Advertisment

ଅଲିମ୍ପିକ୍ ଯିବା ପାଇଁ ପାଖରେ ପଇସା ନଥିଲା, ତଥାପି ଭାରତ ପାଇଁ ଜିତିଥିଲେ ପ୍ରଥମ ବ୍ୟକ୍ତିଗତ ମେଡାଲ୍

ଅଲିମ୍ପିକ୍ କ୍ରୀଡ଼ାର ୩୨ତମ ସଂସ୍କରଣ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବ। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ମାସେରୁ କମ୍ ସମୟ ବାକି ରହିଲା। ଏଥିପାଇଁ ସବୁ ଦେଶର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଭାରତ ମଧ୍ୟ ଏଥର ନୂଆ ଆଶା ନେଇ ଅଲିମ୍ପିକକୁ ଓହ୍ଲାଇବ। ଯଦି ଆମେ ପୂର୍ବ ସଂସ୍କରଣ ଗୁଡ଼ିକୁ ଦେଖିବା, ତାହେଲେ ଭାରତର ପ୍ରଦର୍ଶନ ଭଲ ରହିନାହିଁ। ତେଣୁ ଭାରତ ଏଥର ଅଧିକ ପଦକ ଜିତିବା ନେଇ ମଧ୍ୟ ଆଶା […]

ଅଦ୍ୟତନ ହୋଇଛି
ଅଲିମ୍ପିକ୍ ଯିବା ପାଇଁ ପାଖରେ ପଇସା ନଥିଲା, ତଥାପି ଭାରତ ପାଇଁ ଜିତିଥିଲେ ପ୍ରଥମ ବ୍ୟକ୍ତିଗତ ମେଡାଲ୍

khashaba-dadasaheb-jadhav

Advertisment

ଅଲିମ୍ପିକ୍ କ୍ରୀଡ଼ାର ୩୨ତମ ସଂସ୍କରଣ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବ। ଏହି କ୍ରୀଡ଼ା ମହାକୁମ୍ଭକୁ ଆଉ ମାସେରୁ କମ୍ ସମୟ ବାକି ରହିଲା। ଏଥିପାଇଁ ସବୁ ଦେଶର ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଭାରତ ମଧ୍ୟ ଏଥର ନୂଆ ଆଶା ନେଇ ଅଲିମ୍ପିକକୁ ଓହ୍ଲାଇବ। ଯଦି ଆମେ ପୂର୍ବ ସଂସ୍କରଣ ଗୁଡ଼ିକୁ ଦେଖିବା, ତାହେଲେ ଭାରତର ପ୍ରଦର୍ଶନ ଭଲ ରହିନାହିଁ। ତେଣୁ ଭାରତ ଏଥର ଅଧିକ ପଦକ ଜିତିବା ନେଇ ମଧ୍ୟ ଆଶା ରହିଛି।

Advertisment

ଅଲିମ୍ପିକରେ ଭାରତ କେଉଁ ଇଭେଣ୍ଟରେ ସର୍ବାଧିକ ପଦକ ଜିତିଛି, ତାହା ସମସ୍ତେ ଜାଣନ୍ତି। ଭାରତ ହକିରେ ହିଁ ସବୁଠାରୁ ଅଧିକ ପଦକ ଜିତିଛି। ତେବେ ହକି ତ ଦଳଗତ ପ୍ରଦର୍ଶନ। କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଅଲିମ୍ପିକରେ ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ପଦକ କିଏ ଜିତିଥିଲେ। ସେହି ମହାନ୍ କ୍ରୀଡ଼ାବିତ୍ ଜଣକ ହେଉଛନ୍ତି କେଡି ଯାଦବ, ଯିଏ ୧୯୫୨ ହେଲସିଙ୍କି ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିଲେ।

इस पहलवान ने घर-घर हाथ फैलाया, मकान गिरवी रखा, तब जाकर देश को मिला पहला ओलंपिक मेडल - Story of Khashaba Dadasaheb Jadhav who won the first individual medal at Olympics in

୧୯୫୨ରେ ଭାରତୀୟ ଫ୍ୟାନଙ୍କୁ ଭାରତୀୟ ହକି ଟିମ୍ ଠାରୁ ସ୍ୱର୍ଣ୍ଣ ପଦକ ଜିତିବାର ଆଶା ଥିଲା, କିନ୍ତୁ ଏହି ଅଲିମ୍ପିକ୍ କ୍ରୀଡ଼ାରେ ଭାରତକୁ ଆଉ ଏକ ପଦକ ଲାଭ ହୋଇଥିଲା । ଭାରତ ପକ୍ଷରୁ କେଡି ଯାଦବ ରେସଲିଂରେ ଦେଶକୁ ପ୍ରଥମ ପଦକ ଦେଇଥିଲେ। ଖଶାଭା ଦାଦାସାହେବ ଯାଦବ ଫ୍ରିଷ୍ଟାଇଲ୍ ରେସଲିଂରେ ବ୍ରୋଞ୍ଜ ପଦକ ନିଜ ନାଁରେ କରିଥିଲେ । ଏଥିସହ ଦେଶ ପାଇଁ ବ୍ୟକ୍ତିଗତ ମେଡାଲ୍ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଥିଲେ । ଯାଦବ ପ୍ରଥମ ଥର ୧୯୪୮ରେ ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ । ହେଲେ ସେ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇ ଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଥିଲା ।

