ଇତିହାସ ରଚିଲେ ପେସ୍ ବୋଲର୍‌

କୋଲକାତା: କୋଲକାତା ଟେଷ୍ଟ ଜିତିବା ସହ ଭାରତୀୟ ପେସ୍ ବୋଲରମାନେ ନୂଆ ଇତିହାସ ରଚିଛନ୍ତି। ଏହି ଟେଷ୍ଟରେ ଭାରତୀୟ ପେସ୍ ବୋଲରମାନେ ସମସ୍ତ ୧୯ଟି ଯାକ ୱିକେଟ୍ ନେଇ ନୂଆ ରେକର୍ଡ କରିଛନ୍ତି। ତେବେ ପ୍ରଥମଥର ପାଇଁ ଘରୋଇ ମାଟିରେ ଭାରତର ବିଜୟରେ ସ୍ପିନରମାନେ ଗୋଟିଏ ବି ୱିକେଟ୍ ନେଇନାହାନ୍ତି। ଏହି ମ୍ୟାଚରେ ଭାରତର ତିନି ପେସର ଯଥା ଈଶାନ୍ତ ଶର୍ମା (୯), ଉମେଶ ଯାଦବ (୮) ଏବଂ ମହମ୍ମଦ ଶାମି (୨) ସବୁଯାକ ୱିକେଟ୍ ନେଇଛନ୍ତି। […]

pace-bowler

Ranjit Kumar Jena
  • Published: Sunday, 24 November 2019
  • , Updated: 24 November 2019, 06:35 PM IST

କୋଲକାତା: କୋଲକାତା ଟେଷ୍ଟ ଜିତିବା ସହ ଭାରତୀୟ ପେସ୍ ବୋଲରମାନେ ନୂଆ ଇତିହାସ ରଚିଛନ୍ତି। ଏହି ଟେଷ୍ଟରେ ଭାରତୀୟ ପେସ୍ ବୋଲରମାନେ ସମସ୍ତ ୧୯ଟି ଯାକ ୱିକେଟ୍ ନେଇ ନୂଆ ରେକର୍ଡ କରିଛନ୍ତି। ତେବେ ପ୍ରଥମଥର ପାଇଁ ଘରୋଇ ମାଟିରେ ଭାରତର ବିଜୟରେ ସ୍ପିନରମାନେ ଗୋଟିଏ ବି ୱିକେଟ୍ ନେଇନାହାନ୍ତି।

ଏହି ମ୍ୟାଚରେ ଭାରତର ତିନି ପେସର ଯଥା ଈଶାନ୍ତ ଶର୍ମା (୯), ଉମେଶ ଯାଦବ (୮) ଏବଂ ମହମ୍ମଦ ଶାମି (୨) ସବୁଯାକ ୱିକେଟ୍ ନେଇଛନ୍ତି। ଏହା ସହ ଘରୋଇ ମାଟିରେ ଭାରତୀୟ ପେସରମାନେ କୌଣସି ଟେଷ୍ଟରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୨୦୧୭ରେ ଇଡେନ୍ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ପେସରମାନେ ୧୭ ୱିକେଟ୍ ନେଇଥିଲେ।

ପ୍ରଥମଥର ପାଇଁ ଭାରତର ଦୁଇ ପେସ୍ ବୋଲର ଗୋଟିଏ ଟେଷ୍ଟରେ ୮ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇ ଇତିହାସ ରଚିଛନ୍ତି। ଏହା ପୂର୍ବରୁ ରେକର୍ଡ ଅଷ୍ଟ୍ରେଲିଆର ରିଆନ୍ ହାରିସ୍ ଓ ମିଚେଲ୍ ଜନସନଙ୍କ ନାଁରେ ଥିଲା। ଦୁହେଁ ୨୦୧୧ରେ ପର୍ଥ ଟେଷ୍ଟରେ ଏହି ରେକର୍ଡ କରିଥିଲେ। ଚଳିତ ବର୍ଷ ଭାରତୀୟ ପେସ୍ ବୋଲରଙ୍କ ଆଭରେଜ୍ ୧୫.୧୬ ରହିଛି, ଯାହାକି ୫୦ରୁ ଅଧିକ ୱିକେଟ୍ ନେବା ମାମଲାରେ ଦ୍ୱିତୀୟ ସର୍ବାଧିକ।

ଚଳିତ ସିରିଜରେ ଭାରତୀୟ ପେସରଙ୍କ ଆଭରେଜ୍ ୧୩.୪୮ ରହିଛି, ଭାରତର କୌଣସି ଘରୋଇ ସିରିଜରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଭାରତର ତିନି ପେସର୍ ୨୬.୩ ଷ୍ଟ୍ରାଇକରେଟରେ ୩୩ ୱିକେଟ୍ ନେଇଛନ୍ତି।

Related story