ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ ପାଇଁ ପାକିସ୍ତାନ କଲା ପଞ୍ଜୀକରଣ: କିନ୍ତୁ ମିଳୁନି ଅନୁମତି

ଭୁବନେଶ୍ୱର: ରାଜଧାନୀରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପରେ ଭାଗ ନେବା ପାଇଁ ଇଛୁକ ଅଛି ପାକିସ୍ତାନ।  ଓଡିଶାରେ ପ୍ରଥମ ଥର ଲାଗି ହେଉଥିବା ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ ପାଇଁ ପାକିସ୍ତାନ ପଞ୍ଜୀକରଣ କରିଛି  ହେଲେ  ଭାରତର ଗୃହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ ପାକିସ୍ତାନ ଟିମ୍‌କୁ ଅନୁମତି ମିଳିନାହିଁ। ଆଜି ଭୁବନେଶ୍ୱରରେ ଏହା କହିଛନ୍ତି ଆଥଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆର ସଭାପତି ଆଦିଲ ସୁମାରିୱାଲା। ଆଜି ସଚିବାଳୟଠାରେ ଚାମ୍ପିୟନସିପ ପ୍ରସ୍ତୁତି ନେଇ ଚାମ୍ପିୟନସିପ୍ […]

ks

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 07:54 PM IST

ଭୁବନେଶ୍ୱର: ରାଜଧାନୀରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପରେ ଭାଗ ନେବା ପାଇଁ ଇଛୁକ ଅଛି ପାକିସ୍ତାନ।  ଓଡିଶାରେ ପ୍ରଥମ ଥର ଲାଗି ହେଉଥିବା ଏହି ଚାମ୍ପିୟନସିପ୍‌ରେ ଅଂଶଗ୍ରହଣ ପାଇଁ ପାକିସ୍ତାନ ପଞ୍ଜୀକରଣ କରିଛି  ହେଲେ  ଭାରତର ଗୃହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଯାଏଁ ପାକିସ୍ତାନ ଟିମ୍‌କୁ ଅନୁମତି ମିଳିନାହିଁ। ଆଜି ଭୁବନେଶ୍ୱରରେ ଏହା କହିଛନ୍ତି ଆଥଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆର ସଭାପତି ଆଦିଲ ସୁମାରିୱାଲା। ଆଜି ସଚିବାଳୟଠାରେ ଚାମ୍ପିୟନସିପ ପ୍ରସ୍ତୁତି ନେଇ ଚାମ୍ପିୟନସିପ୍ ପରିଚାଳନା ପରିଷଦର ବୈଠକ ବସିଥିଲା। ଏଥିରେ କ୍ରୀଡା ପରିଚାଳନା, ଖେଳାଳିଙ୍କ  ସୁରକ୍ଷା, ଗମନାଗମନ  ବ୍ୟବସ୍ଥା, ରହିବା ସୁବିଧା, ଖାଦ୍ୟ ଓ ପାନୀୟ ସୁବିଧା ସମ୍ପର୍କରେ ସମୀକ୍ଷା କରଯାଇଥିଲା।

Related story