Advertisment

Why is KD Jadhav's Olympic bronze medal up for auction? | NewsBytes

କିଏ କେଡି ଯାଦବ?
କେଡି ଯାଦବଙ୍କର ଜନ୍ମ ୧୯୨୬ରେ ମହାରାଷ୍ଟ୍ରର ସତାରାରେ ହୋଇଥିଲା । ସେ ଏଭଳି ଏକ ପରିବାରରେ ଜନ୍ମ ହୋଇଥିଲେ, ଯେଉଁଠାରେ ପିଲାଦିନରୁ ହିଁ ରେସଲିଂରେ ତାଙ୍କର ପରିଚୟ ସୃଷ୍ଟି ହୋଇଥିଲା । ତାଙ୍କ ପିତା ଦାଦାସାହେବ ମଧ୍ୟ ରେସଲିଂ କରୁଥିଲେ ଏବଂ ମାତ୍ର ପାଞ୍ଚ ବର୍ଷରେ ହିଁ ଯାଦବଙ୍କୁ ରେସଲିହ ଶିଖାଇବା ଆରମ୍ଭ କରିଦେଇଥିଲେ । ଯାଦବ କଲେଜରେ ପାଠ ପଢ଼ୁଥିବା ସମୟରେ ରେସଲିଂରେ ଭାଗ ନେଉଥିଲେ । ତାଙ୍କ କଲେଜର ଡିନ୍ ଆରମ୍ଭରୁ ଯାଦବଙ୍କ ଶରୀରକୁ ଦେଖି ତାଙ୍କୁ ଖେଳିବା ପାଇଁ ପଠାଇ ନଥିଲେ । କିନ୍ତୁ ଯେତେବେଳେ ଯାଦବଙ୍କୁ ସୁଯୋଗ ମିଳିଲା, ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

India's First Individual Olympic Medal Could Go Under the Hammer

କେଡି ଯାଦବଙ୍କ ପାଖରେ ହେଲସିଙ୍କି ଅର୍ଥାତ୍ ୧୯୫୨ ଅଲିମ୍ପିକକୁ ଯିବା ପାଇଁ ଟଙ୍କା ନଥିଲା । ଏ ସମ୍ବନ୍ଧରେ ତାଙ୍କ ପୁଅ ରଞ୍ଜିତ ଯାଦବ କହିଥିଲେ ଯେ ତତ୍କାଳୀନ ବମ୍ବେ ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଠାରୁ ସହାୟତା ମଗାଯାଇଥିଲା, କିନ୍ତୁ ସେ କ୍ରୀଡ଼ା ଶେଷ ହେବା ପରେ ଆସିବାକୁ କହିଥିଲେ। ଏହା ପରେ କେଡି ଯାଦବଙ୍କ କଲେଜ୍ ପ୍ରିନ୍ସିପାଲ୍ ନିଜ ଘର ଋଣ ରଖି ତାଙ୍କୁ ପଇସା ଦେଇଥିଲେ । ଯାଦବ ମଧ୍ୟ ନିରାଶ କରିନଥିଲେ ।

କେଡି ଯାଦବଙ୍କ ଅଲିମ୍ପିକ୍ ଯାତ୍ରା

କେଡି ଯାଦବ ୧୯୫୨ ଅଲିମ୍ପିକର ଫ୍ରିଷ୍ଟାଇଲ୍ ରେସଲିଂର ବାଣ୍ଟାମୱେଟ୍ ବର୍ଗର ପ୍ରଥମ ତିନୋଟି ରାଉଣ୍ଡରେ ସହଜ ବିଜୟ ହାସଲ କରିଥିଲେ। ହେଲେ ଚତୁର୍ଥ ରାଉଣ୍ଡରେ ସେ ହାରି ଯାଇଥିଲେ । ପଞ୍ଚମ ତଥା ମେଡାଲ ରାଉଣ୍ଡରେ କେଡି ଯାଦବ ଜାପାନର ଶୋହାଚି ଇଶିଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ସେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ ।

May be an image of 3 people

ପଦକ ଜିତି ସ୍ୱଦେଶ ଫେରିବା ପରେ ତାଙ୍କୁ ବମ୍ବେର ମୁଖ୍ୟମନ୍ତ୍ରୀ ମୋରାରଜୀ ଦେଶାଇ ସମ୍ମାନିତ କରିଥିଲେ । ଯାଦବ ଆହତ କାରଣରୁ ପରବର୍ତ୍ତୀ ଅଲିମ୍ପିକରେ ଭାଗ ନେଇପାରିନଥିଲେ। ସେ ୧୯୫୫ରେ ଷ୍ଟେଟ୍ ପୁଲିସରେ ସବ୍-ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ୧୯୮୪ରେ ତାଙ୍କର ଦେହାନ୍ତ ହୋଇଥିଲା। ପଦକ ଜିତିବାର ୪୯ ବର୍ଷ ପରେ ଅର୍ଥାତ୍ ୨୦୦୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe