ। ଦୁଇ ଦୁଇ ଜଣ ରେସଲରଙ୍କୁ ଟ୍ରେନିଂ କରାଇବା ତାଙ୍କ ପରିବାର ପକ୍ଷେ କଷ୍ଟକର ଥିଲା। ଏହି କାରଣରୁ ସର୍ମ୍ପକୀୟ ଭାଇ ସନ୍ଦୀପ ରେସଲିଂ ଛାଡ଼ି ଦେଇଥିଲେ ଏବଂ ସୁଶୀଲକୁ ଟ୍ରେନିଂ ପାଇଁ ପଠାଯାଇଥିଲା। ସୁଶୀଲ ମଧ୍ୟ ରେସଲିଂରେ ବହୁତ ତୀକ୍ଷ୍ଣ ଥିଲେ, ଯେଉଁକାରଣରୁ ଗୋଟିଏ ପରେ ଗୋଟିଏ ମେଡାଲ୍ ଜିତିବାରେ ଲାଗିଲେ। ଜୁନିୟର ଚାମ୍ପିୟନଶିପ୍‌, ଏସିଆନ୍ ଚାମ୍ପିୟନଶିପ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ ଭଳି ଅନ୍ତର୍ଜାତୀୟ ପଦକ ଜିତି ସୁଶୀଲ ଅନେକ ଖ୍ୟାତି ଅର୍ଜନ କଲେ। ୨୦୧୨ରେ ସୁଶୀଲ ରେସଲିଂରେ ଶିଖର ଛୁଇଁଥିଲେ। ଏହିଠାରୁ ଆରମ୍ଭ ହୋଇଥିଲା ସୁଶୀଲଙ୍କ ଜୀବନର ଅସଲ କାହାଣୀ। ଆଜି ସୁଶୀଲ ହତ୍ୟା ମାମଲାରେ ଜେଲ୍ କୋଠରୀରେ କଏଦ ଅଛନ୍ତି କିନ୍ତୁ କେମିତି? ସୁଶୀଲଙ୍କ ଶୀର୍ଷରୁ ନିମ୍ନକୁ ଆସିବାର କାହାଣୀ ପୁଣି ସେହି ଛତ୍ରସାଲ ଷ୍ଟାଡିୟମରେ ପହଞ୍ଚିଛି। ପୂରା ଘଟଣା ସମ୍ବନ୍ଧରେ ଆସନ୍ତୁ ଜାଣିବା।

ଜୁନିୟରରୁ ସିନିୟର ସ୍ତରରେ ପହଞ୍ଚିବା ପାଇଁ ଅକ୍ଳାନ୍ତ ପରିଶ୍ରମ

୧୯୯୮ରେ ସୁଶୀଲ ସଫଳତା ଛୁଇଁବା ଆରମ୍ଭ କରିଥିଲେ। ୱାର୍ଲ୍ଡ କ୍ୟାଡେଟ୍ ଗେମ୍ସରେ ସୁଶୀଲ ଗୋଲ୍ଡ ମେଡାଲ୍ ଜିତିଥିଲେ। ଦୁଇ ବର୍ଷ ପରେ ଏସିଆ ସ୍ତରରେ ଆୟୋଜିତ ଜୁନିୟର ଚାମ୍ପିୟନଶିପରେ ମଧ୍ୟ ଚକମକ୍ କରୁଥିବା ହଳଦିଆ ପଦକ ଉପରେ କବଜା କରିଥିଲେ। ଏହା ପରେ ତାଙ୍କର ନଜର ଏସିଆନ୍ ରେସଲିଂ ଚାମ୍ପିୟନଶିପ୍ ଉପରେ ରହିଥିଲା। ୨୦୦୩ରେ ସେ ଏଠାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଲେ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସଫଳତାକୁ ଦୋହାରାଇଲେ। ୨୦୦୪ ଅଲିମ୍ପିକ୍ସରେ ସୁଶୀଲ କୁମାର ନିଶ୍ଚୟ ସଫଳ ହେବେ ବୋଲି ସମସ୍ତେ ଆଶାବାଦୀ ଥିଲେ, କିନ୍ତୁ ସେ ନିରାଶ କରିଥିଲେ। ଏହିଠାରୁ ସୁଶୀଲଙ୍କ ପରିଚୟ ବଦଳିବା ଆରମ୍ଭ ହେଲା।

୨୦୧୨ରେ ପୂରା ଦୁନିଆରେ ଛାଇଗଲେ ସୁଶୀଲ

ପରବର୍ତ୍ତୀ ଅଲିମ୍ପିକ୍ ବହୁ ଦୂର ଥିଲା, କିନ୍ତୁ ବାକି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସ୍ୱର୍ଣ୍ଣ ପଦକ ଜିତିବା ଅଭିଯାନ ଜାରି ରହିଥିଲା। ୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀରେ ମଧ୍ୟ ତାଙ୍କର ଦବଦବା କାଏମ୍ ରହିଥିଲା। ଏହି ସଫଳତା ସୁଶୀଲଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ଯଥେଷ୍ଟ ଥିଲା। ଏହା ପରେ ୨୦୦୮ ଅଲିମ୍ପିକରେ ସୁଶୀଲ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ସଫଳତା ପାଇଁ ତାଙ୍କୁ ୨୦୧୧ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଗଲା। ଭାରତରେ ସେତେବେଳେ ଏଭଳି ସ୍ଥିତି ଥିଲା ଯେ ଅଲିମ୍ପିକରେ ଗୋଟିଏ ପଦକ ଜିତିବା ବଡ଼ ଗର୍ବର କଥା। ସୁଶୀଲ କୁମାର ଦେଶକୁ ଦୁଇ ଥର ଏହି ସୁଯୋଗ ଦେଇଛନ୍ତି। ୨୦୧୨ ସମର୍ ଅଲିମ୍ପିକ୍ସରେ ସୁଶୀଲ ରୌପ୍ୟ ପଦକ ଜିତି ଇତିହାସ ରଚିଲେ। ସେ ଏକମାତ୍ର ଭାରତୀୟ ଭାବେ ଦୁଇଥର ଅଲିମ୍ପିକ୍ ପଦକ ଜିତିବାର ଗୌରବ ଅର୍ଜନ କଲେ।

ରେସଲରରୁ ରୋଲ୍ ମଡେଲ୍ ହୋଇସାରିଥିଲେ ସୁଶୀଲ

ସୁଶୀଲଙ୍କୁ ଭାରତୀୟ ରେଲୱେରେ ଚାକିରି ମିଳିଲା ଏବଂ ସେ ଛତ୍ରସାଲ୍ ଷ୍ଟାଡିୟମରେ ଓଏସଡି ମଧ୍ୟ ରହିଲେ। ସୁଶୀଲ କୁମାର ୨୦୧୨ ପରେ ଏକ ରୋଲ୍ ମଡେଲ୍ ଭାବେ ନିଜକୁ ଉପସ୍ଥାପନା କରିଥିଲେ। ରେସଲିଂରେ ପାଦ ଦେଉଥିବା ପ୍ରତିଟି ଯୁବବର୍ଗ ତାଙ୍କୁ ନିଜର ଆଦର୍ଶ ମାନୁଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ସାଗର ଧାନକର୍। ସାଗର ୨୦୧୨-୧୩ ସିଜନରେ ଛତ୍ରସାଲ ଷ୍ଟାଡିୟମକୁ ଆସିଥିଲେ। ସେହିଠାରେ ତାଙ୍କର ଟେଷ୍ଟ ହୋଇଥିଲେ। ଆଉ ସୁଶୀଲ କୁମାର ହିଁ ତାଙ୍କର ଟେଷ୍ଟ ନେଇଥିଲେ। ସୁଶୀଲଙ୍କ ଶ୍ୱଶରୁ ଓ ଛତ୍ରସାଲ ଷ୍ଟାଡିୟମରେ ରେସଲିଂ ସ୍କୁଲ ଚଳାଉଥିବା ସତପାଲ୍ ସିଂହ ମଧ୍ୟ ସାଗରଙ୍କ ପ୍ରଦର୍ଶନରେ ଖୁବ୍ ପ୍ରଭାବିତ ହୋଇଥିଲେ। ହଷ୍ଟେଲରେ ସାଗରଙ୍କୁ ଏକ ରୁମ୍ ଦିଆଗଲା। ତାଙ୍କର ସେଠାରେ ଜୋରଦାର ଟ୍ରେନିଂ ଚାଲିଲା। ସାଗର ଜଣେ ଭଲ ରେସଲର୍ ଥିଲେ। ଦେଶ ଓ ବିଦେଶରେ ଅନେକ ପଦକ ଜିତିଲେ। ଗତ ବର୍ଷ ପର୍ଯ୍ୟନ୍ତ ସେ ଏହି ହଷ୍ଟେଲରେ ରହୁଥିଲେ। ଏହା ପରେ ମଡେଲ୍ ଟାଉନର ଏମ୍ ବ୍ଲକକୁ ସେ ସ୍ଥାନାନ୍ତର ହୋଇଥିଲେ। ଅଭିଯୋଗ ଆସିଛି ଯେ ସାଗର ଯେଉଁ ଫ୍ଲାଟରେ ରହୁଥିଲେ, ସେହିଠାରୁ ତାଙ୍କୁ ଅପହରଣ କରାଯାଇଥିଲା।

ମେ’ ୪ ତାରିଖରେ ଅଭିଯୁକ୍ତ ହେଲେ ସୁଶୀଲ

ଚଳିତ ମାସ ୪ ତାରିଖରେ ରାତି ପ୍ରାୟ ୧୧ଟା ବେଳେ ସାଗର ରହୁଥିବା ଏମ୍ ବ୍ଲକର ସେହି ଫ୍ଲାଟରେ କିଛି ଲୋକେ ପହଞ୍ଚିଥିଲେ। ମିଡିଆ ରିପୋର୍ଟ ମୁତାବକ, ସାଗର ଓ ତାଙ୍କ ସାଥୀଙ୍କୁ ଅପହରଣ କରାଯାଇଥିଲା। ସାଗରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କୁ ଅପହରଣ କରାଯାଇଥିଲା, ସେମାନେ ପୁଲିସକୁ କହିଥିଲେ ଯେ ତଳେ ଥିବା କାରରେ ସୁଶୀଲ କୁମାର ବସିଥିଲେ। ସମସ୍ତଙ୍କୁ ବନ୍ଧୁକ ମୁନରେ ରଖି ଛତ୍ରସାଲ୍ ଷ୍ଟାଡିୟମକୁ ନିଆଗଲା। ଅଭିଯୋଗ ହୋଇଛି ଯେ ଛତ୍ରସାଲ୍ ଷ୍ଟାଡିୟମର ପାର୍କିଂରେ ସାଗର ଓ ତାଙ୍କର ବନ୍ଧୁ ସୋନୁ ଓ ଅମିତ୍ କୁମାରଙ୍କୁ ଖୁବ୍ ମାରପିଟ୍ କରାଯାଇଥିଲା। ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସାଗରଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସୁଶୀଲଙ୍କ ନାଁ ସାମ୍ନାକୁ ଆସିଥିଲା। ତେବେ କେଉଁ କାରଣରୁ ଏସବୁ ଘଟିଲା, ତାକୁ ନେଇ କିଛି ବି ସ୍ପଷ୍ଟ ହୋଇନାହିଁ।

ଫେରାର୍ ହେଲେ ସୁଶୀଲ, ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଲା ଦିଲ୍ଲୀ ପୁଲିସ୍

ସାଗରଙ୍କ ହତ୍ୟାର ଅଭିଯୁକ୍ତ ସାବ୍ୟସ୍ତ ହେବା ପରେ ସୁଶୀଲ କୁମାର ଫେରାର ହୋଇଯାଇଥିଲେ। କେତେବେଳେ ସେ ଉତ୍ତରାଉଣ୍ଡରେ ଲୁଚିଥିଲେ ତ କେତେବେଳେ ହରିୟାଣାରେ ଥିବା ଖବର ମିଳିଥିଲା। ଦିଲ୍ଲୀ ପୁଲିସ୍ ଫେରାର୍ ସୁଶୀଲଙ୍କ ଉପରେ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶିର ଘୋଷଣା କରିଥିଲା। ଲୁକଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଥିଲା। ମେ’ ୧୫ ତାରିଖରେ କୋର୍ଟ ତାଙ୍କ ବିରୋଧରେ ଜାମିନ୍ ବିହୀନ ପରୱାନା ଜାରି କରିଥିଲେ। ଏହା ପରେ ମେ’ ୧୮ ତାରିଖରେ ସୁଶୀଲଙ୍କ ଓକିଲ କୁମାର ବୈଭବଙ୍କ ଦ୍ୱାରା ଅନ୍ତରଣୀ ଜାମିନ୍ ଆବେଦନକୁ ରୋହିଣୀର ଜିଲ୍ଲା କୋର୍ଟ ଖାରଜ କରିଦେଇଥିଲେ। ସୁଶୀଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଭିତ୍ତିହୀନ ଅଭିଯୋଗ ଆଧାରରେ ସୁଶୀଲଙ୍କ ଛବି ଖରାପ କରାଯିବାକୁ ପ୍ରୟାସ କରାଯାଉଛି। ତେବେ ପୁଲିସ୍ କହିଛି ଯେ ସୁଶୀଲ ହିଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ, ଯିଏ ଏହି ଅପରାଧରେ ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଡେପୁଟୀ କମିଶନର ପିଏସ୍ କୁଶବାହଙ୍କ କହିବା ଅନୁଯାୟୀ, ସୁଶୀଲ କୁମାରଙ୍କୁ ତାଙ୍କ ସହଯୋଗୀ ଅଜୟ ଓରଫ ସୁନୀଲଙ୍କ ସହ ମୁଣ୍ଡକାରୁ ଗିରଫ କରାଯାଇଛି। ଅଜୟଙ୍କ ଗିରଫଦାରୀ ଉପରେ ମଧ୍ୟ ୫୦ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା।

ପ୍ରଥମଥର ବିବାଦରେ ଫସିନାହାନ୍ତି ସୁଶୀଲ

ସୁଶୀଲ କୁମାରଙ୍କ ବିରୋଧରେ ପ୍ରଥମଥର ହତ୍ୟା ଭଳି ଗୁରୁତର ଅଭିଯୋଗ ଲାଗିଛି। କିନ୍ତୁ ତାଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ। କିଛି ରିପୋର୍ଟ ମୁତାବକ, ସୁଶୀଲ କୁମାର ଏମସିଡିର ଟୋଲ୍ ଚୁକ୍ତି ମଧ୍ୟ ନେଇଥିଲେ, ଯାହାକୁ ଚଳାଇବା ପାଇଁ ସେ ଗ୍ୟାଙ୍ଗଷ୍ଟରଙ୍କ ସହାୟତା ନେଇଥିଲେ। ସୁଶୀଲଙ୍କୁ ନେଇ ମଧ୍ୟ ପୂର୍ବରୁ ମିଡିଆରେ ଅନେକ ବିବାଦୀୟ କଥା ସାମ୍ନାକୁ ଆସିଥିଲା, କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା। ୨୦୧୭ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାଏଲ୍ ବେଳେ ସୁଶୀଲ କୁମାର ଓ ରେସଲର୍ ପ୍ରବୀଣ ରାଣାଙ୍କ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ରାଣା କହିଥିଲେ ଯେ ସୁଶୀଲ ତାଙ୍କୁ ମାରପିଟ୍ କରିଥିଲେ।

ନରସିଂହ ଯାଦବ ଆଣିଥିଲେ ସାଙ୍ଘାତିକ ଅଭିଯୋଗ

ଏହି ମାମଲା ପୂର୍ବରୁ ସୁଶୀଲଙ୍କ ସହ ବଡ଼ ବିବାଦ ଯୋଡ଼ି ହୋଇଥିଲା ୨୦୧୬ ଅଲିମ୍ପିକ୍ସରେ। ୭୪ କେଜି ବର୍ଗରେ ସୁଶୀଲ କୁମାର ଓ ମୁମ୍ବାଇର ରେସଲର ନରସିଂହ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସୁଶୀଲ ଅଲିମ୍ପିକ୍ କ୍ୱାଲିଫାୟର୍ସରେ ଭାଗ ନେଇପାରିନଥିଲେ। କିନ୍ତୁ ନରସିଂହ ଯାଦବ ରେସଲିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତି କ୍ୱାଲିଫାଏ କରିସାରିଥିଲେ। ଏଭଳି ସ୍ଥିତିରେ ରେସଲିଂ ଫେଡେରେସନ୍ ପ୍ରଥମେ ଦୁଇ ରେସଲରଙ୍କ ମଧ୍ୟରେ ଟ୍ରାଏଲ୍ କରାଇବାକୁ କହିଥିଲା, କିନ୍ତୁ ପରେ ମନା କରିଦେଇଥିଲା। ଯାହା ପରେ ସୁଶୀଲ କୁମାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ରେସଲିଂ ଫେଡେରେସନ୍ ନରସିଂହଙ୍କୁ ଚୟନ କରିଥିଲା, କାରଣ ସେ ଅଲିମ୍ପିକକୁ କ୍ୱାଲିଫାଏ କରିସାରିଥିଲେ। ହେଲେ ନରସିଂହ ଅଲିମ୍ପିକର ୧୦ ଦିନ ପୂର୍ବରୁ ହୋଇଥିବା ଡୋପ୍ ଟେଷ୍ଟରେ ପଜିଟିଭ୍ ଆସିଥିଲେ। ନ୍ୟାଶନାଲ୍ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପରେ ନରସିଂହଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା, କିନ୍ତୁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ତାଙ୍କୁ ଅଲିମ୍ପିକରେ ଭାଗ ନେବାରୁ ରୋକିବା ସହ ଚାରିବର୍ଷ ପାଇଁ ସସପେଣ୍ଡ ମଧ୍ୟ କରିଥିଲା। ନରସିଂହ ଅଭିଯୋଗ ଆଣିଥିଲେ ଯେ ସୁଶୀଲ କୁମାର ତାଙ୍କ ଖାଦ୍ୟରେ କିଛି ମିଶ୍ରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story