ପୁଣି ଜୋକୋଭିଚ୍ ଜଲୱା, ଜିତିଲେ ନବମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍

ନୂଆଦିଲ୍ଲୀ: ଦୁନିଆର ଏକ ନମ୍ବର ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନରେ ନିଜର ଦବଦବା କାଏମ ରଖି ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଦାନିଲ୍ ମେଦଭେଦେଭଙ୍କୁ ହରାଇ ନବମଥର ଟାଇଟଲ୍ ଜିତିଛନ୍ତି। ଏଥିସହ ଜୋକୋଭିଚ୍ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ରୋଜର୍ ଫେଡେରର ଓ ରାଫେଲ୍ ନାଡାଲଙ୍କ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିକଟତର ହୋଇଛନ୍ତି। ଜୋକୋଭିଚଙ୍କ ଦମଦାର ସର୍ଭିସ ଓ ରିଟଣ୍ଣୟ ବ୍ୟତୀତ ବେସଲାଇନରେ ଦବଦବା ବଜାୟ ରଖି ମେଦଭେଦେଭଙ୍କୁ ସିଧାସଳଖ ୭-୫, […]

novak

novak

Ranjit Kumar Jena
  • Published: Sunday, 21 February 2021
  • Updated: 21 February 2021, 06:19 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆର ଏକ ନମ୍ବର ଟେନିସ୍ ତାରକା ନୋଭାକ୍ ଜୋକୋଭିଚ୍ ଅଷ୍ଟ୍ରେଲିଆନ୍ ଓପନରେ ନିଜର ଦବଦବା କାଏମ ରଖି ରବିବାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଦାନିଲ୍ ମେଦଭେଦେଭଙ୍କୁ ହରାଇ ନବମଥର ଟାଇଟଲ୍ ଜିତିଛନ୍ତି। ଏଥିସହ ଜୋକୋଭିଚ୍ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ରୋଜର୍ ଫେଡେରର ଓ ରାଫେଲ୍ ନାଡାଲଙ୍କ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିକଟତର ହୋଇଛନ୍ତି। ଜୋକୋଭିଚଙ୍କ ଦମଦାର ସର୍ଭିସ ଓ ରିଟଣ୍ଣୟ ବ୍ୟତୀତ ବେସଲାଇନରେ ଦବଦବା ବଜାୟ ରଖି ମେଦଭେଦେଭଙ୍କୁ ସିଧାସଳଖ ୭-୫, ୬-୨, ୬-୨ ସେଟରେ ହରାଇ ମେଲବର୍ଣ୍ଣ ପାର୍କରେ ଲଗାତର ତୃତୀୟ ଟାଇଟଲ୍ ଜିତିଛନ୍ତି।

ସର୍ବିୟା ଖେଳାଳି ଜୋକୋଭିଚ୍ ଏକ ସମୟରେ ୧୩ରୁ ୧୧ ଗେମ୍ ଜିତି ନିଜର ସ୍ଥିତି ମଭଜୁତ୍ କରିଥିଲେ। ଜୋକୋଭିଚଙ୍କ ଆକ୍ରମଣ ଆଗରେ ମେଦଭେଦେଭଙ୍କ ପ୍ରଦର୍ଶନ ପ୍ରଭାବଶୂନ୍ୟ ରହିଥିଲା। ଆରମ୍ଭରୁ ଜୋକୋଭିଚ୍ ଆକ୍ରମଣାତ୍ମକ ନୀତି ଆପଣାଇଥିଲେ। ମେଦଭେଦେଭ କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ ହେଁ, ଜୋକୋଭିଚଙ୍କ ଦମଦାର ପ୍ରଦର୍ଶନର ଜବାବ ତାଙ୍କ ପାଖରେ ନଥିଲା।

ଜୋକୋଭିଚ୍ ଅଷ୍ଟ୍ରେଲିଆ ଓପନର ସମସ୍ତ ସେମିଫାଇନାଲ୍ ଓ ଫାଇନାଲ୍ ମୁକାବିଲା ଜିତିଛନ୍ତି। ତେବେ ଲଗାତର ତୃତୀୟ ଓ ଓଭରଅଲ୍ ନବମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିବାରେ ଜୋକୋଭିଚ୍ ଦୁନିଆର ଏକମାତ୍ର ଖେଳାଳି। ଏହାଛଡ଼ା ଅଷ୍ଟ୍ରେଲିଆନ୍ ଓପନ୍ ଇତିହାସରେ ୩୦ ବର୍ଷ ବୟସ ପରେ ତିନିଥର ଫାଇନାଲରେ ପହଞ୍ଚିବାରେ ଜୋକୋଭିଚ୍ ପ୍ରଥମ ଖେଳାଳି ହୋଇଛନ୍ତି।

https://twitter.com/AustralianOpen/status/1363442701182529538?s=20

ଦୁନିଆର ଚତୁର୍ଥ ମାନ୍ୟତାପ୍ରାପ୍ତ ଖେଳାଳି ମେଦଭେଦେଭ ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଥିଲେ। ଏହା ପୂର୍ବରୁ ସେ ୨୦୧୯ରେ ୟୁଏସ୍ ଓପନ୍ ଫାଇନାଲରେ ନାଡାଲଙ୍କଠାରୁ ପରାଜୟର ମୁହଁ ଦେଖିଥିଲେ। ଆଜିର ପରାଜୟ ସହ ମେଦଭେଦେଭଙ୍କୁ ଆଉଏକ ଗ୍ରାଣ୍ଡସ୍ଲାମ୍ ଫାଇନାଲକୁ ଅପେକ୍ଷା କରିବାକୁ ପଡ଼ିବ।

ଜୋକୋଭିଚ୍ ଅଷ୍ଟ୍ରେଲିଆରେ ୯ଥର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ବ୍ୟତୀତ ପାଞ୍ଚଥର ୱିମ୍ବଲଡନ୍, ତିନିଥର ୟୁଏସ୍ ଓପନ୍ ଏବଂ ଥରେ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଏବେ ଜୋକୋଭିଚଙ୍କ ପାଖରେ ନାଡାଲ ଓ ଫେଡେରରଙ୍କୁ ପଛରେ ପକାଇବାରେ ଭଲ ସୁଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story