ପାକିସ୍ତାନ ଛାଡ଼ି ଏହି ଦେଶରେ ରହିବେ ଆମୀର୍!

କରାଚୀ: ଦୁଇଦିନ ତଳେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମୀର୍ ନିଜ ଦେଶ ଛାଡ଼ି ବିଦେଶରେ ରହିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି। ଆମୀର ବ୍ରିଟିଶ ପାସପୋର୍ଟ ହାସଲ କରି ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ରହିବା ପାଇଁ ମନ ବଳାଇଛନ୍ତି। ଆମୀର ସେପ୍ଟେମ୍ବର, ୨୦୧୬ରେ ବ୍ରିଟିଶ ନାଗରିକ ନର୍ଗିସ୍ ମଲିକଙ୍କୁ ବିବାହ କରିଥିଲେ ଏବଂ ସେ ସ୍ପାଉସ୍ ଭିସା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫଳସ୍ୱରୂପ ଆମୀରଙ୍କୁ ୩୦ ମାସ […]

amir

amir

Ranjit Kumar Jena
  • Published: Sunday, 28 July 2019
  • Updated: 28 July 2019, 05:37 PM IST

Sports

Latest News

କରାଚୀ: ଦୁଇଦିନ ତଳେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା ପାକିସ୍ତାନର ପେସ୍ ବୋଲର ମହମ୍ମଦ ଆମୀର୍ ନିଜ ଦେଶ ଛାଡ଼ି ବିଦେଶରେ ରହିବା ନେଇ ଯୋଜନା କରୁଥିବା ସୂଚନା ମିଳିଛି। ଆମୀର ବ୍ରିଟିଶ ପାସପୋର୍ଟ ହାସଲ କରି ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ରହିବା ପାଇଁ ମନ ବଳାଇଛନ୍ତି। ଆମୀର ସେପ୍ଟେମ୍ବର, ୨୦୧୬ରେ ବ୍ରିଟିଶ ନାଗରିକ ନର୍ଗିସ୍ ମଲିକଙ୍କୁ ବିବାହ କରିଥିଲେ ଏବଂ ସେ ସ୍ପାଉସ୍ ଭିସା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫଳସ୍ୱରୂପ ଆମୀରଙ୍କୁ ୩୦ ମାସ ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବାକୁ ଅନୁମତି ମିଳିପାରିବ।

ଏହି ସୂଚନା ରଖିଥିବା ଏକ ସୂତ୍ରରୁ ଖବର ମିଳିଛି ଯେ, "ଆମୀର ବ୍ରିଶିଶ୍ ପାସପୋର୍ଟ କରିବା ସହ ଭବିଷ୍ୟତରେ ସ୍ଥାୟୀ ଭାବେ ଇଂଲଣ୍ଡରେ ରହିବାକୁ ଯୋଜନା କରୁଛନ୍ତି। ସ୍ପାଉସ୍ ଭିସା ସହ ସେ ବିନା କୌଣସି ସମସ୍ୟାରେ କିଛି ବି କାମ କରିପାରନ୍ତି। ଏହାସହ ବ୍ରିଟେନର ସ୍ଥାୟୀ ବାସିନ୍ଦା ଭାବେ ସେଠାରେ ମିଳୁଥିବା ଫାଇଦାର ମଧ୍ୟ ଭରପୂର ମଜା ଉଠାଇପାରିବେ। ଏହି କାରଣରୁ ସେ ଇଂଲଣ୍ଡରେ ଏକ ଘର କିଣିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି।"

୨୭ ବର୍ଷୀୟ ଆମୀର୍ ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ତେବେ ବ୍ରିଟେନରେ ରହିବାର ଯୋଜନା ଆମୀରଙ୍କୁ ପ୍ରଶଂସକଙ୍କୁ ଚକିତ କରିଛି। ଖବର ଅନୁଯାୟୀ, "ଆମୀର ନିୟମିତ ଭାବେ ଇଂଲଣ୍ଡ ଯିବା ଆସିବା କରନ୍ତି ଏବଂ ଗତବର୍ଷରୁ କାଉଣ୍ଟି କ୍ରିକେଟ୍ ଖେଳିଆସୁଛନ୍ତି। ଏଥିପାଇଁ ଏବେ ତାଙ୍କୁ କୌଣସି ଅସୁବିଧା ହେବ ନାହିଁ।"

ଟେଷ୍ଟ କ୍ରିକେଟରୁ ଆମୀରଙ୍କ ହଠାତ୍ ଅବସର ନେବା ପାକିସ୍ତାନର କିଛି ପୂର୍ବତନ କ୍ରିକେଟରଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ୱାସିମ୍ ଆକ୍ରାମ, ୱକାର ୟୁନିସ୍ ଓ ଶୋଏବ ଅଖତରଙ୍କ ଭଳି କିମ୍ବଦନ୍ତୀ ପେସ୍ ବୋଲର ଆମୀରଙ୍କ ଏହି ନିଷ୍ପତ୍ତିରେ ନିରାଶ ପ୍ରକାଶ କରିଛନ୍ତି। ପୂର୍ବତନ କ୍ୟାପଟେନ ରମିଜ୍ ରାଜା ମଧ୍ୟ ଆମୀରଙ୍କ ନିଷ୍ପତ୍ତିରେ ଖୁସି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos