ପାକିସ୍ତାନ ସହିତ ନିରପେକ୍ଷ ସ୍ଥାନରେ ସିରିଜ୍ ଖେଳିବା ସପକ୍ଷରେ ନାହିଁ ବିସିସିଆଇ

ଚଣ୍ଡିଗଡ଼: ଭାରତ-ପାକିସ୍ତାନ ସିରିଜ ନେଇ ଅନେକ ଆକଳନ କରାଯାଉଥିବା ବେଳେ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ ଏହି ଦୁଇ ଦେଶ ମଧ୍ୟରେ କ୍ରିକେଟ ସଂପର୍କରେ ଏତେଶୀଘ୍ର ସଂସ୍କାର ଆସିବା ଦେଖାଯାଉ ନାହିଁ। ସେ କହିଛନ୍ତି ଯେ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ନିକଟରେ ଦ୍ୱିପାକ୍ଷିକ ସିରିଜ୍ ନେଇ ଆଲୋଚନା ହୋଇଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ଏତେଶୀଘ୍ର କ୍ରିକେଟ ସଂପର୍କରେ ସଂସ୍କାର ଆସିବା ଦେଖାଯାଉ ନାହିଁ। କାରଣ ଏହା ପଛରେ ଦୁଇରୁ ତିନୋଟି […]

shukla

Rakesh Mallick
  • Published: Friday, 22 May 2015
  • , Updated: 22 May 2015, 05:11 PM IST

ଚଣ୍ଡିଗଡ଼: ଭାରତ-ପାକିସ୍ତାନ ସିରିଜ ନେଇ ଅନେକ ଆକଳନ କରାଯାଉଥିବା ବେଳେ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି ଯେ ଏହି ଦୁଇ ଦେଶ ମଧ୍ୟରେ କ୍ରିକେଟ ସଂପର୍କରେ ଏତେଶୀଘ୍ର ସଂସ୍କାର ଆସିବା ଦେଖାଯାଉ ନାହିଁ। ସେ କହିଛନ୍ତି ଯେ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ନିକଟରେ ଦ୍ୱିପାକ୍ଷିକ ସିରିଜ୍ ନେଇ ଆଲୋଚନା ହୋଇଛି। କିନ୍ତୁ ଦୁଇ ଦେଶ ମଧ୍ୟରେ ଏତେଶୀଘ୍ର କ୍ରିକେଟ ସଂପର୍କରେ ସଂସ୍କାର ଆସିବା ଦେଖାଯାଉ ନାହିଁ। କାରଣ ଏହା ପଛରେ ଦୁଇରୁ ତିନୋଟି ମୁଖ୍ୟ ପ୍ରସଙ୍ଗ ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ କରିବା ପୂର୍ବରୁ ଉକ୍ତ ପ୍ରସଙ୍ଗଗୁଡ଼ିକର ସମାଧାନ ଜରୁରୀ। ୨୦୦୮ରେ ପାକିସ୍ତାନରେ ଶ୍ରୀଲଙ୍କାର କ୍ରିକେଟ୍ ଖେଳାଳିଙ୍କ ଉପରକୁ ଗୁଳି ମାଡ଼ ଘଟଣା ପରେ ସେଠାକୁ ଖେଳି ଯିବା ଉପରେ ବିସିସିଆଇ ରୋକ ଲଗାଇଛି। ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଚାହୁଁଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ଯାଇ ସିରିଜ୍ ଖେଳବା ସମ୍ଭବ ନୁହେଁ। ପୁଣି ଏକ ନିରପେକ୍ଷ ସ୍ଥାନରେ ପାକିସ୍ତାନ ସହିତ ସିରିଜ୍ ଖେଳିବା ସପକ୍ଷରେ ବି ଆମେ ନାହୁଁ। ଏନେଇ କେନ୍ଦ୍ର ସରକାର ହିଁ ନିଷ୍ପତ୍ତି ନେବେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ।

ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ଶାହାରୟାର ଖାନ ବିସିସିଆଇ ସଭାପତି ଜଗମୋହନ ଡାଲମିଁଆ ଓ ସଂପାଦକ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଆସନ୍ତା ଡିସେମ୍ବର ମାସରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ସିରିଜ୍ ଖେଳିବା ନେଇ ସେ ଆଲୋଚନା କରିଥିଲେ। ୨୦୨୨ ସୁଦ୍ଧା ଭାରତ-ପାକିସ୍ତାନ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ୍ ଖେଳିବା ପାଇଁ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ଏମଓୟୁ ବି ସ୍ୱାକ୍ଷରିତ ହୋଇଛି।

Related story