ମୃତ୍ୟୁର ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସାମ୍ନାକୁ ଆସିଲେ ଏହି କ୍ରିକେଟର୍‌: ଭିଡିଓ ଜାରି କରି କହିଲେ ମୁଁ ବଞ୍ଚିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର୍‌ ଉମର ଆକମଲ୍‌ଙ୍କୁ ଶେଷରେ ନିଜେ ବିଞ୍ଚିଛନ୍ତି ବୋଲି ସୋସିଆଲ ମିଡିଆରେ ସଫେଇ ଦେବାକୁ ପଡିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ନିକଟରେ ଲାହୋରରେ ଘଟିଥିବା ହିଂସାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଉମର ଆକମଲ ପରି ଦେଖିଯାଉଥିଲେ। ଏବଂ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ଏହାପରେ ଲୋକମାନେ ଏହି ଫଟୋକୁ ଆକମଲ ବୋଲି ଭାବୁଥିଲେ। ଲୋକମାନେ ଆକମଲ କିପରି ଠିକ୍ ହେବେ ସେଥିପାଇଁ ମଧ୍ୟ ପ୍ରାଥନ କରିବାକୁ […]

555_1511959223_618x347

555_1511959223_618x347

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 10:13 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନ କ୍ରିକେଟର୍‌ ଉମର ଆକମଲ୍‌ଙ୍କୁ ଶେଷରେ ନିଜେ ବିଞ୍ଚିଛନ୍ତି ବୋଲି ସୋସିଆଲ ମିଡିଆରେ ସଫେଇ ଦେବାକୁ ପଡିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ନିକଟରେ ଲାହୋରରେ ଘଟିଥିବା ହିଂସାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ଉମର ଆକମଲ ପରି ଦେଖିଯାଉଥିଲେ। ଏବଂ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ଏହାପରେ ଲୋକମାନେ ଏହି ଫଟୋକୁ ଆକମଲ ବୋଲି ଭାବୁଥିଲେ। ଲୋକମାନେ ଆକମଲ କିପରି ଠିକ୍ ହେବେ ସେଥିପାଇଁ ମଧ୍ୟ ପ୍ରାଥନ କରିବାକୁ ଲାଗିଲେ। ଏହାପରେ କିଛି ଲୋକ ଆକମଲଙ୍କ ମୃତ୍ୟୁ ହୋଇଯାଇଥିବା କଥା କହି ଶ୍ରଦ୍ଧାଞ୍ଜଳି ମଧ୍ୟ ଦେବାକୁ ଲାଗିଲେ। ଏହାପରେ ଆକମଲ ସାମ୍ନାକୁ ଆସି ସଫେଇ ଦେଇଥିଲେ। ଆକମଲ ଏକ ଭିଡିଓ ଜାରିକରି ନିଜେ ଭଲ ଥିବା କଥା କହିଛନ୍ତି। ସେ ଭିଡିଓରେ କହିଛନ୍ତି କି ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ଲାହୋରରେ ହିଁ ଅଛନ୍ତି। ଆଉ ଯେଉଁ ନ୍ୟୁଜ ତାଙ୍କ ନାଁରେ ଚାଲୁଛି ତାହା ଫେକ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos