ସ୍ପଟ୍‌ ଫିକ୍ସିଂ: ୧୦ ବର୍ଷ ପାଇଁ ବ୍ୟାନ୍‌ ହେଲେ ଏହି ଖେଳାଳି 

ଇସ୍‌ଲାମାବାଦ: ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ପାକିସ୍ତାନ କ୍ରିକେଟର୍‌ ନସିର ଜାମଶେଦଙ୍କ ଉପରେ ୧୦ ବର୍ଷ ପାଇଁ ବାସନ୍ଦାଦେଶ ଲାଗୁ ହୋଇଛି। ପାକିସ୍ତାନ ସୁପର୍‌ ଲିଗ୍‌(ପିଏସ୍‌ଏଲ୍‌)ରେ ନସିର ସ୍ପଟ୍‌ ଫିକ୍ସି  କରିଥିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି)ର ଦୁର୍ନୀତି ନିରୋଧ ଟ୍ରିବ୍ୟୁନାଲ୍ ଆଜି ଏଭଳି ଦଣ୍ଡ ଘୋଷଣା କରିଛି। ଏହି ବାସନ୍ଦାଦେଶ ଯୋଗୁ ନସିର କୌଣସି ପ୍ରକାରର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ। ପୂର୍ବରୁ ସ୍ପଟ୍‌ ଫିକ୍ସିଂ ପାଇଁ ପିସିବି ନସିରଙ୍କୁ ୨ ବର୍ଷ ପାଇଁ […]

NASIR

Hemant Lenka
  • Published: Friday, 17 August 2018
  • , Updated: 17 August 2018, 12:29 PM IST

ଇସ୍‌ଲାମାବାଦ: ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ପାକିସ୍ତାନ କ୍ରିକେଟର୍‌ ନସିର ଜାମଶେଦଙ୍କ ଉପରେ ୧୦ ବର୍ଷ ପାଇଁ ବାସନ୍ଦାଦେଶ ଲାଗୁ ହୋଇଛି। ପାକିସ୍ତାନ ସୁପର୍‌ ଲିଗ୍‌(ପିଏସ୍‌ଏଲ୍‌)ରେ ନସିର ସ୍ପଟ୍‌ ଫିକ୍ସି  କରିଥିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି)ର ଦୁର୍ନୀତି ନିରୋଧ ଟ୍ରିବ୍ୟୁନାଲ୍ ଆଜି ଏଭଳି ଦଣ୍ଡ ଘୋଷଣା କରିଛି। ଏହି ବାସନ୍ଦାଦେଶ ଯୋଗୁ ନସିର କୌଣସି ପ୍ରକାରର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ।

ପୂର୍ବରୁ ସ୍ପଟ୍‌ ଫିକ୍ସିଂ ପାଇଁ ପିସିବି ନସିରଙ୍କୁ ୨ ବର୍ଷ ପାଇଁ କ୍ରିକେଟ୍‌ରୁ ବ୍ୟାନ୍‌ କରିଥିଲା।

ପିଏସ୍‌ଏଲ୍‌ରେ ହୋଇଥିବା ସ୍ପଟ୍‌ ଫିକ୍ସିଂରେ ନସିରଙ୍କ ସମେତ ଆଉ ୨ ଜଣ ଖେଳାଳିଙ୍କ ନାଁ ରହିଥିଲା।  ନସିର ପାକିସ୍ତାନ ପକ୍ଷରୁ ୨ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି

 

Related story