୪ ବର୍ଷ ପରେ ଶ୍ରୀଲଙ୍କା ଦଳକୁ ଫେରିଲେ ପରଭେଜ୍‌

କଲମ୍ବୋ: ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଖେଳିବାକୁ ୪ ବର୍ଷ ପରେ ଶ୍ରୀଲଙ୍କା ଦଳରେ ଆଜି ସାମିଲ୍‌ ହୋଇଛନ୍ତି ପରଭେଜ ମହାରୁଫ୍‌। ସେ ୨୦୧୨ ମାର୍ଚ୍ଚରେ ଶ୍ରୀଲଙ୍କା ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଶ୍ରୀଲଙ୍କା ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ। ଟେଷ୍ଟ ସିରିଜ୍‌ ପାଇଁ ଏବେ ୟୁକେ ଗସ୍ତରେ ଥିବା ଶ୍ରୀଲଙ୍କା ଦଳରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ତାଙ୍କ ସହିତ ଧନୁଶ୍‌କା ଗୁଣଥିଲାକା, ଏସ୍‌.ପ୍ରସନ୍ନା, ସୂରଜ ରଣନ୍ଦୀପ ଓ […]

parvez maharoof

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 06:35 PM IST

କଲମ୍ବୋ: ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଖେଳିବାକୁ ୪ ବର୍ଷ ପରେ ଶ୍ରୀଲଙ୍କା ଦଳରେ ଆଜି ସାମିଲ୍‌ ହୋଇଛନ୍ତି ପରଭେଜ ମହାରୁଫ୍‌। ସେ ୨୦୧୨ ମାର୍ଚ୍ଚରେ ଶ୍ରୀଲଙ୍କା ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

ଶ୍ରୀଲଙ୍କା ଆୟାରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ। ଟେଷ୍ଟ ସିରିଜ୍‌ ପାଇଁ ଏବେ ୟୁକେ ଗସ୍ତରେ ଥିବା ଶ୍ରୀଲଙ୍କା ଦଳରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ତାଙ୍କ ସହିତ ଧନୁଶ୍‌କା ଗୁଣଥିଲାକା, ଏସ୍‌.ପ୍ରସନ୍ନା, ସୂରଜ ରଣନ୍ଦୀପ ଓ ଉପୁଲ୍‌ ଥରଙ୍ଗା ସ୍ଥାନ ପାଇଛନ୍ତି। ଘରୋଇ ମ୍ୟାଚ୍‌ରେ ମହାରୁଫ୍‌ଙ୍କ ପ୍ରଦର୍ଶନ ଭଲ ଥିବାରୁ ସେ ଦଳରେ ସ୍ଥାନ ପାଇଛନ୍ତି ବୋଲି ଶ୍ରୀଲଙ୍କା ପକ୍ଷରୁ କୁହାଯାଇଛି।

Related story