ସ୍ୱିସ ଓପନ ଟାଇଟଲ ଜିତିଲେ ଭାରତର ପିଭି ସିନ୍ଧୁ

ବସେଲ(ସ୍ୱିଜରଲ୍ୟାଣ୍ଡ): ପୁଣିଥରେ ବିଦେଶ ମାଟିରେ କମାଲ କରିଛନ୍ତି ଭାରତୀୟ ମହିଳା ଶଟଲର ପିଭି ସିନ୍ଧୁ। ସେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାତେଇଛନ୍ତି। ଥାଇଲ୍ୟାଣ୍ଡର ବୁସାନନଙ୍କୁ ସିନ୍ଧୁ ସିଧାସଳଖ ୨୧-୧୬ ଓ ୨୧-୮ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ ବର୍ଷ ସିନ୍ଧୁଙ୍କର ଏହା ଦ୍ୱିତୀୟ ଟାଇଟଲ। ସେ ଜାନୁଆରୀ ମାସରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲେ। ଆଜିର ମ୍ୟାଚ କଥା ବିଚାରକୁ ନେଲେ ଅଲିମ୍ପିକ୍ସରେ ୨ଟି ମେଡାଲ ଜିତିଥିବା […]

sindhu

sindhu

Hemant Lenka
  • Published: Sunday, 27 March 2022
  • Updated: 27 March 2022, 05:16 PM IST

Sports

Latest News

ବସେଲ(ସ୍ୱିଜରଲ୍ୟାଣ୍ଡ): ପୁଣିଥରେ ବିଦେଶ ମାଟିରେ କମାଲ କରିଛନ୍ତି ଭାରତୀୟ ମହିଳା ଶଟଲର ପିଭି ସିନ୍ଧୁ। ସେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ଟାଇଟଲ୍ ହାତେଇଛନ୍ତି। ଥାଇଲ୍ୟାଣ୍ଡର ବୁସାନନଙ୍କୁ ସିନ୍ଧୁ ସିଧାସଳଖ ୨୧-୧୬ ଓ ୨୧-୮ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଚଳିତ ବର୍ଷ ସିନ୍ଧୁଙ୍କର ଏହା ଦ୍ୱିତୀୟ ଟାଇଟଲ। ସେ ଜାନୁଆରୀ ମାସରେ ସୟଦ ମୋଦି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲେ।

ଆଜିର ମ୍ୟାଚ କଥା ବିଚାରକୁ ନେଲେ ଅଲିମ୍ପିକ୍ସରେ ୨ଟି ମେଡାଲ ଜିତିଥିବା ସିନ୍ଧୁ ଆରମ୍ଭରୁ ନିଜର କ୍ଲାସ ଦେଖାଇଥିଲେ। ବୁସାନନ ବିଶ୍ୱର ୧୧ତମ ସିଡ୍। ତେଣୁ ସିନ୍ଧୁ ତାଙ୍କୁ ବେଶ ସହଜରେ ହରାଇ ଦେବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ପ୍ରଥମ ସେଟରେ ବୁସାନନ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତଥାପି ଏହି ସେଟକୁ ସିନ୍ଧୁ ୨୧-୧୬ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍ ସଂପୂର୍ଣ୍ଣ ଏକପାଖିଆ ରହିଥିଲା। ଏହି ସେଟରେ ବୁସାନନ କେବଳ ୮ ପଏଣ୍ଟ ସ୍କୋର କରିବାକୁ ସକ୍ଷମ ହୋଇଥିଲେ। ମାତ୍ର ୪୯ ମିନିଟ୍ ମଧ୍ୟରେ ମ୍ୟାଚ୍ ଶେଷ କରି ସିନ୍ଧୁ ସ୍ୱିସ ଓପନ ୨୦୨୨ ଟାଇଟଲ ନିଜ ନାଁରେ କରିଛନ୍ତି।

ସିନ୍ଧୁ ଓ ବୁସାନନଙ୍କ ମଧ୍ୟରେ ଏହା ୧୭ତମ ମୁକାବିଲା ଥିଲା। ୧୭ଟି ମ୍ୟାଚ୍‌ ମଧ୍ୟରୁ ସିନ୍ଧୁ ୧୬ଥର ଜିତିଛନ୍ତି। ୨୦୧୯ ହଂକଂ ଓପନରେ ଗୋଟିଏଥର ବୁସାନନ ଜିତିଥିଲେ। ସ୍ୱିସ ଓପନର ଗତ ସଂସ୍କରଣରେ ମଧ୍ୟ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ମୁକାବିଲାରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦ ବିଜେତା କାରୋଲିନା ମାରିନଙ୍କ ଠାରୁ ହାରିବାକୁ ପଡ଼ିଥିଲା।

ସ୍ୱିଜରଲ୍ୟାଣ୍ଡ ସହ ସିନ୍ଧୁଙ୍କ ସମ୍ପର୍କ ବେଶ ପୁରୁଣା। କାରଣ ୨୦୧୯ରେ ସେ ଏହି ସ୍ଥାନରେ ହିଁ ବିଶ୍ୱ ଚାମ୍ପିୟନ ଟାଇଟଲ ହାସଲ କରିଥିଲେ। ଏବେ ବସେଲରେ ସିନ୍ଧୁ ଆଉ ଏକ ଟାଇଟଲ ହାସଲ କରି ନିଜର ବିଜୟ ଧାରାକୁ ଆଗକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story