Advertisment

ହାତ ଉଠାଇପାରୁ ନଥିଲେ, ଏବେ ବିରୋଧୀଙ୍କୁ କଚାଡ଼ିବେ !

୨୦୧୭ ମସିହା ଶେଷ ହେବାକୁ ବସିଥିଲା। ଲାଗୁଥିଲା ସେ ଆଉ ମ୍ୟାଟକୁ କେବେ ଫେରିପାରିବେ ନାହିଁ। ଡାହାଣ କାନ୍ଧର ଶିରାରେ ପ୍ରବଳ ଯନ୍ତ୍ରଣା ଯୋଗୁ ସେ ନିଜ ହାତ ଉଠାଇ ପାରୁନଥିଲେ। ତାଙ୍କ ଡାହାଣ ହାତ ପାରାଲିସ୍ ହୋଇଯାଇଥିଲା। ଏଭଳି ସ୍ଥିତିରେ ତାଙ୍କ ପକ୍ଷେ କମବ୍ୟାକ୍ କରିବା ପ୍ରାୟତ ଅସମ୍ଭବ ବୋଲି ଲାଗୁଥିଲା। କିନ୍ତୁ ହତାଶ ନହୋଇ ପୁଣିଥରେ ଆଶା ବାନ୍ଧି ମ୍ୟାଟକୁ ଫେରିଥିଲେ ଏବଂ ଆଜି ସେ ଅଲିମ୍ପିକକୁ କ୍ୱାଲିଫାଏ ମଧ୍ୟ କରିଛନ୍ତି। ଆମେ କହୁଛୁ […]

ଅଦ୍ୟତନ ହୋଇଛି
ହାତ ଉଠାଇପାରୁ ନଥିଲେ, ଏବେ ବିରୋଧୀଙ୍କୁ କଚାଡ଼ିବେ !

sonam-malik

Advertisment

୨୦୧୭ ମସିହା ଶେଷ ହେବାକୁ ବସିଥିଲା। ଲାଗୁଥିଲା ସେ ଆଉ ମ୍ୟାଟକୁ କେବେ ଫେରିପାରିବେ ନାହିଁ। ଡାହାଣ କାନ୍ଧର ଶିରାରେ ପ୍ରବଳ ଯନ୍ତ୍ରଣା ଯୋଗୁ ସେ ନିଜ ହାତ ଉଠାଇ ପାରୁନଥିଲେ। ତାଙ୍କ ଡାହାଣ ହାତ ପାରାଲିସ୍ ହୋଇଯାଇଥିଲା। ଏଭଳି ସ୍ଥିତିରେ ତାଙ୍କ ପକ୍ଷେ କମବ୍ୟାକ୍ କରିବା ପ୍ରାୟତ ଅସମ୍ଭବ ବୋଲି ଲାଗୁଥିଲା। କିନ୍ତୁ ହତାଶ ନହୋଇ ପୁଣିଥରେ ଆଶା ବାନ୍ଧି ମ୍ୟାଟକୁ ଫେରିଥିଲେ ଏବଂ ଆଜି ସେ ଅଲିମ୍ପିକକୁ କ୍ୱାଲିଫାଏ ମଧ୍ୟ କରିଛନ୍ତି। ଆମେ କହୁଛୁ ୧୯ ବର୍ଷୀୟା ଯୁବ ମହିଳା ରେସଲର୍ ସୋନମ ମଲିକଙ୍କ କଥା। ସୋନମ ଗ୍ରୀସର ଏଥେନ୍ସରେ ବିଶ୍ୱ କ୍ୟାଡେଟ୍ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଟୋକିଓ ଟିକେଟ୍ କାଟିଛନ୍ତି। ସେ ଟୋକିଓ ଅଲିମ୍ପିକରେ ୬୨ କେଜି ଓଜନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ। ଅଲିମ୍ପିକରେ ପଦକ ଜିତି ଇତିହାସ ରଚିବା ଅପେକ୍ଷା ରହିଛନ୍ତି ସୋନମ।

Advertisment

ପାରାଲିସିସ୍ କାରଣରୁ ସୋନମ୍ ୬ମାସ ମ୍ୟାଟରୁ ଦୂରେଇ ରହିଥିଲେ। ସୋନମଙ୍କ କୋଚ୍ ଅଜମେର୍ ମଲିକ୍ କହିଛନ୍ତି, ସୋନମ ଏତେ ଯନ୍ତ୍ରଣା ପାଉଥିଲେ ଯେ ସେ ନିଜର ହାତ ଉଠାଇପାରୁ ନଥିଲେ। ସେ କୌଣସି ଜିନିଷକୁ ପୂରା ଶକ୍ତିର ସହ ଧରିପାରୁନଥିଲେ। ଲାଗୁଥିଲା ଯେପରି ତା’ ହାତରେ ଆଉ ବଳ ନାହିଁ। ଡାକ୍ତର ତାକୁ କୁସ୍ତି କରିବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ତା’ ପରେ ଭାବନ୍ତୁ ସେ ପରବର୍ତ୍ତୀ ଜୀବନ କେମିତି କାଟିଥିବ।

