ବିଜୟ ପରେ ଫୋନ କରି ଖେଳାଳିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଥୋମାସ କପ୍‌ ଜିତି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ଦୀର୍ଘ ୭୩ ବର୍ଷର ଥୋମାସ କପ୍‌ ଇତିହାସରେ ଭାରତ ରବିବାର ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି। ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଭାରତୀୟ ଟିମ୍‌ ନୂଆ ରେକର୍ଡ କରିଛି। ଏହି ବିଜୟ ପରେ ଭାରତୀୟ ଟିମ୍‌ରେ ଥିବା ସଦସ୍ୟମାନଙ୍କୁ ସମସ୍ତେ ପ୍ରଶଂସା କରି ଚାଲିଛନ୍ତି। A special interaction with our badminton 🏸 champions, who have won the Thomas Cup […]

Badminton

Badminton

Hemant Lenka
  • Published: Sunday, 15 May 2022
  • Updated: 15 May 2022, 10:01 PM IST

Sports

Latest News

ନୂଆଦିଲ୍ଲୀ: ଥୋମାସ କପ୍‌ ଜିତି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ଦୀର୍ଘ ୭୩ ବର୍ଷର ଥୋମାସ କପ୍‌ ଇତିହାସରେ ଭାରତ ରବିବାର ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି। ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଭାରତୀୟ ଟିମ୍‌ ନୂଆ ରେକର୍ଡ କରିଛି। ଏହି ବିଜୟ ପରେ ଭାରତୀୟ ଟିମ୍‌ରେ ଥିବା ସଦସ୍ୟମାନଙ୍କୁ ସମସ୍ତେ ପ୍ରଶଂସା କରି ଚାଲିଛନ୍ତି।


ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତୀୟ ଶଟଲରମାନଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ମ୍ୟାଚ୍‌ ପରେ ଖେଳାଳିମାନଙ୍କୁ ମଧ୍ୟ ଫୋନ କରିଥିଲେ। ଫୋନ ଯୋଗେ ସେ ସବୁ ଖେଳାଳି ଓ ସର୍ପୋଟ ଷ୍ଟାଫଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଫୋନ ଯୋଗେ କଥା ହେବାରୁ ଭାରତୀୟ ଖେଳାଳିଙ୍କ ଖୁସି ଆହୁରି ଦୁଇଗୁଣ ହୋଇ ଯାଇଛି।


ଭାରତୀୟ ଟିମ୍‌କୁ କ୍ୱାର୍ଟର ଓ ସେମିରେ ଜିତାଇଥିବା ଏଚଏସ୍‌ ପ୍ରଣୟ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ ଖେଳାଳିମାନଙ୍କ ସହ କଥା ହୋଇଥିବା ବିଷୟରେ କହିଛନ୍ତି। ସେ କହିଛନ୍ତି, “ମୋ ସହ ଓ ଆମ ଟିମ୍‌ର ସବୁ ସଦସ୍ୟଙ୍କ ସହ ଫୋନ ଯୋଗେ କଥା ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପାଖରେ କୃତଜ୍ଞ। ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଉଛି। ସେ ଆମକୁ ବ୍ୟାଡମିଣ୍ଟନ ବିଶ୍ୱକପ(ଥୋମାସ କପ୍‌) ଜିତିଥିବାରୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି। ଆପଣଙ୍କ ନିରବଚ୍ଛିନ୍ନ ସହଯୋଗ ପାଇଁ ବହୁତ ବହୁତ ଧନ୍ୟବାଦ।”

Image

ଅନ୍ୟତମ ଷ୍ଟାର ଶଟଲର ଲକ୍ଷ୍ୟ ସେନ ମଧ୍ୟ ମୋଦିଙ୍କ ସହ ଫୋନରେ କଥା ହୋଇଥିବା ବିଷୟରେ ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଧନ୍ୟବାଦ ସାର୍‌, ଆପଣ ଆମ ସହ କଥା ହେଲେ ଓ ଶୁଭେଚ୍ଛା ଜଣାଇଲେ। ଏହା ଆମକୁ ଦେଶ ପାଇଁ ଆହୁରି ଭଲ କରିବାକୁ ପ୍ରେରଣା ଯୋଗାଇବ। ଆମେ ଆପଣଙ୍କ ଆଶୀର୍ବାଦ ଓ ସମର୍ଥନ ଚାହୁଁଛୁ।”


ସୂଚନାଯୋଗ୍ୟ, ୧୯୪୯ ମସିହାରୁ ଥୋମାସ କପ୍‌ ଖେଳା ଯାଉଥିବା ବେଳେ ଭାରତ କେବେ ହେଲେ ମେଡାଲ ଜିତି ପାରି ନଥିଲା। କିନ୍ତୁ ଚଳିତ ବର୍ଷ ଭାରତ ଇତିହାସ ସୃଷ୍ଟି କରି ବିଶ୍ୱର ୬ଷ୍ଠ ଦେଶ ଭାବେ ଥୋମାସ କପ ଜିତି ପାରିଛି। ଭାରତ ପୂର୍ବରୁ କେବଳ ଇଣ୍ଡୋନେସିଆ, ଚାଇନା, ମାଲେସିୟା, ଡେନମାର୍କ ଓ ଜାପାନ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos