ସୁରକ୍ଷା ଚିନ୍ତା: ପାକିସ୍ତାନ-ୱେଷ୍ଟଇଣ୍ଡିଜ୍ ଟି-ଟ୍ୱେଣ୍ଟି ୟୁଏଇକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଟି-୨୦ ଗସ୍ତକୁ ସୋମବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜେତା ୱେଷ୍ଟଇଣ୍ଡିଜ ଦଳ ବାତିଲ କରିଦେଇଛି। ଫଳରେ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ୟୁଏଇରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବେ। ତେବେ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଲାହୋରରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। ହେଲେ ସୁରକ୍ଷା କାରଣ ଦର୍ଶାଇ ୱେଷ୍ଟଇଣ୍ଡିଜ୍ ପାକିସ୍ତାନ ଯିବାକୁ ମନା କରିଦେଇଛି। ଅନ୍ୟପକ୍ଷରେ ପିସିବି ଅଧ୍ୟକ୍ଷ ଶାହାୟାର […]

PAK- WIS

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 05:51 PM IST

ନୂଆଦିଲ୍ଲୀ: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଟି-୨୦ ଗସ୍ତକୁ ସୋମବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବିଜେତା ୱେଷ୍ଟଇଣ୍ଡିଜ ଦଳ ବାତିଲ କରିଦେଇଛି। ଫଳରେ ଏହାକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ୟୁଏଇରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ୫ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବେ। ତେବେ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଲାହୋରରେ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। ହେଲେ ସୁରକ୍ଷା କାରଣ ଦର୍ଶାଇ ୱେଷ୍ଟଇଣ୍ଡିଜ୍ ପାକିସ୍ତାନ ଯିବାକୁ ମନା କରିଦେଇଛି।

ଅନ୍ୟପକ୍ଷରେ ପିସିବି ଅଧ୍ୟକ୍ଷ ଶାହାୟାର ଖାନ୍‌ କହିଛନ୍ତି, “ସିରିଜ୍‌ର ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ପାକିସ୍ତାନରେ ୱେଷ୍ଟଇଣ୍ଡିଜ୍‌ ଖେଳିବାକୁ ମନା କରିବା ପରେ ଟି-ଟ୍ୱେଣ୍ଟିକୁ ମଧ୍ୟ ୟୁଏଇକୁ ସ୍ଥାନାନ୍ତର କରାଯାଇଛି।”

୨୦୦୯ ମାର୍ଚ୍ଚ ଶ୍ରୀଲଙ୍କା ଖେଳାଳିଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବାକୁ ପିସିବି ନିଷ୍ପତ୍ତି ନେଇଥିଲା। ଏହି ଆକ୍ରମଣରେ ୬ ଜଣ ପୋଲିସଙ୍କ ସହ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଖେଳାଳି ଆହତ ହୋଇଥିଲେ।

ଦୀର୍ଘ ୬ ବର୍ଷ ପରେ ଗତବର୍ଷ ଜିମ୍ବାୱେ ପାକିସ୍ତାନ ମାଟିରେ ସିରିଜ୍‌ ଖେଳିଥିଲା।

Related story