Sonam Malik | WrestlingTV

ନିଜ ସମୟରେ ରେସଲର୍ ଥିବା ସୋନମଙ୍କ ପିତା ରାଜେନ୍ଦର ମଲିକ ବର୍ତ୍ତମାନ ଏକ ସୁଗାର୍ ମିଲରେ ଡେଲିଭରୀ ମ୍ୟାନ୍ ଭାବେ କାମ କରୁଛନ୍ତି। ସେ ସୋନମଙ୍କ ରିକଭରୀରେ ପ୍ରମୁଖ ଭୂମିକା ବହନ କରିଥିଲେ। ପିତା ରାଜେନ୍ଦର କହିଛନ୍ତି, ‘ଯେହେତୁ ମୋର ଆୟ ସୀମିତ ଥିଲା, ତେଣୁ ମୁଁ ତାକୁ (ସୋନମ) ନାମୀ ଡାକ୍ତରଙ୍କ ପାଖକୁ ଚିକିତ୍ସା କରାଇବାକୁ ନେଇପାରୁନଥିଲି। ପରେ ଆମେ ଆୟୁର୍ବେଦିକ ଚିକିତ୍ସାର ସହାୟତା ନେଇଥିଲୁ। ମୋତେ ଲାଗୁଛି ଭଗବାନ ଚାହୁଁଥିଲେ ସୋମନ ପୁଣିଥରେ ମ୍ୟାଟକୁ ଓହ୍ଲାନ୍ତୁ। ଏହି କାରଣରୁ ସେ ମାତ୍ର ୬ ମାସ ଭିତରେ ସୁସ୍ଥ ହୋଇଥିଲା।’ ହେଲେ ସୋମନଙ୍କ ଚିକିତ୍ସା ବର୍ଷେ ଧରି ଚାଲିଥିଲା।

Advertisment

୨୦୧୮ରେ ସୋନମ ମ୍ୟାଟକୁ ଫେରିଥିଲେ ଏବଂ ଏସିଆନ୍ କ୍ୟାଡେଟ୍ ଚାମ୍ପିୟନଶିପ୍ ଓ ବିଶ୍ୱ କ୍ୟାଡେଟ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ ୨୦୧୯ରେ ସେ ବିଶ୍ୱ କ୍ୟାଡେଟ୍ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଥିଲେ। ସୋନମ ପରେ ସିନିୟର ସ୍ତରକୁ ଉନ୍ନୀତ ହୋଇଥିଲେ ଏବଂ ସେଠାରେ ମଧ୍ୟ ସେ ନିଜର ପରିଚୟ ସୃଷ୍ଟି କଲେ।

୨୦୨୦ ଆରମ୍ଭରୁ ସେ ରିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ଲକ୍ଷ୍ନୌରେ ଆୟୋଜିତ ଟ୍ରାଏଲରେ ହରାଇଥିଲେ। ଏହା ପରେ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସୋନମ ତିନିଥର ସାକ୍ଷୀଙ୍କୁ ହରାଇଥିଲେ। ଚଳିତ ବର୍ଷ ଏପ୍ରିଲରେ ସୋନମ୍ ଅଲିମ୍ପିକକୁ କ୍ୱାଲିଫାଏ କରିବାରେ ସବୁଠାରୁ କନିଷ୍ଠ ଭାରତୀୟ ହୋଇଥିଲେ। ସେ କଜା‍ଖସ୍ତାନରେ ଆୟୋଜିତ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫିକେସନରେ ୬୨ କେଜି ଫାଇନାଲରେ ସ୍ଥାନ ହାସଲ କରି ଅଲିମ୍ପିକ୍ ଟିକେଟ୍ କାଟିଥିଲେ।

How wrestler Sonam Malik took a leap to Tokyo Olympics with an injured leg

ଅଲିମ୍ପିକରେ ସୋନମ ଅଗଷ୍ଟ ୪ ତାରିଖରେ ମ୍ୟାଟକୁ ଓହ୍ଲାଇବେ। ନିଜ କୁସ୍ତି ସମ୍ବନ୍ଧରେ ସୋନମ କହିଛନ୍ତି, ‘ମୁଁ ଜାଣିଛି ମୋ ଓଜନ ବର୍ଗ ବହୁତ ପ୍ରତିଦ୍ୱନ୍ଦ୍ୱିତାମୂଳକ। ମୁଁ ଅଲିମ୍ପିକ୍ ଟାଇଟଲ୍ ପାଇଁ ଫେଭରିଟ୍ ନୁହେଁ ବୋଲି ଜାଣିଛି। କିନ୍ତୁ ଏତିକି ଜାଣିଛି ଯେ ମୋ ଦିନରେ ମୁଁ ଦୁନିଆର ସର୍ବଶ୍ରେଷ୍ଠ ରେସଲରଙ୍କୁ ହରାଇପାରିବି। ଯଦି ପ୍ରତିପକ୍ଷ ମୋତେ ହାଲୁକାରେ ନିଅନ୍ତି, ତାହେଲେ ଏହା ସେମାଙ୍କ ପକ୍ଷେ କ୍ଷତିକାରକ ହେବ।’

ସୋନମଙ୍କ ଓଜନ ବର୍ଗରେ କଜାଖସ୍ତାନର ଆଇସୁଲୁ ତାଇନୀବେକୋଭା ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଦୃଢ଼ ଦାବିଦାର। ତାଙ୍କ ବ୍ୟତୀତ ବୁଲଗେରିଆର ୟୁସେନ୍ ତାୟବେ ମୁସ୍ତଫା, ୟୁକ୍ରେନର ୟୁଲିଆ ଓସ୍ତାପଚୁକ୍, ଜାପାନର ୟୁକାକୋ କାୱାଇ ଓ ଆମେରିକାର କାୟଲା କିୟୋକା ମଧ୍ୟ ଦୌଡ଼ରେ ଅଛନ୍ତି।

Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe