ସ୍ନୁକର ଚାମ୍ପିୟନଶିପ ଫାଇନାଲରେ ପଙ୍କଜ ଓ ଆଦିତ୍ୟ

ନୂଆଦିଲ୍ଲୀ: ଭାରତର ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେର ଆଇବିଏସ୍‌ଏଫ୍‌ ୱାର୍ଲ୍ଡ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି ସେମି ଫାଇନାଲରେ ଥାଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ସଂଘର୍ଷ କରି ହଂକଂ ଖେଳାଳିଙ୍କୁ ପରାସ୍ତ କରିଥିବା ପଙ୍କଜ ଓ ଆଦିତ୍ୟ ସେମିରେ ନିଜର ଦବଦବା ଦେଖାଇଥିଲେ। ଦୁଇ ଥାଇ ଖେଳାଳି ଥାନୱତ ଓ କ୍ରିଟସାନୁଟ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଖେଳାଳିଙ୍କ ଉପରେ ଚାପ […]

qq

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 05:50 PM IST

ନୂଆଦିଲ୍ଲୀ: ଭାରତର ପଙ୍କଜ ଆଡଭାନୀ ଓ ଆଦିତ୍ୟ ମେହେର ଆଇବିଏସ୍‌ଏଫ୍‌ ୱାର୍ଲ୍ଡ ଟିମ୍‌ ସ୍ନୁକର ଚାମ୍ପିୟନଶିପ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି ସେମି ଫାଇନାଲରେ ଥାଇଲ୍ୟାଣ୍ଡକୁ ୪-୧ରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି।

କ୍ୱାର୍ଟର ଫାଇନାଲ୍‌ରେ ସଂଘର୍ଷ କରି ହଂକଂ ଖେଳାଳିଙ୍କୁ ପରାସ୍ତ କରିଥିବା ପଙ୍କଜ ଓ ଆଦିତ୍ୟ ସେମିରେ ନିଜର ଦବଦବା ଦେଖାଇଥିଲେ। ଦୁଇ ଥାଇ ଖେଳାଳି ଥାନୱତ ଓ କ୍ରିଟସାନୁଟ ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ହେଲେ ପଙ୍କଜ ଓ ଆଦିତ୍ୟ ଏହା କରାଇ ଦେଇ ନଥିଲେ। ଉଭୟ ଚମତ୍କାର ଖେଳ ପ୍ରଦର୍ଶନ କରି ଥାନୱତ ଓ କ୍ରିଟସାନୁଟଙ୍କୁ ୪-୧ରେ ପରାସ୍ତ କରିଥିଲେ। ପଙ୍କଜ ଓ ଆଦିତ୍ୟ ଫାଇନାଲ୍‌ରେ ଥାଇଲ୍ୟାଣ୍ଡର ୨ ନଂ ରାଙ୍କରେ ଥିବା ଖେଳାଳିଙ୍କୁ ଭେଟିବେ।

Related story