ଶାହରୁଖ, ଧୋନି, ବିରାଟ ଓ ରୋହିତଙ୍କ ବିରୋଧରେ ପିଆଇଏଲ

ଭୋପାଲ: ବଲିଉଡର କିଙ୍ଗ ଶାହରୁଖ ଖାନ, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମେତ ୬ ଜଣଙ୍କ ବିରୋଧରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠଙ୍କ ନିକଟରେ ଏପରି ପିଆଇଏଲ ଦାଖଲ କରାଯାଇଛି। ଏହି ସେଲେବ୍ରିଟିମାନେ ଯୁବଗୋଷ୍ଠୀଙ୍କୁ ଅନଲାଇନ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ବରିଷ୍ଠ ଆଇନଜୀବୀ ବିନୋଦ ଦ୍ୱିବେଦୀଙ୍କ ପକ୍ଷରୁ ଏପରି ଏକ ପିଆଇଏଲ ଦାଖଲ କରାଯାଇଛି। ସେ ତାଙ୍କ ପିଆଇଏଲରେ କହିଛନ୍ତି, […]

Dhoni

Dhoni

Hemant Lenka
  • Published: Tuesday, 03 May 2022
  • Updated: 03 May 2022, 06:42 PM IST

Sports

Latest News

ଭୋପାଲ: ବଲିଉଡର କିଙ୍ଗ ଶାହରୁଖ ଖାନ, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ସମେତ ୬ ଜଣଙ୍କ ବିରୋଧରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠଙ୍କ ନିକଟରେ ଏପରି ପିଆଇଏଲ ଦାଖଲ କରାଯାଇଛି। ଏହି ସେଲେବ୍ରିଟିମାନେ ଯୁବଗୋଷ୍ଠୀଙ୍କୁ ଅନଲାଇନ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ବରିଷ୍ଠ ଆଇନଜୀବୀ ବିନୋଦ ଦ୍ୱିବେଦୀଙ୍କ ପକ୍ଷରୁ ଏପରି ଏକ ପିଆଇଏଲ ଦାଖଲ କରାଯାଇଛି।

ସେ ତାଙ୍କ ପିଆଇଏଲରେ କହିଛନ୍ତି, “ଦେଶର ଅନେକ ରାଜ୍ୟରେ ଅନଲାଇନ ପ୍ଲାଟଫର୍ମ ଉପରେ ରୋକ ଲାଗିଛି। ହେଲେ ମଧ୍ୟପ୍ରଦେଶରେ ଏପରି କିଛି ବି ହୋଇନି। ଏନେଇ ସମସ୍ତଙ୍କୁ ନୋଟିସ୍ ମଧ୍ୟ କରାଯାଇଥିଲା। ହେଲେ କେହି ବି ଏହାର ଉତ୍ତର ଦେଇନାହାନ୍ତି।”

ସୋମବାର ଓକିଲଙ୍କ ଦ୍ୱିବେଦୀଙ୍କ ଆବେଦନର ଶୁଣାଣି ଦୁଇ ଜଣିଆ ଖଣ୍ଡପୀଠ କରିଥିଲେ। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀ ଅନଲାଇନ ଖେଳ ଉପରେ ରୋକ ଲଗାଇବାକୁ ନିବେଦନ କରିଛନ୍ତି। କିନ୍ତୁ ସେ ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରି ନାହାନ୍ତି। ଏହାପରେ ଖଣ୍ଡପୀଠ ଆବେଦନକାରୀଙ୍କୁ ସଂଶୋଧନ ପାଇଁ ସମୟ ଦେବା ସହ ମାମଲାର ଶୁଣାଣିକୁ ୧୦ ମେ’ ଯାଏ ଘୁଞ୍ଚାଇ ଦେଇଛନ୍ତି।

ଆବେଦନକାରୀ ଓକିଲ ଦ୍ୱିବେଦୀ କହିଛନ୍ତି, ଅଭିନେତା ଶାହରୁଖ ଖାନ, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଲକ୍ଷଲକ୍ଷ ଯୁବକ ସେମାନଙ୍କ ଆଦର୍ଶ ମାନନ୍ତି। ଏପରି କି ସେମାନଙ୍କ ପାଇଁ ଯୁବଗୋଷ୍ଠୀ କିଛି ବି କରିବାକୁ ରାଜି ହୋଇଯାଉଛନ୍ତି। ହେଲେ ସେଲେବ୍ରିଟିମାନେ ଏହାର ଫାଇଦା ଉଠାଇ ଯୁବଗୋଷ୍ଠୀଙ୍କୁ ଅନଲାଇନ ପ୍ଲାଟଫର୍ମରେ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି।

ସେମାନେ ଅନଲାଇନ ଗେମ୍‌ ଖେଳି କେମିତି କୋଟିପତି ହୋଇପାରିବେ, ସେକଥା ବିଜ୍ଞାପନ ଜରିଆରେ କହୁଛନ୍ତି। ସେଲେବ୍ରିଟିଙ୍କୁ ଆଦର୍ଶମାନୁଥିବା ଯୁବଗୋଷ୍ଠୀ ସେମାନଙ୍କ କଥାରେ କୋଟିକୋଟି ଟଙ୍କା ଜୁଆ ଖେଳରେ ବର୍ବାଦ କରୁଛନ୍ତି। ସେହିପରି ଋଣରେ ବୁଡ଼ି ଅନେକ ଯୁବକ ଆତ୍ମହତ୍ୟା ମଧ୍ୟ କରୁଛଛନ୍ତି। ତେଣୁ ଅନଲାଇନ ଗେମ୍ ଉପରେ ତୁରନ୍ତ ବ୍ୟାନ୍ ଲଗାଇବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story