ବର୍ଷା ଧୋଇନେଲା ଶ୍ରୀଲଙ୍କା-ପାକିସ୍ତାନ ମ୍ୟାଚ୍

ବ୍ରିଷ୍ଟଲ୍: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପର ଏକାଦଶ ମ୍ୟାଚ୍ ଶୁକ୍ରବାର ବର୍ଷା ଯୋଗୁ ବାତିଲ ହୋଇଛି। ବର୍ଷା ଯୋଗୁ ଏହି ମ୍ୟାଚରେ ଟସ୍ ମଧ୍ୟ ହୋଇପାରି ନଥିଲା। ବର୍ଷା ବନ୍ଦ ହେବା ପରେ ଅମ୍ପାୟାର ପିଚ୍ ନିରୀକ୍ଷଣ କରିଥିଲେ ଏବଂ ମ୍ୟାଚକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍ ବାତିଲ ହେବା ଦ୍ୱାରା ଦୁଇ ଟିମ୍ ପଏଣ୍ଟ ଭାଗ କରିଛନ୍ତି, ଯେଉଁଥିରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ୧ ପଏଣ୍ଟ ଲେଖାଏ ମିଳିଛି। ଏଥିସହ […]

MATCH

Hemant Lenka
  • Published: Friday, 07 June 2019
  • , Updated: 07 June 2019, 09:36 PM IST

ବ୍ରିଷ୍ଟଲ୍: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ବିଶ୍ୱକପର ଏକାଦଶ ମ୍ୟାଚ୍ ଶୁକ୍ରବାର ବର୍ଷା ଯୋଗୁ ବାତିଲ ହୋଇଛି। ବର୍ଷା ଯୋଗୁ ଏହି ମ୍ୟାଚରେ ଟସ୍ ମଧ୍ୟ ହୋଇପାରି ନଥିଲା। ବର୍ଷା ବନ୍ଦ ହେବା ପରେ ଅମ୍ପାୟାର ପିଚ୍ ନିରୀକ୍ଷଣ କରିଥିଲେ ଏବଂ ମ୍ୟାଚକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ମ୍ୟାଚ୍ ବାତିଲ ହେବା ଦ୍ୱାରା ଦୁଇ ଟିମ୍ ପଏଣ୍ଟ ଭାଗ କରିଛନ୍ତି, ଯେଉଁଥିରେ ପାକିସ୍ତାନ ଓ ଶ୍ରୀଲଙ୍କାକୁ ୧ ପଏଣ୍ଟ ଲେଖାଏ ମିଳିଛି। ଏଥିସହ ଶ୍ରୀଲଙ୍କା ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି। ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାର ୩ ପଏଣ୍ଟ ଲେଖାଏ ହୋଇଛି। ଶୁକ୍ରବାର ସକାଳେ ପ୍ରବଳ ବର୍ଷା ଲାଗି ରହିବାରୁ ଉଭୟ ଦଳର ଖେଳାଳିମାନେ ବିଳମ୍ବରେ ହୋଟେଲ ରୁମରୁ ବାହାରିଥିଲେ। ବର୍ଷା ଯୋଗୁ ଦୁଇ ଦଳ ଅଭ୍ୟାସ ମଧ୍ୟ କରିପାରି ନଥିଲେ।

ଟୁର୍ଣ୍ଣାମେଣ୍ଟରେ ଉଭୟ ଟିମର ଏହା ତୃତୀୟ ମ୍ୟାଚ୍ ଥିଲା ଏବଂ ଦୁଇ ଦଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତିଛନ୍ତି। ଶ୍ରୀଲଙ୍କା ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିବା ବେଳେ ପାକିସ୍ତାନ ମଧ୍ୟ ତା'ର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶ୍ରୀଲଙ୍କା ତା'ର ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଏବଂ ପାକିସ୍ତାନ ଇଂଲଣ୍ଡକୁ ହରାଇ ବିଜୟର ସ୍ୱାଦ ଚାଖିଥିଲେ।

Related story