ଶେଷରେ ପାକିସ୍ତାନକୁ ମିଳିଲା ଭିସା: ପାକ୍‌ ଟିମ୍‌ର ୨ ଜଣଙ୍କୁ ଛାଡି ସମସ୍ତେ ଆସିବେ ଭୁବନେଶ୍ୱର

ଭୁବନେଶ୍ୱର: ଏସିଅଆନ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଭାଗ ନେବ ପାକିସ୍ତାନ ଦଳ। ପାକିସ୍ତାନ ଆଥଲେଟିକ ଟିମ୍‌କୁ ଶେଷରେ ଭିସା ମିଳିଛି। ପାକିସ୍ତାନ ଟିମ୍‌ର ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ଭିସା ମିଳିଥିବା ଜଣାପଡିଛି। ଜଣେ ଆଥଲେଟ୍‌ ଏବଂ ଜଣେ ଅଧିକାରୀଙ୍କୁ କୌଣସି କାରଣରୁ ଭିସା ମିଳିପାରି ନାହିଁ। ପାକିସ୍ତାନକୁ ଭିସା ମିଳିଥିବା କଥା ଆଥଲେଟିକ ଫେଡେରେସନ ଅଫ୍‌ ପାକିସ୍ତାନର ସଭାପତି ଆକ୍ରମ ସାହି ସୂଚନା ଦେଇଛନ୍ତି।  ଅନେକ ଦିନ ଧରି ଏହି ଭିସା ବିବାଦ ଦେଖାଦେଇଥିବା ବେଳେ ପାକିସ୍ତାନ ଟିମ୍‌ ଏସିଆନ୍‌ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଭାଗନେବା ନେଇ ଅନିଶ୍ଚିତତା ଦେଖାଦେଇଥିଲା।