ଦୀର୍ଘବର୍ଷ ପରେ ପାକିସ୍ତାନରେ ଆଜି ଖେଳାଯିବ ଅନ୍ତର୍ଜାତୀୟ କ୍ରିକେଟ୍‌: ଇଣ୍ଡିଆନ୍‌ ଖେଳାଳି କଲେ ବୟକଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ପରେ ଆଜି ପାକିସ୍ତାନ ମାଟିରେ କୌଣସି ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟଚ୍‌ ଖେଳ ହେବାକୁ ଯାଉଛି।  ପାକିସ୍ତାନ ଓ ବିଶ୍ୱ ଏକାଦଶ ଦଳ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଖେଳାଯିବାକୁ ଥିବା ବେଳେ ଆଜି ପ୍ରଥମ ଟି-୨୦ ଲାହୋରରେ ଖେଳାଯିବ। ବିଶ୍ୱ ଏକାଦଶ ଦଳରେ ୭ଟି ଦେଶରୁ ୧୪ ଜଣ ଖେଳାଳି ଭାଗନେଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର କୌଣସି ଖେଳାଳି ଏହି ଟିମ୍‌ରେ ସାମିଲ ହୋଇନାହାଁନ୍ତି। ଏହାକୁ ନେଇ ଅନେକ ପାକିସ୍ତାନୀ […]

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 05:36 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ପରେ ଆଜି ପାକିସ୍ତାନ ମାଟିରେ କୌଣସି ଏକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟଚ୍‌ ଖେଳ ହେବାକୁ ଯାଉଛି।  ପାକିସ୍ତାନ ଓ ବିଶ୍ୱ ଏକାଦଶ ଦଳ ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍ ଖେଳାଯିବାକୁ ଥିବା ବେଳେ ଆଜି ପ୍ରଥମ ଟି-୨୦ ଲାହୋରରେ ଖେଳାଯିବ। ବିଶ୍ୱ ଏକାଦଶ ଦଳରେ ୭ଟି ଦେଶରୁ ୧୪ ଜଣ ଖେଳାଳି ଭାଗନେଇଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର କୌଣସି ଖେଳାଳି ଏହି ଟିମ୍‌ରେ ସାମିଲ ହୋଇନାହାଁନ୍ତି। ଏହାକୁ ନେଇ ଅନେକ ପାକିସ୍ତାନୀ  ପ୍ରଶଂସକ ନିରାଶ ହୋଇଥିବା ପ୍ରକାଶ କରିଛନ୍ତି। ବିଶେଷକରି ଧୋନୀ ଓ କୋହଲିଙ୍କୁ ସେଠାକର କ୍ରିକେଟ୍‌ ପ୍ରେମୀ ମିସ୍‌ କରୁଥିବା କହିଛନ୍ତି।

ଅନ୍ୟପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନା ଯୋଗୁଁ ସମ୍ପର୍କ ଭଲନାହିଁ। ଏହିକାରଣରୁ ଦୀର୍ଘଦିନ ଧରି ଏହି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷକ ସିରିଜ ଖେଳାଯାଇନାହିଁ। ଫଳରେ କୌଣସି ଭାରତୀୟ ଖେଳାଳି ଏହି ବିଶ୍ୱ ଏକାଦଶ ଟିମ୍‌ରେ ଖେଳିବାକୁ ପାକିସ୍ତାନ ଗସ୍ତ କରିନାହାଁନ୍ତି। ପାକିସ୍ତାନର ଅନେକ କ୍ରିକେଟ୍‌ ପ୍ରଶଂସକ ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କ ନିରାଶ ଜାହିର କରିବା ସହ ଧୋନୀ ଓ କୋହଲିଙ୍କୁ ମିସ୍‌ କରିବା କଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos